ଧୂଳିମାଟି ଖେଳ କମାଇବ ପାଠପଢ଼ା ବୋଝ

ସୁରତ: ସକାଳ ସାଢ଼େ ୬ରୁ ୭ଟା ଭିତରେ ଟ୍ୟୁଶନ୍‌। ୧୦ଟାରୁ ୪ଟା ସ୍କୁଲ। ଏହା ପରେ ପୁଣି ୫ଟାରୁ ଟ୍ୟୁଶନ୍‌। ଘରକୁ ଫେରି ହୋମ୍‌ଓ୍ବାର୍କ। ଏହା ହେଉଛି ଦୁନିଆକୁ ଜାଣିବା ଆରମ୍ଭ କରୁଥିବା ଜଣେ କୋମଳମତି ପିଲାର ଧରାବନ୍ଧା ଜୀବନ। ଏହାଠାରୁ ବଳି ଶିଶୁ ନିର୍ଯାତନା ଆଉ କ’ଣ ବା ହୋଇପାରେ? କିଛିଦିନ ତଳେ ସୋସିଆଲ ମିଡିଆ ସାଇଟ୍‌ରେ ଭାଇରାଲ ହୋଇଥିଲା ଏପରି ବାର୍ତ୍ତା ଥିବା ଏକ ଲେଖା, ଯାହା ସଭ୍ୟ ସମାଜକୁ ଚିନ୍ତାରେ ପକାଇ ଦେଇଥିଲା।
ହେଲେ ଏପରି ସମ୍ବେଦନଶୀଳ କଥାକୁ ଗୁରୁତ୍ୱର ସହ ନେଇଛନ୍ତି ଗୁଜରାଟର ଅନେକ ସ୍କୁଲ କର୍ତ୍ତୃପକ୍ଷ। ଶିଶୁଙ୍କ ଜୀବନ କେବଳ ବହିବସ୍ତାନି ଭିତରେ ସୀମିତ ନୁହେଁ। ସେମାନେ ସ୍ବାଧୀନ ଭାବେ ମତ ରଖିପାରିବେ। ଭଲମନ୍ଦ ବିଚାର କରିପାରିବେ। ସେମାନଙ୍କ ଭିତରେ ଲୁଚି ରହିଥିବା ସୃଜନଶୀଳ ଗୁଣାବଳୀର ବିକାଶ ଲାଗି ଛୁଟି ହେଉଛି ପ୍ରକୃଷ୍ଟ ସମୟ। ଛୁଟିରେ ସେମାନେ ଯେପରି ମନଭରି ଖୋଲା ଆକାଶ ତଳେ ସମୟ ବିତାଇପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ ଅଭିଭାବକଙ୍କୁ ପତ୍ର ଲେଖି ପରାମର୍ଶ ଦିଆଯାଇଛି। ଧନତେରାସ ଏବଂ ଦୀପାବଳି ପାଇଁ ଗୁଜରାଟରେ ୩ସପ୍ତାହ ଛୁଟି ଘୋଷଣା କରାଯାଇଛି। ହେଲେ ଚଳିତବର୍ଷ ପିଲାଙ୍କୁ ହୋମ୍‌ଓ୍ବାର୍କରୁ ମୁକ୍ତି ଦିଆଯାଇଛି। ଏହା ବଦଳରେ ଅଭିଭାବକଙ୍କୁ ପିଲାଙ୍କ ସହ ସମୟ ଅତିବାହିତ କରିବାକୁ କୁହାଯାଇଛି। ପିଲାଙ୍କୁ ପୈତୃକ ଗ୍ରାମକୁ ନେଇ ଧୂଳିମାଟିରେ ଖେଳିବାକୁ ଛାଡ଼ିବା, ହସ୍ପିଟାଲ, ପଞ୍ଚାୟତ, ବୃଦ୍ଧାଶ୍ରମ, ପୋଲିସ ଥାନାକୁ ନେଇ ବିଭିନ୍ନ ବିଷୟରେ ଧାରଣା ଦେବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ଅଧିକାଂଶ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ।
ଏ ନେଇ ସ୍ବାମୀ ନାରାୟଣ ଏଚ୍‌. ବିଦ୍ୟାଳୟର ଶିକ୍ଷକ କେତନ ବ୍ୟାସ କୁହନ୍ତି, ବର୍ଷତମାମ ପିଲାମାନେ ପାଠପଢ଼ାର ବୋଝ ତଳେ ଚାପିହୋଇ ରହୁଛନ୍ତି। ଅନ୍ତତଃ ପକ୍ଷେ ଛୁଟି ସମୟରେ ସେମାନେ ଏଥିରୁ ମୁକ୍ତ ରହିବା ଜରୁରୀ। ପରିବାର ସହ ସମୟ ବିତାଇବା ଦ୍ୱାରା ଶିଶୁ ଏବଂ ମା’ବାପାଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ। ଶିକ୍ଷାର୍ଥୀଙ୍କ ମନରେ ନୂଆ ବିଚାରଧାରା ସୃଷ୍ଟି ହୋଇପାରିବ। କେବଳ ବହିରେ ସୀମିତ ନ ରହି ଅନ୍ୟ ବିଷୟ ଜାଣିପାରିଲେ ପାଠପଢ଼ାର ମଜା ଦ୍ୱିଗୁଣିତ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri