ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମାଙ୍କ ପରଲୋକ

ମୁମ୍ବାଇ,୮।୧୨: ବଲିଉଡ୍‌ର ନାଁ କରା କଳାକାର ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମା ତାମସି ସିଦ୍ଦିକିଙ୍କ ଶୁକ୍ରବାର ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିବା ବେଳେ ପୁଣେରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏବେ ଏକ ଫିଲ୍ମ ଶୁଟିଂରେ ନଓ୍ବାଜୁଦ୍ଦିନ ଆମେରିକାରେ ଥିବା ଜଣାପଡିଛି। ଗତବର୍ଷ ଅକ୍ଟୋବରରେ ସିଦ୍ଦିକି ତାଙ୍କ ଭଉଣୀଙ୍କ କଥା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ। ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଭଉଣୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ସାୟମା ୧୮ ବର୍ଷ ବୟସରୁ ବ୍ରେଷ୍ଟ କ୍ୟାନସରରେ ପୀଡିତ ବୋଲି କହିଥିଲେ। ଦୀର୍ଘଦିନ ଧରି ସେ କଷ୍ଟ ପାଉଥିବା ବେଳେ ତାଙ୍କ ୨୫ ତମ ଜନ୍ମଦିବସରେ ସିଦ୍ଦିକି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାସହ ସାୟମାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମଧ୍ୟ ଉକ୍ତ ଟୁଇଟରେ ସେ ଧନ୍ୟବାଦ ଜଣାଇଥିଲେ। ତେବେ ସାୟମାଙ୍କ ଅନ୍ତିମ ସଂସ୍କାର ରବିବାର ତାଙ୍କ ପୈତୃକ ଗ୍ରାମ ଉତ୍ତର ପ୍ରଦେଶରେ କରାଯିବ ବୋଲି ଜଣାପଡିଛି।

Share