ନଗଡ଼ାରେ ପ୍ରଶାସନୀକ ଅଧିକାରୀଙ୍କ ଭିଡ : ବିକାଶ ପରଖିଲେ ପଞ୍ଚାୟତିରାଜ ପ୍ରକଳ୍ପ ନିର୍ଦ୍ଦେଶକ

କାଳିଆପାଣି,୮ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାରେ ଏବେ ବହୁ ପ୍ରଶାସନୀକ ଅଧିକାରୀଙ୍କ ଗସ୍ତ ଦେଖିବାକୁ ମିଳିଛି। ୨୦୧୬ରେ ଅପପୁଷ୍ଟିରେ ଶିଶୁମୃତ୍ୟୁ ଘଟଣା ପରେ ନଗଡ଼ାର ଉନ୍ନତି ପାଇଁ ସରକାର ପାଣି ଭଳି ଅର୍ଥ ଖର୍ଚ୍ଚ କରିଛନ୍ତି। ହେଲେ ୩ ବର୍ଷ ପରେ ବି ଏଠାକାର ଅଧିବାସୀଙ୍କ ଜୀବନଶୈଳୀ କିମ୍ବା ପାରିପାର୍ଶ୍ୱିକ ଉନ୍ନୟନ ଦିଗହରା ହୋଇଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଲୋକାୟୁକ୍ତଙ୍କ ନୋଟିସ୍‌କୁ ନେଇ ଦୈନନ୍ଦିନ ନଗଡ଼ାରେ ସରକାରୀ ଅଧିକାରୀ ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି।
ବୁଧବାର ଜିଲା ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ନଗଡ଼ାରେ ପହଞ୍ଚତ୍ ସ୍ଥତି ସମୀକ୍ଷା କରିଥିବା ବେଳେ ଗୁରୁବାର ରାଜ୍ୟ ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ(ପିଆର୍‌ଏସ୍‌ପିଡି) ରାଜେଶ ପ୍ରଭାକର ପାଟିଲ ନଗଡ଼ା ଗସ୍ତ କରିଛନ୍ତି। ତାଙ୍କ ସହ ଡେପୁଟି ସେକ୍ରେଟାରୀ ରୁରାଲ ହାଉସିଂ କୁଳମଣି ମିଶ୍ର, ଜୀବିକା ମିଶନର ନାରାୟଣ ମିଶ୍ର, ସୁକିନ୍ଦା ବିଡିଓ ବିଶ୍ୱଜିତ ଦାସ ପ୍ରମୁଖ ନଗଡା ଗସ୍ତରେ ସାମିଲହୋଇ ଉପର, ମଝି ଓ ତଳ ନଗଡାର ଘରଘର ବୁଲି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ। ବିଶେଷକରି ସ୍ବାସ୍ଥ୍ୟ, ଜୀବନ ଜୀବିକା, ଖାଦ୍ୟ ସୁରକ୍ଷା, ଅଙ୍ଗନବାଡି ପ୍ରଭୃତି କାର୍ଯ୍ୟର ତଦାରଖ କରିଥିଲେ। ଏହି ସମସ୍ତ ବିଭାଗରେ ୩ ବର୍ଷ ମଧ୍ୟରେ ହୋଇଥିବା ବ୍ୟୟ ନଗଡାବାସୀଙ୍କୁ କେତେଦୂର ଉପଦେୟତା ପ୍ରଦାନ କରିଛି ତାହା ପରଖିଥିଲେ। ଯାଜପୁର ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଗସ୍ତ ସମୟରେ ନଗଡାରେ ଖାଦ୍ୟ ସୁରକ୍ଷାରେ ମିଳୁଥିବା ସାମଗ୍ରୀରେ ବାଟମାରଣା ହେଉଥିବା ସମ୍ପର୍କରେ ନଗଡାବାସୀଙ୍କ ଅଭିଯୋଗ ଉପରେ ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ପାଟିଲ ତଦାରଖ କରିଥିଲେ। ସେହିପରି ଅଙ୍ଗନାଓ୍ବାଡି କେନ୍ଦ୍ରର ସ୍ଥାୟୀ ଗୃହ ଏବଂ ଶିଶୁ ମାନଙ୍କୁ ସକାଳ ଜଳଖିଆ ପ୍ରଦାନ କରା ନ ଯିବା ସମ୍ପର୍କରେ ମଧ୍ୟ ତଦାରଖ କରିଥିଲେ। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଦିଆଯାଇଥିବା ଛେଳି ଓ କୁକୁଡା ସମ୍ପର୍କରେ ଯାଞ୍ଚ କରିଥିଲେ। ନଗଡ଼ାରେ ଖାଦ୍ୟ ସୁରକ୍ଷା ସାମଗ୍ରୀ ପ୍ରଦାନ କରିବାକୁ ଦାୟିତ୍ୱ ନେଇଥିବା ଚିଙ୍ଗୁଡିପାଳର ଏକ ସ୍ବୟଂ ସହାୟକ ଗୋଷ୍ଠୀ ୨ରୁ ୩ ମାସରେ ଥରେ ସାମଗ୍ରୀ ନଗଡା ଠାରୁ ୧୫ କିମି ଦୂରରେ ପ୍ରଦାନ କରୁଛି। ଏମିତିକି ୨ରୁ ୩ମାସର ଏତେ ପରିମାଣ ସାମଗ୍ରୀ ପାହାଡ ଚଢ଼ି ଘରକୁ ନେବା ପରିବର୍ତ୍ତେ ଅଧିକାଂଶ ଜୁଆଙ୍ଗ ଜନଜାତି ଉକ୍ତ ଗୋଷ୍ଠୀକୁ ସ୍ବଳ୍ପ ମୂଲ୍ୟରେ ସାମଗ୍ରୀ ବିକ୍ରି କରି ଦେଉଛନ୍ତି। ଭାରପ୍ରାପ୍ତ ଜିଲାପାଳଙ୍କ ଗ୍ରସ୍ତ ପୂର୍ବରୁ ସମ୍ପୃକ୍ତ ଗୋଷ୍ଠୀ ନଗଡାର ହିତାଧିକାରୀଙ୍କ ଠାରୁ ସାମଗ୍ରୀ ନେଇଥିବା ରେଜିଷ୍ଟ୍ରାରରେ ଦସ୍ତଖତ କରାଇ ନେଇଥିବା ବିଷୟରେ ପ୍ରକଳ୍ପ ନିର୍ଦ୍ଦେଶକ ଜାଣିବାକୁ ପାଇଥିଲେ। ସେହିପରି ଅଧିକାଂଶ ଜୁଆଙ୍ଗ ହିତାଧିକାରୀଙ୍କ କିରୋସିନକୁ ହଡପ କରାଯାଉଥିବା ଜଣାପଡିଥିଲା। ଖାଦ୍ୟ ସୁରକ୍ଷା ସାମଗ୍ରୀର ହେଉଥିବା ବାଟମାରଣାକୁ ରୋକିବା ପାଇଁ ନଗଡାରେ ହଁି ସେମାନଙ୍କ ସାମଗ୍ରୀ ପ୍ରଦାନ କରିବାକୁ ଡାଇରେକ୍ଟର ସ୍ପେଶିଆଲ ପ୍ରୋଜେକ୍ଟ ନିର୍ଦ୍ଦେଶକ ପାଟିଲ ନିର୍ଦ୍ଦେଶ ଦେଇଥିଲେ। ପଞ୍ଚାୟତିରାଜ ପ୍ରକଳ୍ପ ନିର୍ଦ୍ଦେଶକ ପାଟିଲଙ୍କ ଉପସ୍ଥିତିରେ ଅଙ୍ଗନାୱାଡି କେନ୍ଦ୍ରରେ ସକାଳ ଜଳଖିଆ ଦିଆ ଯାଉ ନ ଥିବା ଅଭିଯୋଗ ପରେ ସୁକିନ୍ଦା ସିଡିପିଓ ସଂଯୁକ୍ତା କାନୁନ୍‌ଗୋ ଉକ୍ତ କେନ୍ଦ୍ରକୁ ଏକ ହାଇଜେନିକ୍‌ କିଟ୍‌, ସକାଳ ଜଳଖିଆ ସାମଗ୍ରୀ ପ୍ରଦାନ କରିଥିଲେ। ଗୁହିଆଶାଳରେ ୩ଜଣ ଓ ତଳ ନଗଡାରେ ଜଣେ ଦୁର୍ବଳ ଶିଶୁଙ୍କୁ ସ୍ପେସିଆଲ ନିୟ୍ୟୁଟ୍ରିଶନ୍‌ ସାମଗ୍ରୀ ପ୍ରଦାନ କରାଯାଇଛି। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପ୍ରଦାନ କରାଯାଇଥିବା ଛେଳି, କୁକୁଡା ଓ ନଗଡା ଲୋକଙ୍କ ଗୋରୁଙ୍କ ପାଇଁ ଅଲଗା ଗୁହାଳ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅର୍ଥରେ ନିର୍ମାଣ ପାଇଁ ସମ୍ପୃକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନଗଡା ଭଳି ତୁମୁଣି ଓ ଗୁହିଆଶାଳରେ ରହୁଥିବା ବାସିନ୍ଦାଙ୍କ ବିଷୟରେ ମଧ୍ୟ ସେମାନେ ଆଲୋଚନା କରି ଫେରିଥିଲେ। ପରେ ସୁକିନ୍ଦା ବ୍ଲକ ସଭାଗୃହରେ ଏକ ସମୀକ୍ଷା ବୈଠକ ହୋଇଥିଲା। ସେଠାରେ ନଗଡାର ବିକାଶ ପାଇଁ ନିଆଯାଇଥିବା ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ କରାଯିବା ଦିଗରେ ଆଲୋଚନା ହୋଇଥିଲ।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri