ନଦୀବନ୍ଧରେ ଆବର୍ଜନା, ବଢୁଛି ଅସନ୍ତୋଷ

ଖଣ୍ଡପଡ଼ା,୨୮ା୫(ସ୍ବ.ପ୍ର.)-ପରିବେଶକୁ ସ୍ବଚ୍ଛ ସୁନ୍ଦର ରଖିବା ସହିତ ବାହାରେ ମଳତ୍ୟାଗ ନ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ା ଏ ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ମଧ୍ୟ କାର୍ଯ୍ୟ କରୁଛି। ମାତ୍ର କଣ୍ଟିଲୋ ଅଞ୍ଚଳର ମୁଖ୍ୟ ରାସ୍ତା ଓ ନଦୀବନ୍ଧ ଉପରେ ଅଳିଆ ଆବର୍ଜନାକୁ ଦେଖିଲେ ସଚେତନତା କାର୍ଯ୍ୟକ୍ରମର ପ୍ରଭାବ ସ୍ଥାନୀୟ ଲୋକଙ୍କ ଉପରେ ପଡୁ ନ ଥିବା କୁହାଯାଇପାରିବ। ଏହା ଦ୍ୱାରା ପରିବେଶ ପ୍ରଦୂଷିତ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
କଣ୍ଟିଲୋ ନୀଳମାଧବ କ୍ଷେତ୍ର ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ ା ଶ୍ରୀ ଜୀଉଙ୍କ ଦର୍ଶନ ପାଇଁ ପ୍ରତ୍ୟହ ଏଠାକୁ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି। କଣ୍ଟିଲୋ ବଜାର ଛକ ଦେଇ ପ୍ରାୟତଃ ଯାତ୍ରୀମାନେ ମନ୍ଦିରକୁ ଯାଇଥାନ୍ତି। ଏହାଛଡା ନିକଟରେ ମହାନଦୀ ପ୍ରବାହିତ ହେଉଥିବାରୁ ତଟବର୍ତ୍ତୀ ଲୋକଙ୍କ ସୁରକ୍ଷା ପାଇଁ ମାଳବନ୍ଧ ନିର୍ମାଣ କରାଯାଇଛି। ଏହି ମାଳବନ୍ଧ ଉପରେ ମଧ୍ୟ ଯାତ୍ରୀମାନେ ଯା’ଆସ କରନ୍ତି। ହେଲେ ପରିତାପର ବିଷୟ ଏହି ମାଳବନ୍ଧକୁ ସ୍ଥାନୀୟ ବ୍ୟବସାୟୀମାନେ ଡଷ୍ଟବିନ ଭାବରେ ବ୍ୟବହାର କରୁଛନ୍ତି। ବଜାର ଛକ ଉପରେ ତଥା ଉକ୍ତ ରାଜପଥ କଡରେ ଉଠାଦୋକାନୀ ବସି ପନିପରିବା ବିକ୍ରି କରୁଛନ୍ତି। ବଜାରର ବ୍ୟବସାୟୀଠାରୁ ଆରମ୍ଭକରି ଉଠା ପରିବା ଦୋକାନୀ ଓ ମାଛ ବ୍ୟବସାୟୀମାନେ ବର୍ଜ୍ୟବସ୍ତୁ ମାଳବନ୍ଧ ଉପରେ ଫିଙ୍ଗୁଛନ୍ତି। ଏହାଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହ ରାସ୍ତା ସଙ୍କୁଚିତ ହେଉଛି। ବେଳେବେଳେ କେତେଜଣ ଆବର୍ଜନାରେ ନିଆଁ ଲଗାଇ ପୋଡିଦେଉଥିଲେ ମଧ୍ୟ ଅଧିକାଂଶ ସମୟରେ ମାଳବନ୍ଧରେ ଅଳିଆ ଗଦା ହୋଇରହୁଛି। ବର୍ଷାଦିନେ ଏହି ଆବର୍ଜନା ନଦୀ ସ୍ରୋତରେ ଭାସି ଜଳକୁ ଅଧିକ ପ୍ରଦୂଷିତ କରିଥାଏ ା ଏହାଛଡା କେତେକ ଲୋକ ମାଳବନ୍ଧ ଉପରେ ମଳ ତ୍ୟାଗ କରୁଥିବାରୁ ତାହା ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏ ଦିଗରେ ସମସ୍ତେ ସଚେତନ ହେବା ଜରୁରୀ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।
ନିଆଳି କୈବର୍ତ୍ତ ସମାଜର ରାଜ୍ୟସ୍ତରୀୟ ମହାସଭା
ଗଣିଆ,୨୮ା୫(ଡି.ଏନ.ଏ.)- ନୟାଗଡ଼ ଜିଲା ନିଆଳି କୈବର୍ତ୍ତ ସମାଜ ତରଫରୁ ରବିବାର ଅପରାହ୍ନରେ ଗଣିଆସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ଦ୍ୱାଦଶ ମହାସଭା ଅନୁଷ୍ଠିତ ହୋଇଯାଇଛି ା ସନାତନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନବନିର୍ବାଚିତ ଦଶପଲ୍ଲା ବିଧାୟକ ରମେଶ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ସଭାପତିଙ୍କ ଅନୁମତିକ୍ରମେ ସମାଜର ବିଭିନ୍ନ ସମସ୍ୟା ଓ କାର୍ଯ୍ୟନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ମୁଖ୍ୟଅତିଥିଙ୍କ ସମେତ ଜାତିସମାଜର ବିଭିନ୍ନ ପଦବୀ ଅଳଙ୍କୃତ କରିଥିବା ବ୍ୟକ୍ତିମାନଙ୍କୁ ଫୁଲତୋଡା, ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା। ପରେ ୟୁନିସେଫ୍‌ ସହାୟତାରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଆକ୍ସନ ଏଡ୍‌ର ନୟାଗଡ଼ ଜିଲା ପ୍ରତିନିଧି ପ୍ରିୟବ୍ରତ ଶତପଥୀ ବାଲ୍ୟବିବାହ ଓ କିଶୋରୀ ଶିକ୍ଷା ଅଧିକାରର ଆଇନଗତ ଦିଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଜାତି ସମାଜରେ ବାଲ୍ୟବିବାହ ଭଳି ଏକ ଘୃଣ୍ୟ ସାମାଜିକ ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା। ଏହା ଏକ କଳଙ୍କିତ ପ୍ରଥା ହୋଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା, କିଶୋରୀମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସହ ସମାଜରେ ସମ୍ମାନର ସହ ବଞ୍ଚତ୍ବାର ଅଧିକାର ନେଇ ଏକ ଶପଥ ଗ୍ରହଣ ପ୍ରସ୍ତାବ ଆଗତ କରାଯାଇଥିଲା। ନିଆଳି କୈବର୍ତ୍ତ ସମାଜରେ ଝିଅକୁ ୧୮ ଓ ପୁଅକୁ ୨୧ ବର୍ଷ ପୂର୍ବରୁ ହେଉଥିବା ବିବାହକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ ା ଯଦି ଜାତି ସମାଜରେ ଏଭଳି ବିବାହକୁ କୌଣସି ବ୍ୟକ୍ତି ସ୍ବୀକୃତି ପ୍ରଦାନ କରେ କିମ୍ବା କୌଣସି ପରିବାର ନିଜ ନାବାଳକ ସନ୍ତାନଙ୍କ ବିବାହ ଆଇନ ଅନୁମୋଦିତ ସମୟ ପୂର୍ବରୁ କରିବାକୁ ପ୍ରୟାସ କରନ୍ତି ସେମାନଙ୍କୁ ଆଇନତଃ ଦଣ୍ଡିତ କରିବା ପାଇଁ ପ୍ରଶାସନକୁ ସହଯୋଗ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri