Posted inଖେଳ

ଧୋନୀଙ୍କୁ ଉପେକ୍ଷା କରିବାର ପ୍ରଶ୍ନ ଉଠୁନାହିଁ: ଚୟନକର୍ତ୍ତା

ନୂଆଦିଲ୍ଲୀ,୩୦।୮: ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ଭାରତୀୟ ଦଳ ଘୋଷଣା କରାଯିବା ପରେ କ୍ରିକେଟ ପଣ୍ଡିତମାନେ ମହେନ୍ଦ୍ର ସିଂ ଧୋନୀଙ୍କୁ ଉପେକ୍ଷା କରାଯିବା ନେଇ ପ୍ରଶ୍ନ ଉଠାଇଥିଲେ। ଏଭଳି ଗୁଜବ ଶୁଣିବା ପରେ ଜଣେ ଚୟନକର୍ତ୍ତା ମୁହଁ ଖୋଲିଛନ୍ତି। ଭେଟେରାନ ଉଇକେଟ କିପରଙ୍କୁ ଉପେକ୍ଷା କରାଯିବାର ପ୍ରଶ୍ନ ଉଠୁନାହିଁ। ସେ ଆମକୁ ଯୋଜନା କାର୍ଯ୍ୟକାରୀ କରିବାକୁ ସମୟ ଓ ୨୦୨୦ ଟି୨୦ ବିଶ୍ୱକପ୍‌ ଲାଗି ଦଳ ଗଠନ କରିବାକୁ ସୁଯୋଗ ଦେଇଛନ୍ତି। ଯଦି ଭବିଷ୍ୟତରେ କେବେ ରିଷଭ ପନ୍ତ ଆହତ ହୁଅନ୍ତି, ତେବେ ତାଙ୍କ ସ୍ଥାନ ନେବାକୁ କେହି ଦଳରେ ନ ଥିବେ ବୋଲି ଧୋନୀ ଅନୁଭବ କରିଛନ୍ତି। ଏଣୁ ସେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳର ଭବିଷ୍ୟତ ସୁରକ୍ଷିତ ହାତରେ ଦେଖିବା ପରେ ସେ ଅବସର ଘୋଷଣା କରିବେ ବୋଲି ଆମକୁ ଜଣାଇଛନ୍ତି। ଜଣେ ୩୫୦ ଦିନିକିଆ ଓ ୯୮ ଟି୨୦ ଖେଳିବା ପରେ ତାଙ୍କ ଖେଳ ଉପରେ କମେଣ୍ଟ କରିବା ସହଜ। ବହୁ ସମାଲୋଚକ ଯେତିକି ମ୍ୟାଚ୍‌ ଦେଖି ନ ଥିବେ, ଧୋନୀ ଦଳକୁ ତା’ଠାରୁ ବହୁଥର ବିଜୟୀ କରାଇଛନ୍ତି। ବର୍ତ୍ତମାନ ଟେକ୍‌ନୋଲୋଜି ଜମାନାରେ ବୋଲରମାନେ ସମସ୍ତ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳତା ବିଷୟରେ ଜାଣି ବୋଲିଂ କରୁଛନ୍ତି। କୌଣସି ବୋଲର ଚାହାନ୍ତି ନାହିଁ, ତାଙ୍କ ବଲରେ ଧୋନୀ ଗ୍ରାଉଣ୍ଡ ବାହାରକୁ ଶଟ୍‌ ଖେଳନ୍ତୁ। ଦଳୀୟ ମ୍ୟାନେଜମେଣ୍ଟ ଜାଣିଛନ୍ତି, ଧୋନୀଙ୍କ ସ୍ଥାନ ନେବା ସହଜ ନୁହେଁ। ଏବେ ମଧ୍ୟ ଆମ ନିକଟରେ ତାଙ୍କ ବିକଳ୍ପ ନାହିଁ, ଯିଏ ଦଳ ପାଇଁ ମ୍ୟାଚ୍‌ ଫିନିଶ କରିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri