Categories: ଖେଳ

ଧୋନୀ ଧୋନୀ ଗୁଞ୍ଜରିତ ହେଲା ଓ୍ବାଙ୍ଖ୍‌ଡେ

ମୁମ୍ବାଇ,୧୫।୧- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟଠାରୁ ଦୀର୍ଘଦିନ ହେଲା ଦୂରେଇ ରହିଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକ ଏବେ ମଧ୍ୟ ତାଙ୍କୁ ଅପେକ୍ଷା କରିରହିଛନ୍ତି। ଏଠାରେ ଭାରତ ବିପକ୍ଷ ଦିନିକିଆ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ଦଳ ୧୦ ଉଇକେଟରେ ଜିତିନେଇ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି। ମ୍ୟାଚ୍‌ରେ ନିୟମିତ ଉଇକେଟକିପର ରିଷଭ ପନ୍ତ ଆହତ ଥିବାରୁ ତାଙ୍କ ସ୍ଥାନରେ ଲୋକେଶ ରାହୁଲ ଉଇକେଟପଛରେ ରହିଥିଲେ। ମ୍ୟାଚ୍‌ରେ ସେ ଏକ ସହଜ କ୍ୟାଚ ହାତଛଡ଼ା କରିଥିଲେ। ଫଳରେ ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକମାନେ ଧୋନୀ…ଧୋନୀ.. ନାରା ଲଗାଇବା ଆରମ୍ଭ କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

Share