ନକଲି ମଦ କାରଖାନା ଠାବ

ପରଜଙ୍ଗ, ୨୫।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଚଷା ରୋଡ୍‌ ଗ୍ରାମରୁ ମଙ୍ଗଳବାର ଏକ ନକଲି ମଦ ତିଆରି କାରଖାନା ଠାବ କରାଯାଇଛି। ଘଟଣାସ୍ଥଳରୁ ମଦ ପ୍ୟାକିଂ ମେଶିନ, ୪୬୪ ବୋତଲ ନକଲି ମଦ, ସ୍ପିରିଟ୍‌, କଲର, ଏସିଡ୍‌, ବାରକୋଡ଼, ଲେବୁଲ, ଖାଲି ବୋତଲ ସମେତ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି। ବେଆଇନ ନକଲି ମଦ ତିଆରି କରୁଥିବା ଅଭିଯୋଗରେ ଛକଡି ପୃଷ୍ଟିଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ବଡ଼ ଭାଇ ପାଣ୍ଡବ, ପୁତୁରା ସଞ୍ଜୟ ଏବଂ ପ୍ରଭାତ ଫେରାର ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ ନଂ. ୬୪/୨୦ରେ ମାମଲା ରୁଜୁ ହୋଇଛି। ବୁଧବାର ଛକଡ଼ିଙ୍କୁ କୋର୍ଟ ଚାଲାଣ କରାଯାଇଛି। ଖୁବ୍‌ଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ସନ୍ତୋଷ ପ୍ରଧାନ ସୂଚନା ଦେଇଛନ୍ତି। ଏପରି ନକଲି ମଦ ପ୍ରସ୍ତୁତିରେ ବିଧିବଦ୍ଧ ଭାବେ ଏକ ର଼୍ୟାକେଟ କାମ କରୁଥିବା ଅନୁମାନ କରାଯାଉଛି। ଏହି ଘଟଣାର ତଦନ୍ତ ଦାୟିତ୍ୱ ଏସ୍‌ଆଇ ସରୋଜ ସେଠୀଙ୍କୁ ପ୍ରଦାନ କରାଯାଇଛି।