Categories: ଖେଳ

ଧୋନୀଙ୍କୁ ଭିଡରୁ ରକ୍ଷା କଲେ ଏହି ମହିଳା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ମୈଦାନରୁ ଦୂରେଇ ଥିଲେ ମଧ୍ୟ ଆଜି ବି ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଏତେ ଅଧିକ ଯେ, ସେ ଯେଉଁଠାରେ ପହଞ୍ଚୁଛନ୍ତି ତାଙ୍କ ଝଲକ୍‌ ଟିକେ ପାଇବା ପାଇଁ ପ୍ରଶଂସକଙ୍କ ଭିଡ ଜମୁଛି। ନିକଟରେ ଧୋନୀ ଏକ ବିଜ୍ଞାପନ ଶୁଟିଂ ପାଇଁ ପହଞ୍ଚିଥିଲେ। ସେ ଶୁଟିଂ ସ୍ଥାନରେ ପହଞ୍ଚିବା କ୍ଷଣି ଲୋକଙ୍କ ପ୍ରବଳ ଭିଡ ଜମିଥିଲା। ପ୍ରଶଂସକମାନେ ଧୋନୀଙ୍କ ସହ ସେଲଫି ନେବାକୁ ଚାହୁଁଥିଲେ। ଧୋନୀଙ୍କ ବନ୍ଧୁ ତଥା ହେୟାରଷ୍ଟାଇଲିଷ୍ଟ ସପନା ଭାବନାନୀ ତାଙ୍କୁ ଏହି ଭିଡରୁ ରକ୍ଷା କରିଥିଲେ। ଧୋନୀଙ୍କୁ ଏକ ବଡିଗାର୍ଡ ଭଳି ରକ୍ଷା କରୁଥିବା ସପନା ନିଜ ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ଶେୟାର କରିଛନ୍ତି। ପ୍ରତିବର୍ଷ ଆଇପିଏଲ ପୂର୍ବରୁ ଧୋନୀ ନିଜ ହେୟାରଷ୍ଟାଇଲ୍‌ରେ ପରିବର୍ତ୍ତନ ଆଣିଥାନ୍ତି। ଧୋନୀଙ୍କ ନୂଆ ନୂଆ ହେୟାରଷ୍ଟାଇଲ କରିବାରେ ସପ୍‌ନାଙ୍କ ହାତ ରହିଛି।

Share