Posted inଖେଳ

ନଂ ୪ ଉପରେ ଫୋକସ ଭାରତ- ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ଓ୍ବାର୍ମଅପ୍‌

ଲଣ୍ଡନ,୨୪।୫(ପି.ଟି.)- ଆଉ ମାତ୍ର ୭ ଦିନ ପରେ ଇଂଲଣ୍ଡରେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରାଇଟ୍‌ ଦଳ ଭାରତ ତା’ର ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଶନିବାର ନ୍ୟୁଜିଲାଣ୍ଡକୁ ଭେଟିବ। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ଭାରତ ତା’ର ପ୍ରସ୍ତୁତି ଜୋର୍‌ଦାର କରିବା ଲକ୍ଷ୍ୟରେ ରହିଛି। ଭାରତ ପାଇଁ ବ୍ୟାଟିଂ କ୍ରମର ୪ ନମ୍ବର ସ୍ଥାନକୁ ନେଇ ଦ୍ୱନ୍ଦ୍ୱ ଏବେ ବି ଜାରି ରହିଛି। ଭାରତ ଏହି ସ୍ଥାନରେ ପରୀକ୍ଷା ନିରୀକ୍ଷା କରିବ। କେବଳ ସେତିକ ନୁହଁ ଭାରତ ତା’ର ବୋଲିଂ ବିଭାଗ ସମେତ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଓ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ୪ ନମ୍ବରରେ ବ୍ୟାଟିଂ କରାଇବାର ସୁଯୋଗ ଦେଇ ଏକ୍ସପେରିମେଣ୍ଟ କରିବା ଆଶା କରାଯାଉଛି।
୧୯୯୨ରେ ଅନୁଷ୍ଠିତ ବିଶ୍ୱକପ୍‌ ଫର୍ମାଟ ଅନୁଯାୟୀ ଏଥର ଏହି ମେଗା ଇଭେଣ୍ଟ ଖେଳାଯିବ। ତେଣୁ ବିଶ୍ୱକପ୍‌ ବେଶ୍‌ ଚ୍ୟାଲେଞ୍ଜିଂ ହେବ ବୋଲି ଆଶା କରାଯାଉଛି। ଦୁଇଟି ବିଶ୍ୱକପ୍‌ ଟାଇଟଲ ହାସଲ କରିଥିବା ଭାରତୀୟ ଦଳ ଏଥର ବିରାଟ କୋହଲିଙ୍କ ନେତୃତ୍ୱରେ ଇଂଲଣ୍ଡରେ ପହଞ୍ଚିଛି। ପୂର୍ବରୁ ଭାରତ ୧୯୮୩ ଓ ୨୦୧୧ରେ ଟାଇଟଲ ହାସଲ କରିଥିଲା। ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଇଂଲଣ୍ଡ ପଛରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ସହିତ ଆୟୋଜକ ଇଂଲଣ୍ଡ ଓ ଭାରତ ଏଥର ଫେଭରାଇଟ୍‌ ବିବେଚିତ ହେଉଛନ୍ତି। ଜୁନ୍‌ ୫ ତାରିଖରେ ଭାରତ ସାଉଥାମ୍ପଟନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ତେବେ ଏହି ଓ୍ବାର୍ମ- ଅପ୍‌ ମ୍ୟାଚ୍‌ ମାଧ୍ୟମରେ ଭାରତ ଇଂଲଣ୍ଡ ରାଜଧାନୀ ଲଣ୍ଡନରେ ତା’ର ପ୍ରଥମ ମ୍ୟାଚ୍‌ ଖେଳିବାର ସୁଯୋଗ ହାସଲ କରିଛି।
ଦିନିକିଆ ଫର୍ମାଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ବିରାଟ କୋହଲିଙ୍କ ସମେତ ପେସ୍‌ ଓ ସ୍ପିନକୁ ନେଇ ସନ୍ତୁଳିତ ଥିବା ଭାରତୀୟ ବୋଲିଂ ବିଭାଗ ଉପରେ ସମସ୍ତଙ୍କ ନଜର ରହିବ। ଦୁଇ ଓପନର ରୋହିତ ଶର୍ମା, ଶିଖର ଧାଓ୍ବନ ଓ କୋହଲି ବିଶ୍ୱର ଶ୍ରେଷ୍ଠ ଟପ୍‌-୩ ବିବେଚିତ ହେଉଛନ୍ତି। ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ, ଅଲରାଉଣ୍ଡର କେଦାର ଯାଦବ ଓ ବିଗ୍‌ ହିଟିଂ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ବ୍ୟାଟିଂ ଲାଇନର ଗଭୀରତା ବଢାଇଛନ୍ତି। ଇଂଲଣ୍ଡ ପରିବେଶରେ ଭାରତୀୟ ପେସ୍‌ ବାହିନୀ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଯଶପ୍ରୀତ ବୁମ୍‌ରା ଏବେ ବିଶ୍ୱର ଶ୍ରେଷ୍ଠ ଦିନିକିଆ ବୋଲର ବିବେଚତ ହେଉଛନ୍ତି। ବୁମ୍‌ରାଙ୍କ ସହିତ ମହମ୍ମଦ ସାମି, ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକଙ୍କୁ ନେଇ ଗଠିତ ଭାରତୀୟ ଦ୍ରୁତ ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ମନେହେଉଛି। ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଭାରତୀୟ ବୋଲିଂ ବିଭାଗରେ ବିବିଧତା ଆଣିବେ।
ଅପରପକ୍ଷରେ ନ୍ୟୁଜିଲାଣ୍ଡ ମଧ୍ୟ ଏଥର ବିଶ୍ୱକପ୍‌ରେ କିଛି କରି ଦେଖାଇବାକୁ ବ୍ୟଗ୍ର ରହିଛି। ଭାରତ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳିବାକୁ ଯାଉଥିବାର ଆମ ପାଇଁ ଏହା ଲାଭଦାୟକ ହେବ ବୋଲି ନ୍ୟୁଜିଲାଣ୍ଡ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ୍‌ ଟେଲର କହିଛନ୍ତି। ନ୍ୟୁଜିଲାଣ୍ଡ ଏକ ବିଶ୍ୱସ୍ତରୀୟ ଦଳ ହୋଇଥିବାରୁ ଭାରତକୁ ସମସ୍ୟାରେ ପକାଇବ। ଭାରତ ମଧ୍ୟ ଏହି ମ୍ୟାଚ୍‌ ଖେଳି ଇଂଲଣ୍ଡ ପରିବେଶ ସହ ଖାପଖୁଆଇବା ସହିତ ନିଜ ସାମର୍ଥ୍ୟକୁ ପରଖିବାର ସୁଯୋଗ ହାସଲ କରିବ। ନ୍ୟୁଜିଲାଣ୍ଡ ଶେଷଥର ପାଇଁ ପେବୃୟାରୀ ୧୯ରେ ବାଂଲାଦେଶ ବିପକ୍ଷରେ ଦିନିକିଆ ଖେଳିଥିଲା।
ଭଲ ପ୍ରଦର୍ଶନ ନେଇ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ମଧ୍ୟ ଆଶାବାଦୀ ଅଛନ୍ତି। ଗତ କେତେମାସ ହେବ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳି ନାହାନ୍ତି। ଏହି ମ୍ୟାଚ୍‌ ଖେଳିବାକୁ ଆମେ ବ୍ୟଗ୍ର ବୋଲି ଓ୍ବିଲିୟମଶନ କହିଛନ୍ତି। ବିଶ୍ୱକପ୍‌ର ସବୁ ଚ୍ୟାଲେଞ୍ଜକୁ ସାମ୍‌ନା କରିବାକୁ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଆଙ୍ଗୁଠିରେ ଆଘାତ ସମସ୍ୟା କାରଣରୁ ଉଇକେଟକିପର ଟମ୍‌ ଲାଥମ ଏହି ଅଭ୍ୟାସ ଖେଳିପାରିବେ ନାହିଁ। ତାଙ୍କ ସ୍ଥାନରେ ନବାଗତ ଟମ୍‌ ବ୍ଲଣ୍ଡେଲ ଦଳରେ ସାମିଲ ହୋଇଛନ୍ତି ବୋଲି ଓ୍ବିଲିୟମଶନ କହିଛନ୍ତି। ମୋଟାମୋଟି ଉପରେ ଏହି ଓ୍ବାର୍ମ ଅପ୍‌ ଭାରତ ପାଇଁ ଉପାଦେୟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଯଶପ୍ରୀତ ବୁମ୍‌ରା, ୟୁଜବେନ୍ଦ୍ର ଚହଲ, ଶିଖର ଧାଓ୍ବନ, ମହେନ୍ଦ୍ର ସିଂ ଧୋନୀ (ଉଇକେଟ କିପର), ରବୀନ୍ଦ୍ର ଜାଡେଜା, କେଦାର ଯାଦବ, ଦୀନେଶ କାର୍ତ୍ତିକ (ଉଇକେଟକିପର), ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ଲୋକେଶ ରାହୁଲ, ମହମ୍ମଦ ସାମି, ବିଜୟ ଶଙ୍କର, ରୋହିତ ଶର୍ମା ଓ କୁଲଦୀପ ଯାଦବ।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ଟମ୍‌ ବ୍ଲଣ୍ଡଲ (ଉଇକେଟକିପର), ଟ୍ରେଣ୍ଟ ବୋଲ୍ଟ, କଲିନ ଡି ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, ମାର୍ଟିନ ଗୁପ୍ଟିଲ, ମ୍ୟାଟ ହେନେରୀ, ଟମ୍‌ ଲାଥମ (ଉଇକେଟ କିପର), କଲିନ ମୁନରୋ, ଜିମି ନିଶାମ, ହେନରୀ ନିକୋଲ୍ସ, ମିଚେଲ ସାଣ୍ଟନର, ଇଶ୍‌ ସୋଧୀ, ଟିମ୍‌ ସାଉଦି ଓ ରସ୍‌ ଟେଲର।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୩.୦୦
ସ୍ଥାନ: କେନିଂଟନ ଓଭାଲ, ଲଣ୍ଡନ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri