ନଓ୍ବାଜ୍‌ ଶରିଫ୍‌ଙ୍କୁ ଜେଲ୍‌ରେ ଦିଆଯାଇଛି ଜହର: ପୁଅ ଆଣିଲେ ଅଭିଯୋଗ

ଇସଲାମାବାଦ୍‌,୨୩।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏନେଇ ତାଙ୍କ ପୁଅ ହୁସେନ୍‌ ନଓ୍ବାଜ୍‌ ଲଣ୍ଡନରୁ ଟୁଇଟ୍‌ କରି ପାକିସ୍ତାନ ସରକାରଙ୍କ ଉପରେ ଅଭିଯୋଗ ଆଣିିଛନ୍ତି। ତାଙ୍କ ପିତାଙ୍କୁ ଜେଲ୍‌ରେ ଜହର ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହାର ପ୍ରଭାବରେ ତାଙ୍କ ପିତାଙ୍କ ଶରୀରରେ ପ୍ଲେଟ୍‌ଲେଟସ୍‌ ସଂଖ୍ୟା କମିବାରେ ଲାଗିଥିବା ସେ କହିଛନ୍ତି। ହୁସେନଙ୍କ ମନ୍ତବ୍ୟ ନେଇ ପାକିସ୍ତାନ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ନଓ୍ବାଜଙ୍କୁ ଦୁର୍ନୀତି ଅଭିଯୋଗରେ ଲାହୋରସ୍ଥିତ କୋଟ ଲଖପତ୍‌ ଜେଲ୍‌ରେ ରଖାଯାଇଛି।

Share