ନଦୀକୁ ଖସିଲା ଜେସିବି, ବର୍ତ୍ତିଲେ ଚାଳକ

ମହାକାଳପଡ଼ା, ୮ା୬(ଡି.ଏନ୍‌.ଏ.): ମହାକାଳପଡା ବ୍ଲକ ବଡକୁଳ ଗ୍ରାମ ପାର୍ଶ୍ୱ ଲୁଣା ନଦୀ ଗର୍ଭକୁ ସୋମବାର ଏକ ଜେସିବି ମେଶିନ ଖସିପଡ଼ିଥିଲା। ଫଳରେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। କେନ୍ଦ୍ରାପଡା ଜଳସେଚନ ଡିଭିଜନ ପକ୍ଷରୁ ନଦୀ ବନ୍ଧ ପାର୍ଶ୍ୱରେ ଜେସିବି ସାହାଯ୍ୟରେ ପଥର ପ୍ୟାକିଂ ଚାଲୁଥିଲା। ଏହି ସମୟରେ ପ୍ରବଳ ଜୁଆର ପାଣି ଆସିବାରୁ ଜେସିବି ଭାରସାମ୍ୟ ହରାଇ ନଦୀ ମଧ୍ୟକୁ ଖସିପଡିଥିଲା।