ନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ତିହିଡ଼ି, ୧୩।୯ (ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ଥାନା ସାହାପୁର ପଞ୍ଚାୟତ ଅଧୀନ ନୂଆଗଁା ଗ୍ରାମରେ ନିଖୋଜ ଥିବା ଜଣେ ବୃଦ୍ଧଙ୍କ ମୃତଦେହ ଶୁକ୍ରବାର ନଦୀରୁ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ଦୟାନିଧି ମହାନ୍ତି(୬୭)। ପରିବାର ଲୋକଙ୍କ କହିବା ଅନୁଯାୟୀ, ଦୟାନିଧି ବୁଧବାର ମଧ୍ୟାହ୍ନରୁ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସେମାନେ ତାଙ୍କୁ ପାଇ ନ ଥିଲେ। ଶୁକ୍ରବାର ଗ୍ରାମ ନିକଟସ୍ଥ ମନ୍ତେଇ ନଦୀ କୂଳରେ ତାଙ୍କ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ସେମାନେ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏହି ଘଟଣାରେ ତିହିଡ଼ି ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ. ୪୩/୧୯) ରୁଜୁ ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।