ନଏଡା ପରେ ଏବେ ଗାଜିଆବାଦ ବର୍ଡର ସିଲ୍‌: କେବଳ ପାସ୍‌ଧାରୀଙ୍କୁ ମିଳିବ ପ୍ରବେଶ ଅନୁମତି

ଗାଜିଆବାଦ,୨୫।୫: ଉତ୍ତରପ୍ରଦେଶ ଗାଜିଆବାଦରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମଣ ମାମଲା ତୀବ୍ରଗତିରେ ବଢ଼ିବାରେ ଲାଗିଛି। କରୋନା ମାମଲାକୁ ବଢ଼ୁଥିବା ଦେଖି ଗାଜିଆବାଦ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ସୋମବାର ଦିଲ୍ଲୀ-ଗାଜିଆବାଦ ବର୍ଡରକୁ ସିଲ୍‌ କରିବା ପାଇଁ ଗାଜିଆବାଦ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଠାରେ ଲଗାତର ଭାବେ କରୋନା ଭାଇରସ୍‌ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ କେବଳ ପାସ୍‌ଧାରୀଙ୍କୁ ଜିଲାରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ। କିନ୍ତୁ ଡାକ୍ତର, ପାରାମେଡିକାଲ ଷ୍ଟାଫ୍‌, ପୋଲିସ ଓ ବ୍ୟାଙ୍କ କର୍ମଚାରୀଙ୍କୁ କୌଣସି ପାସ୍‌ର ଆବଶ୍ୟକତା ନାହିଁ। ସେମାନେ ନିଜର ପରିଚୟ ପତ୍ର ଦେଖାଇ ବର୍ଡର ପାର କରିପାରିବେ ବୋଲି ଜିଲାପାଳ କହିଛନ୍ତି।

Share