ନଗଡ଼ାରେ ପ୍ରଶାସନୀକ ଅଧିକାରୀଙ୍କ ଭିଡ : ବିକାଶ ପରଖିଲେ ପଞ୍ଚାୟତିରାଜ ପ୍ରକଳ୍ପ ନିର୍ଦ୍ଦେଶକ

କାଳିଆପାଣି,୮ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାରେ ଏବେ ବହୁ ପ୍ରଶାସନୀକ ଅଧିକାରୀଙ୍କ ଗସ୍ତ ଦେଖିବାକୁ ମିଳିଛି। ୨୦୧୬ରେ ଅପପୁଷ୍ଟିରେ ଶିଶୁମୃତ୍ୟୁ ଘଟଣା ପରେ ନଗଡ଼ାର ଉନ୍ନତି ପାଇଁ ସରକାର ପାଣି ଭଳି ଅର୍ଥ ଖର୍ଚ୍ଚ କରିଛନ୍ତି। ହେଲେ ୩ ବର୍ଷ ପରେ ବି ଏଠାକାର ଅଧିବାସୀଙ୍କ ଜୀବନଶୈଳୀ କିମ୍ବା ପାରିପାର୍ଶ୍ୱିକ ଉନ୍ନୟନ ଦିଗହରା ହୋଇଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଲୋକାୟୁକ୍ତଙ୍କ ନୋଟିସ୍‌କୁ ନେଇ ଦୈନନ୍ଦିନ ନଗଡ଼ାରେ ସରକାରୀ ଅଧିକାରୀ ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି।
ବୁଧବାର ଜିଲା ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ନଗଡ଼ାରେ ପହଞ୍ଚତ୍ ସ୍ଥତି ସମୀକ୍ଷା କରିଥିବା ବେଳେ ଗୁରୁବାର ରାଜ୍ୟ ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ(ପିଆର୍‌ଏସ୍‌ପିଡି) ରାଜେଶ ପ୍ରଭାକର ପାଟିଲ ନଗଡ଼ା ଗସ୍ତ କରିଛନ୍ତି। ତାଙ୍କ ସହ ଡେପୁଟି ସେକ୍ରେଟାରୀ ରୁରାଲ ହାଉସିଂ କୁଳମଣି ମିଶ୍ର, ଜୀବିକା ମିଶନର ନାରାୟଣ ମିଶ୍ର, ସୁକିନ୍ଦା ବିଡିଓ ବିଶ୍ୱଜିତ ଦାସ ପ୍ରମୁଖ ନଗଡା ଗସ୍ତରେ ସାମିଲହୋଇ ଉପର, ମଝି ଓ ତଳ ନଗଡାର ଘରଘର ବୁଲି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ। ବିଶେଷକରି ସ୍ବାସ୍ଥ୍ୟ, ଜୀବନ ଜୀବିକା, ଖାଦ୍ୟ ସୁରକ୍ଷା, ଅଙ୍ଗନବାଡି ପ୍ରଭୃତି କାର୍ଯ୍ୟର ତଦାରଖ କରିଥିଲେ। ଏହି ସମସ୍ତ ବିଭାଗରେ ୩ ବର୍ଷ ମଧ୍ୟରେ ହୋଇଥିବା ବ୍ୟୟ ନଗଡାବାସୀଙ୍କୁ କେତେଦୂର ଉପଦେୟତା ପ୍ରଦାନ କରିଛି ତାହା ପରଖିଥିଲେ। ଯାଜପୁର ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଗସ୍ତ ସମୟରେ ନଗଡାରେ ଖାଦ୍ୟ ସୁରକ୍ଷାରେ ମିଳୁଥିବା ସାମଗ୍ରୀରେ ବାଟମାରଣା ହେଉଥିବା ସମ୍ପର୍କରେ ନଗଡାବାସୀଙ୍କ ଅଭିଯୋଗ ଉପରେ ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ପାଟିଲ ତଦାରଖ କରିଥିଲେ। ସେହିପରି ଅଙ୍ଗନାଓ୍ବାଡି କେନ୍ଦ୍ରର ସ୍ଥାୟୀ ଗୃହ ଏବଂ ଶିଶୁ ମାନଙ୍କୁ ସକାଳ ଜଳଖିଆ ପ୍ରଦାନ କରା ନ ଯିବା ସମ୍ପର୍କରେ ମଧ୍ୟ ତଦାରଖ କରିଥିଲେ। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଦିଆଯାଇଥିବା ଛେଳି ଓ କୁକୁଡା ସମ୍ପର୍କରେ ଯାଞ୍ଚ କରିଥିଲେ। ନଗଡ଼ାରେ ଖାଦ୍ୟ ସୁରକ୍ଷା ସାମଗ୍ରୀ ପ୍ରଦାନ କରିବାକୁ ଦାୟିତ୍ୱ ନେଇଥିବା ଚିଙ୍ଗୁଡିପାଳର ଏକ ସ୍ବୟଂ ସହାୟକ ଗୋଷ୍ଠୀ ୨ରୁ ୩ ମାସରେ ଥରେ ସାମଗ୍ରୀ ନଗଡା ଠାରୁ ୧୫ କିମି ଦୂରରେ ପ୍ରଦାନ କରୁଛି। ଏମିତିକି ୨ରୁ ୩ମାସର ଏତେ ପରିମାଣ ସାମଗ୍ରୀ ପାହାଡ ଚଢ଼ି ଘରକୁ ନେବା ପରିବର୍ତ୍ତେ ଅଧିକାଂଶ ଜୁଆଙ୍ଗ ଜନଜାତି ଉକ୍ତ ଗୋଷ୍ଠୀକୁ ସ୍ବଳ୍ପ ମୂଲ୍ୟରେ ସାମଗ୍ରୀ ବିକ୍ରି କରି ଦେଉଛନ୍ତି। ଭାରପ୍ରାପ୍ତ ଜିଲାପାଳଙ୍କ ଗ୍ରସ୍ତ ପୂର୍ବରୁ ସମ୍ପୃକ୍ତ ଗୋଷ୍ଠୀ ନଗଡାର ହିତାଧିକାରୀଙ୍କ ଠାରୁ ସାମଗ୍ରୀ ନେଇଥିବା ରେଜିଷ୍ଟ୍ରାରରେ ଦସ୍ତଖତ କରାଇ ନେଇଥିବା ବିଷୟରେ ପ୍ରକଳ୍ପ ନିର୍ଦ୍ଦେଶକ ଜାଣିବାକୁ ପାଇଥିଲେ। ସେହିପରି ଅଧିକାଂଶ ଜୁଆଙ୍ଗ ହିତାଧିକାରୀଙ୍କ କିରୋସିନକୁ ହଡପ କରାଯାଉଥିବା ଜଣାପଡିଥିଲା। ଖାଦ୍ୟ ସୁରକ୍ଷା ସାମଗ୍ରୀର ହେଉଥିବା ବାଟମାରଣାକୁ ରୋକିବା ପାଇଁ ନଗଡାରେ ହଁି ସେମାନଙ୍କ ସାମଗ୍ରୀ ପ୍ରଦାନ କରିବାକୁ ଡାଇରେକ୍ଟର ସ୍ପେଶିଆଲ ପ୍ରୋଜେକ୍ଟ ନିର୍ଦ୍ଦେଶକ ପାଟିଲ ନିର୍ଦ୍ଦେଶ ଦେଇଥିଲେ। ପଞ୍ଚାୟତିରାଜ ପ୍ରକଳ୍ପ ନିର୍ଦ୍ଦେଶକ ପାଟିଲଙ୍କ ଉପସ୍ଥିତିରେ ଅଙ୍ଗନାୱାଡି କେନ୍ଦ୍ରରେ ସକାଳ ଜଳଖିଆ ଦିଆ ଯାଉ ନ ଥିବା ଅଭିଯୋଗ ପରେ ସୁକିନ୍ଦା ସିଡିପିଓ ସଂଯୁକ୍ତା କାନୁନ୍‌ଗୋ ଉକ୍ତ କେନ୍ଦ୍ରକୁ ଏକ ହାଇଜେନିକ୍‌ କିଟ୍‌, ସକାଳ ଜଳଖିଆ ସାମଗ୍ରୀ ପ୍ରଦାନ କରିଥିଲେ। ଗୁହିଆଶାଳରେ ୩ଜଣ ଓ ତଳ ନଗଡାରେ ଜଣେ ଦୁର୍ବଳ ଶିଶୁଙ୍କୁ ସ୍ପେସିଆଲ ନିୟ୍ୟୁଟ୍ରିଶନ୍‌ ସାମଗ୍ରୀ ପ୍ରଦାନ କରାଯାଇଛି। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପ୍ରଦାନ କରାଯାଇଥିବା ଛେଳି, କୁକୁଡା ଓ ନଗଡା ଲୋକଙ୍କ ଗୋରୁଙ୍କ ପାଇଁ ଅଲଗା ଗୁହାଳ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅର୍ଥରେ ନିର୍ମାଣ ପାଇଁ ସମ୍ପୃକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନଗଡା ଭଳି ତୁମୁଣି ଓ ଗୁହିଆଶାଳରେ ରହୁଥିବା ବାସିନ୍ଦାଙ୍କ ବିଷୟରେ ମଧ୍ୟ ସେମାନେ ଆଲୋଚନା କରି ଫେରିଥିଲେ। ପରେ ସୁକିନ୍ଦା ବ୍ଲକ ସଭାଗୃହରେ ଏକ ସମୀକ୍ଷା ବୈଠକ ହୋଇଥିଲା। ସେଠାରେ ନଗଡାର ବିକାଶ ପାଇଁ ନିଆଯାଇଥିବା ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ କରାଯିବା ଦିଗରେ ଆଲୋଚନା ହୋଇଥିଲ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri