Categories: ଖେଳ

ଧୋନୀଙ୍କ ପାଇଁ ପାଗଳ ପ୍ରଶଂସକ: ପ୍ରସ୍ତୁତ କଲେ ରାପ୍‌ ସଙ୍ଗ୍‌, ୟୁଟ୍ୟୁବରେ ମଚାଇଲା ଧୁମ୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କେବେ କ୍ରିକେଟକୁ ଫେରିବେ ତାକୁ ନେଇ ସବୁଠି ଚର୍ଚ୍ଚା। ପ୍ରଶଂସକମାନେ ମଧ୍ୟ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ନିକଟରେ ଧୋନୀଙ୍କର ଜଣେ ପ୍ରଶଂସକ ତାଙ୍କୁ ନେଇ ଏକ ରାପ୍‌ ସଙ୍ଗ୍‌ ପ୍ରସ୍ତୁତ କରିଛନ୍ତି। ଯାହା ସୋସିଆଲ ମିଡିଆରେ ଧୁମ୍‌ ମଚାଇଛି। ଧୋନୀଙ୍କ ପୂରା କ୍ୟାରିୟରକୁ ନେଇ ପ୍ରସ୍ତୁତ ଏହି ଗୀତଟିକୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି। ଏହି ଗୀତଟିକୁ ଏମ୍‌ଏସ ଧୋନୀ ରାପ୍‌ ସଙ୍ଗ୍‌ ନାମରେ ଟିମ୍‌ ଷ୍ଟାରଡମ ଏମ୍ପାୟାର୍‌ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗୀତଟିକୁ ୨୦ ଲକ୍ଷରୁ ଅଧିକ ୟୁଜର୍ସ ଦେଖିସାରିଛନ୍ତି। ସୂଚନାଯୋଗ୍ୟ, ଧୋନୀ ୨୦୧୯ ବିଶ୍ୱକପ ପରେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ସେ ପୁଣି କେବେ କ୍ରିକେଟ ଜଗତକୁ ଫେରିବେ ତାହା ପ୍ରଶ୍ନବାଚୀ ହୋଇରହିଛି।

Share