ନକ୍ସା ବିବାଦ ମାମଲାରେ ପଛଘୁଞ୍ଚା ଦେଲା ନେପାଳ

କାଠମାଣ୍ଡୁ,୨୭।୫: ନେପାଳ ନିଜର ନୂଆ ମାନଚିତ୍ରରେ ଭାରତର କେତେକ ଅଞ୍ଚଳକୁ ସ୍ଥାନ ଦେଇଥିବାରୁ ନିକଟରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ହେଲେ ରାଜନୈତିକ ଓ କୂଟନୈତିକ ସମ୍ପର୍କ ମଧ୍ୟରେ ନେପାଳ ଏବେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଯାହା ଭାରତର କୂଟନୈତିକ ବିଜୟ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ନେପାଳ ଦ୍ୱାରା ଜାରି କରାଯାଇଥିବା ନୂଆ ମାନଚିତ୍ରକୁ ଦେଶର ସମ୍ବିଧାନ ସହ ଯୋଡିବା ପାଇଁ ବୁଧବାର ସଂସଦରେ ସମ୍ବିଧାନ ସଂଶୋଧନର ପ୍ରସ୍ତାବ ଉପସ୍ଥାପନ ହେବାର ଥିଲା। ମାତ୍ର ଏହା ଉପରେ ଆଲୋଚନା କାରିବା ତ ଦୂରର କଥା ନେପାଳ ସରକାର ଠିକ୍‌ ସମୟରେ ପଛଘୁଞ୍ଚା ଦେଇ ସମ୍ବିଧାନର ସଂଶୋଧନ ପ୍ରକ୍ରିୟାକୁ ସଂସଦର ଏଜେଣ୍ଡାରୁ ହଟାଇ ଦେଇଥିଲେ। ସୂଚନା ମୁତାବକ ମଙ୍ଗଳବାର ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଓଲି ନୂଆ ମାନଚିତ୍ର ପ୍ରସଙ୍ଗରେ ରାଷ୍ଟ୍ରୀୟ ସହମତି ପାଇଁ ଏକ ସର୍ବଦଳୀୟ ବୈଠକ ଡକାଇଥିଲେ। ଏହି ବୈଠକରେ ସମସ୍ତ ଦଳର ନେତା ଭାରତ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲେ।

Share