ନଦୀକୁ ବିଷାକ୍ତ କରୁଛି ସହରାଞ୍ଚଳ ଓ ଶିଳ୍ପାଞ୍ଚଳର ଦୂଷିତ ଜଳ : ରିପୋର୍ଟ ମାଗିଲେ ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ

କଟକ ସଦର,୧୭ା୬(ଡି.ଏନ୍‌.ଏ.) : ସହରାଞ୍ଚଳ ଓ ଶିଳ୍ପାଞ୍ଚଳରୁ ନିର୍ଗତ ଦୂଷିତ ଜଳ ଦ୍ୱାରା ରାଜ୍ୟର ପ୍ରମୁଖ ନଦୀଗୁଡ଼ିକୁ ବିଷାକ୍ତ କରୁଛିିି। ବିଶେଷକରି ମହାନଦୀ ଓ ତା’ର ଶାଖା ନଦୀଗୁଡ଼ିକର ଜଳ କ୍ରମଶଃ ବିଷାକ୍ତ ହେବାରେ ଲାଗିଛି। ଏହା ଉପରେ ନିର୍ଭର କରୁଥିବା ଲୋକେ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି। ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଉପରେ କୁପ୍ରଭାବ ପଡୁଛି। ଏନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଜଳସମ୍ପଦ ବିଭାଗ ତତ୍ପରତା ପ୍ରକାଶ କରିଛି। ବିଭାଗୀୟ ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ ଅକ୍ଷୟ କୁମାର ବାନାର୍ଜୀ ପତ୍ର ସଂଖ୍ୟା ୧୬୧୨୮/୧୨ା୬ା୨୦୧୯ରେ ମୁଖ୍ୟ ଯନ୍ତ୍ରୀମାନଙ୍କୁ ରିପୋର୍ଟ ତଲବ କରିଛନ୍ତି। ମହାନଦୀ, ବ୍ରାହ୍ମଣୀ, ବୈତରଣୀକୁ ଦୂଷିତ ଜଳ ଛାଡୁଥିବା ସହରାଞ୍ଚଳ ପରିଷଦ ସମ୍ପର୍କରେ ସବିଶେଷ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, କଟକ ମହାନଗର ନିଗମ ଅଞ୍ଚଳରେ ନିଷ୍କାସନ ପାଇଁ ଚାଲିଥିବା ଜାଇକା (ଜାପାନ ଇଣ୍ଟରନ୍ୟାଶନାଲ କୋ ଅପରେଟିଭ ଏଜେନ୍ସି) ପ୍ରକଳ୍ପର ପାଣି ବିଶୋଧନାଗାର(ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ)ଟି କାଠଯୋଡି ନଦୀର ବଗୁଲାପଡ଼ାଠାରେ ଜାଲ ଏନ୍‌ଓସି ବଳରେ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ୯ବର୍ଷ ପରେ ଧରିତ୍ରୀରେ ୧୨ା୩ା୧୯ରେ ପ୍ରକାଶିତ ହୋଇଥିଲା। ଏହି ଖବରକୁ ଆଧାର କରି ଜଳସମ୍ପଦ ବିଭାଗର ପ୍ରିନି୍ସପାଲ ସେକ୍ରେଟାରୀ ପ୍ରଦୀପ କୁମାର ଜେନା ସେହିଦିନ ବିଭାଗୀୟ ଯନ୍ତ୍ରୀମାନଙ୍କ ହ୍ବାଟସଆପ ଗ୍ରୁପରେ କୈଫିୟତ ମାଗିଥିଲେ। ଏହି ନିର୍ଦ୍ଦେଶନାମାକୁ ଆଧାର କରି ମହାନଦୀ ସାଉଥ ଜଳସେଚନ ଡିଭିଜନର ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର ରାଉତ ପତ୍ର ସଂଖ୍ୟା ୨୬୮୪/୧୩ା୩ା୧୯ରେ ଉତ୍ତର ଦେଇଥିଲେ। ଏହି ପତ୍ରରେ ମତ୍ତଗଜପୁର ପରିବର୍ତ୍ତେ ବଗୁଲାପଡା ଗ୍ରାମରେ ଟ୍ରିଟମେଣ୍ଟ ପ୍ଲାଣ୍ଟ କାଠଯୋଡି ନଦୀ ପଠାରେ ନିର୍ମାଣ କରାଯାଉଥିବା ଉଲ୍ଲେଖ ଥିଲା। ଚିଠି ସମ୍ପର୍କରେ ବିଭାଗ କ’ଣ ନିଷ୍ପତ୍ତି ଗ୍ରହଣ କରିଛି ବୋଲି ଜଣେ ସୂଚନା ଅଧିକାର କର୍ମୀ ମେ’ ମାସରେ ତଥ୍ୟ ଜାଣିବାକୁ ଚାହିଁଥିଲେ। ରାଜ୍ୟରେ ନଦୀକୁ ଦୂଷିତ କରୁଥିବା ସମ୍ପର୍କରେ ତଥ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି ବୋଲି ଜଳସମ୍ପଦ ବିଭାଗର ଜନ ସୂଚନା ଅଧିକାରୀ ସମ୍ପୃକ୍ତ ସୂଚନା ଅଧିକାରୀ କର୍ମୀଙ୍କୁ ଇ-ମେଲ ଯୋଗେ ଚିଠିର ଅବିକଳ ନକଲ ସହ ଅବଗତ କରାଇଛନ୍ତି। ସମସ୍ତ କେନାଲ, ଯୋରକୁ ଦୂଷିତ ଜଳ ଛାଡୁଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଓ ଚିକିତ୍ସାଳୟମାନଙ୍କର ମଧ୍ୟ ସୂଚନା ସଂଗ୍ରହ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri