ନଡ଼ିଆ କ୍ଷୀରରେ ହେୟାର ମାସ୍କ

ନିଜକୁ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ଜିନିଷ ବ୍ୟବହାର କରନ୍ତି। ଆଜିକାଲି ହେୟାର ଷ୍ଟ୍ରେଟନିଂ କରିବା ଏକ ଫ୍ୟାଶନରେ ପରିଣତ ହେଲାଣି। ହେୟାର ଷ୍ଟ୍ରେଟନିଂ କରି ଫ୍ୟାଶନେବୁଲ ଲାଗିବାକୁ ସବୁ ଯୁବତୀଙ୍କ ଇଚ୍ଛା। ହେଲେ ପାର୍ଲରରେ ଏହାକୁ କରିବାକୁ ପଡୁଥିବା ବେଳେ ଏହା ବହୁତ ବ୍ୟୟସାପେକ୍ଷ ମଧ୍ୟ। ତା’ ସହିତ ଏହାର ଆବଶ୍ୟକ ରକ୍ଷଣାବେକ୍ଷଣ ନିମନ୍ତେ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ପାର୍ଲରରେ ହେୟାର ଷ୍ଟ୍ରେଟନିଂ କଲେ କେମିକାଲ ଭାଗ ବହୁତ ରହିଥାଏ। ପ୍ରଥମେ ଏହା ଦେଖିବାକୁ ଭାରି ଆକର୍ଷଣୀୟ ଲାଗେ। ହେଲେ ଧୀରେ ଧୀରେ କେମିକାଲ ପ୍ରଭାବରେ କେଶର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। ତେବେ ଘରୋଇ ଉପାୟରେ କେଶ ଷ୍ଟ୍ରେଟ କିପରି କରିହେବ ସେ ବିଷୟରେ ଆସନ୍ତୁ ଜାଣିବା। ଏହାଦ୍ୱାରା କେଶର ଚମକ ବଜାୟ ରହିବ ଓ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହେବ ନାହିଁ।
ନଡ଼ିଆ କ୍ଷୀରରେ ହେୟାର ମାସ୍କ କରିବା ବିଧି:
ନଡ଼ିଆ କ୍ଷୀର କେଶ ଲାଗି ବହୁ ଲାଭଦାୟକ। ଏହା କେଶରେ ଚମକ ଆଣିବା ସହ କେଶ ଝଡ଼ିବା ସମସ୍ୟା ଓ ଚନ୍ଦାପଣରୁ ମଧ୍ୟ ଏହା ମୁକ୍ତି ଦେଇଥାଏ। ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବେ।
*ପ୍ରଥମେ ନାଳି ନଡ଼ିଆକୁ ସାଇଜ କରି କାଟି ତାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ସେଥିରୁ କ୍ଷୀର ବାହାର କରି ସେଥିରେ ୩ରୁ ୪ ବୁନ୍ଦା ଲେମ୍ବୁ ରସକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାପରେ ଏହି ପେଷ୍ଟକୁ ରାତିସାରା ଫ୍ରିଜ୍‌ରେ ରଖିଦିଅନ୍ତୁ। ସକାଳୁ ଦେଖିବେ ଏହା ଉପରେ ଏକ କ୍ରିମ୍‌ର ଆସ୍ତରଣ ହୋଇଯାଇଥିବ।


ଲଗାଇବା ବିଧି:
ନଡ଼ିଆ କ୍ଷୀରର ପେଷ୍ଟକୁ ଲଗାଇବା ପୂର୍ବରୁ କେଶକୁ ଧୋଇ କିଛି ସମୟ ଶୁଖିବାକୁ ଛାଡ଼ି ଦିଅନ୍ତୁ। ହେୟାର ଡ୍ରାୟର କିମ୍ବା ଅନ୍ୟ କୌଣସି ଯନ୍ତ୍ର ଦ୍ୱାରା କେଶକୁ ଶୁଖାନ୍ତୁ ନାହିଁ। ପୂର୍ବରୁ କରାଯାଇଥିବା ନଡ଼ିଆ ରସର ପେଷ୍ଟକୁ କେଶର ମୂଳରେ ଏବଂ ସମ୍ପୂର୍ଣ୍ଣ ମୁଣ୍ଡରେ ଭଲଭାବେ ଲଗାନ୍ତୁ। ଏହାପରେ ଗରମ ପାଣିରେ ଏକ ଟାଓ୍ବେଲକୁ ଭିଜାଇ ଦେଇ ପରେ ଚିପୁଡି ମୁଣ୍ଡରେ ଗୁଡ଼ାଇ ଦିଅନ୍ତୁ। ଆଉ ଏହାକୁ ୧ ଘଣ୍ଟା ଛାଡ଼ି ଦିଅନ୍ତୁ। ଘଣ୍ଟେ ପରେ ଥଣ୍ଡା ପାଣିରେ ମୁଣ୍ଡ ଧୋଇ ଦିଅନ୍ତୁ । ଗରମ ପାଣିରେ କେବେ ବି କେଶକୁ ଧୁଅନ୍ତୁ ନାହିଁ। ଆପଣ ଚାହିଁଲେ ଶାମ୍ପୁ, କଣ୍ଡିଶନର ବ୍ୟବହାର ମଧ୍ୟ କରିପାରିବେ। ସପ୍ତାହରେ ଅତି କମ୍‌ରେ ୩ ଥର ପ୍ରୟୋଗ କରନ୍ତୁ। ପ୍ରୟୋଗ କରିବା ପରେ ଏହାର ଫରକ ଜାଣି ପାରିବେ। ଏହାଦ୍ୱାରା କେଶ ନମନୀୟ, ଉଜ୍ଜ୍ୱଳ ହେବା ସହ ଷ୍ଟ୍ରେଟ ମଧ୍ୟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍‌

ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ

ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ…

ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍‌…

ସରିଲା ଆଜିର ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ଆନନ୍ଦ ମନରେ ପିଲାମାନେ…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri