Categories: ଜାତୀୟ

ନଜରବନ୍ଦୀରେ ଓମାର ପାଳିରେ ୫୦ତମ ଜନ୍ମ ଦିବସ: ସାକ୍ଷାତ୍‌ ଲାଗି ପିତା ଫାରୁକ୍‌ଙ୍କୁ ବି ମିଳିଲାନି ଅନୁମତି

ଶ୍ରୀନଗର,୧୧।୩: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ୨୦୧୯ ଅଗଷ୍ଟ ୫ଠାରୁ ନଜରବନ୍ଦୀରେ ଅଛନ୍ତି। ନିଜ ଜନ୍ମଦିନକୁ ଓମାର ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ତେବେ ଚଳିତ ଥର ତାଙ୍କୁ ସାକ୍ଷାତ କରିବା ଲାଗି ଅନୁମତି ମିଳିଥିବା ୬ ଜଣଙ୍କ ଉପସ୍ଥିତିରେ ଓମାର ଜନ୍ମଦିନ ପାଳନ କରିଛନ୍ତି। କିଛି ଦୂରରେ ନଜରବନ୍ଦୀ ଥିବା ପିତା ଫାରୁକ୍‌ ଅବଦୁଲାଙ୍କୁ ବି ଓମାରଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ମିଳି ନ ଥିଲା। ଫାରୁକ୍‌ଙ୍କୁ ତାଙ୍କ ଘରେ ନଜରବନ୍ଦୀ ରଖାଯାଇଥିବାବେଳେ ଓମାରଙ୍କୁ ଶ୍ରୀନଗରର ଏକ ଗେଷ୍ଟ ହାଉସ୍‌ରେ ନଜରବନ୍ଦୀ ଭାବେ ରଖାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଓମାରଙ୍କ ମା, ଭଉଣୀ ସାଫିୟା, ୨ ଦାଦା ପୁଅ ଏବଂ ଅନ୍ୟ ୨ଜଣ ସମ୍ପର୍କୀୟ କେକ୍‌ ଧରି ପହଞ୍ଚିଥିଲେ। ଓମାରଙ୍କ କିଛି ସାଙ୍ଗ ତାଙ୍କୁ ଭେଟିବା ଲାଗି ଅନୁମତି ଲୋଡ଼ିଥିଲେ। ତେବେ ସେମାନଙ୍କୁ ମନା କରି ଦିଆଯାଇଥିଲା। ସୂଚନାଯୋଗ୍ୟ, ଓମାର ୧୯୭୦ ମାର୍ଚ୍ଚ ୧୦ରେ ଇଂଲଣ୍ଡର ରଚଫୋର୍ଡଠାରେ ଜନ୍ମଗ୍ରହଣ କରିଥିଲେ।

Share