Categories: ଜାତୀୟ

ଧୋନୀ ଜଣେ ଦେଶଭକ୍ତ: ଗିରିରାଜ

ଲଣ୍ଡନ,୯।୬: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଗ୍ଲୋଭ୍ସ ନେଇ ଚର୍ଚ୍ଚା ଜୋର ଧରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତୀୟ ଆର୍ମି ପ୍ରତୀକ ବଳିଦାନ ବ୍ୟାଜ ପରିଧାନ କରିବା ପରେ ଏନେଇ ଏବେ ବିବାଦ ଦେଖାଦେଇଛି। ଏନେଇ ସାରା ଦେଶ ଧୋନୀଙ୍କ ସପକ୍ଷରେ ଯୁକ୍ତି ବାଢିଥିବାବେଳେ ଏଥିରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଧୋନୀ ଜଣେ ଦେଶଭକ୍ତ। ତାଙ୍କୁ ଗୋଭ୍ସକୁ ନେଇ ଅଯଥା ବିବାଦ କରାଯାଉଛି। ପାକିସ୍ତାନ ଏଥିରେ ଅଯଥା ମୁଣ୍ଡ ନ ଖେଳାଉଇବା ଉଚିତ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗ୍ଲୋଭ୍ସରେ ଲାଗିଥିବା ଆର୍ମିର ପ୍ରତୀକ ବଳିଦାନ ଚିହ୍ନକୁ ଗ୍ଲୋଭ୍ସରୁ ହଟାଇବା ପାଇଁ ଆଇସିସି ପକ୍ଷରୁ ବିସିସିଆଇକୁ ନିବେଦନ କରାଯାଇଥିଲା। ପରେ ପାକିସ୍ତାନର ବିଜ୍ଞାନ ଓ ବୈଷୟିକ ବିଭାଗୀୟ ମନ୍ତ୍ରୀ ଫଓ୍ବାଦ ଆଲାମ ଚୌଧରୀ ଟୁଇଟରରେ ପ୍ରତିକ୍ରିୟା ରଖି କହିଥିଲେ, ଧୋନୀ ତୁମେ ଇଂଲଣ୍ଡକୁ କ୍ରିକେଟ ଖେଳିବାକୁ ଯାଇଛ, ମହାଭାରତ ନୁହେଁ। ଭାରତୀୟ ଗଣମାଧ୍ୟମ ମୂର୍ଖଙ୍କ ଭଳି ଚର୍ଚ୍ଚା କରୁଛି। କେତେକ ଗଣମାଧ୍ୟମକୁ କେବଳ ଯୁଦ୍ଧ ଦରକାର। ସେମାନଙ୍କୁ ସିରିୟା କିମ୍ବା ଆଫଗାନିସ୍ତାନ ପଠାଇଦେବା ଉଚିତ ବୋଲି ଫଓ୍ବାଦ ଟୁଇଟରେ ଲେଖିଥିଲେ।

Share