Categories: ଖେଳ

ଧୋନୀଙ୍କୁ ମିସ୍‌ କରୁଛନ୍ତି ପାଣ୍ଡ୍ୟା

ନୂଆଦିଲ୍ଲୀ,୩।୧୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ କେବଳ ତାଙ୍କ ପ୍ରଶଂସକ ନୁହେଁ, ସାଥୀ ଖେଳାଳିମାନେ ମିସ୍‌ କରୁଛନ୍ତି। ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧୋନୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁ ଫଟୋରେ ଧୋନୀଙ୍କ ଝିଅ ଜିଭାଙ୍କୁ ଧରି ସେ ରାସ୍ତାରେ ଯାଉଛନ୍ତି। ଏହାର କ୍ୟାପଶନ୍‌ରେ ଉଭୟ ଜିଭା ଏବଂ ଧୋନୀଙ୍କୁ ମିସ୍‌ କରୁଥିବା ପାଣ୍ଡ୍ୟା କହିଛନ୍ତି। ସୋtସିଆଲ ମିଡିଆ ୟୁଜର୍ସ ପାଣ୍ଡ୍ୟାଙ୍କ ସହ ସ୍ବର ମିଳାଇ ଧୋନୀଙ୍କ ପୁଣି ପଡିଆରେ ଦେଖିବାsକୁ ଚାହୁଁଛୁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡରେ ଆୟୋଜିତ ୨୦୧୯ ବିଶ୍ୱକପ୍‌ ପରଠାରୁ ଧୋନୀଙ୍କୁ ଆଉ ପଡିଆରେ ଦେଖିବାକୁ ମିଳିନାହିଁ।
Share