Posted inଖେଳ

ଧୋନୀଙ୍କୁ ଉପେକ୍ଷା କରିବାର ପ୍ରଶ୍ନ ଉଠୁନାହିଁ: ଚୟନକର୍ତ୍ତା

ନୂଆଦିଲ୍ଲୀ,୩୦।୮: ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ଭାରତୀୟ ଦଳ ଘୋଷଣା କରାଯିବା ପରେ କ୍ରିକେଟ ପଣ୍ଡିତମାନେ ମହେନ୍ଦ୍ର ସିଂ ଧୋନୀଙ୍କୁ ଉପେକ୍ଷା କରାଯିବା ନେଇ ପ୍ରଶ୍ନ ଉଠାଇଥିଲେ। ଏଭଳି ଗୁଜବ ଶୁଣିବା ପରେ ଜଣେ ଚୟନକର୍ତ୍ତା ମୁହଁ ଖୋଲିଛନ୍ତି। ଭେଟେରାନ ଉଇକେଟ କିପରଙ୍କୁ ଉପେକ୍ଷା କରାଯିବାର ପ୍ରଶ୍ନ ଉଠୁନାହିଁ। ସେ ଆମକୁ ଯୋଜନା କାର୍ଯ୍ୟକାରୀ କରିବାକୁ ସମୟ ଓ ୨୦୨୦ ଟି୨୦ ବିଶ୍ୱକପ୍‌ ଲାଗି ଦଳ ଗଠନ କରିବାକୁ ସୁଯୋଗ ଦେଇଛନ୍ତି। ଯଦି ଭବିଷ୍ୟତରେ କେବେ ରିଷଭ ପନ୍ତ ଆହତ ହୁଅନ୍ତି, ତେବେ ତାଙ୍କ ସ୍ଥାନ ନେବାକୁ କେହି ଦଳରେ ନ ଥିବେ ବୋଲି ଧୋନୀ ଅନୁଭବ କରିଛନ୍ତି। ଏଣୁ ସେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳର ଭବିଷ୍ୟତ ସୁରକ୍ଷିତ ହାତରେ ଦେଖିବା ପରେ ସେ ଅବସର ଘୋଷଣା କରିବେ ବୋଲି ଆମକୁ ଜଣାଇଛନ୍ତି। ଜଣେ ୩୫୦ ଦିନିକିଆ ଓ ୯୮ ଟି୨୦ ଖେଳିବା ପରେ ତାଙ୍କ ଖେଳ ଉପରେ କମେଣ୍ଟ କରିବା ସହଜ। ବହୁ ସମାଲୋଚକ ଯେତିକି ମ୍ୟାଚ୍‌ ଦେଖି ନ ଥିବେ, ଧୋନୀ ଦଳକୁ ତା’ଠାରୁ ବହୁଥର ବିଜୟୀ କରାଇଛନ୍ତି। ବର୍ତ୍ତମାନ ଟେକ୍‌ନୋଲୋଜି ଜମାନାରେ ବୋଲରମାନେ ସମସ୍ତ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳତା ବିଷୟରେ ଜାଣି ବୋଲିଂ କରୁଛନ୍ତି। କୌଣସି ବୋଲର ଚାହାନ୍ତି ନାହିଁ, ତାଙ୍କ ବଲରେ ଧୋନୀ ଗ୍ରାଉଣ୍ଡ ବାହାରକୁ ଶଟ୍‌ ଖେଳନ୍ତୁ। ଦଳୀୟ ମ୍ୟାନେଜମେଣ୍ଟ ଜାଣିଛନ୍ତି, ଧୋନୀଙ୍କ ସ୍ଥାନ ନେବା ସହଜ ନୁହେଁ। ଏବେ ମଧ୍ୟ ଆମ ନିକଟରେ ତାଙ୍କ ବିକଳ୍ପ ନାହିଁ, ଯିଏ ଦଳ ପାଇଁ ମ୍ୟାଚ୍‌ ଫିନିଶ କରିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri