Categories: ଖେଳ

ଧୋନୀଙ୍କ ପାଇଁ କବିତା ଲେଖିଲେ ଜାଡେଜା

କରୋନା ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରହିଛି। ଫଳରେ କ୍ରିକେଟର ଏବେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ଭାରତୀୟ ଷ୍ଟାର୍‌ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କଥା ବେଶୀ ମନେ ପଡୁଛି। ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ଏକ ଫଟୋ ଶେୟାର କବିତା ଲେଖିଛନ୍ତି ଜାଡେଜା। ସେ ତାଙ୍କୁ ବ ଭାଇ ବୋଲି ସମ୍ବୋଧନ କରି ଲେଖିଛନ୍ତି, ‘ତୁମହାରି ନଜରୋ ମେଁ ହମ୍‌ନେ ଦେଖା ଅଜୀବ ସି ଚାହତ ଝଲକ ରହି ହେ’। ଇଣ୍ଡିଆନ ପ୍ରିମିୟର୍‌ ଲିଗ(ଆଇପିଏଲ)ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ(ସିଏସ୍କେ) ଟିମ୍‌ରେ ଧୋନୀଙ୍କ ଅଧୀନରେ ଖେଳୁଥିବା ଜାଡେଜଙ୍କେ ଏହି କବିତା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share