ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ: ୪ ଅଟକ

ଛତିଆ,୧୩।୧(ଡି.ଏନ୍‌.ଏ.): ଯାଜପୁର ଜିଲା ଛତିଆ ନିକଟ ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ନକଲି ଜର୍ଦ୍ଦା କାରଖାନା ଉପରେ ସୋମବାର ଚଢ଼ାଉ କରାଯାଇଛି। ଥାନା ଅଧିକାରୀଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ସହିତ ମେଶିନ, ବହୁ ସାମଗ୍ରୀ ଓ ବିଭିନ୍ନ କମ୍ପାନୀର ଲୋଗୋ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ହେବ ବୋଲି ଜଣାପଡ଼ିଛି।
ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଛତିଆ ବିଟ୍‌ ହାଉସରେ ଅଟକ ରଖାଯାଇଛି ।