ଧୂଳିମାଟି ଖେଳ କମାଇବ ପାଠପଢ଼ା ବୋଝ

ସୁରତ: ସକାଳ ସାଢ଼େ ୬ରୁ ୭ଟା ଭିତରେ ଟ୍ୟୁଶନ୍‌। ୧୦ଟାରୁ ୪ଟା ସ୍କୁଲ। ଏହା ପରେ ପୁଣି ୫ଟାରୁ ଟ୍ୟୁଶନ୍‌। ଘରକୁ ଫେରି ହୋମ୍‌ଓ୍ବାର୍କ। ଏହା ହେଉଛି ଦୁନିଆକୁ ଜାଣିବା ଆରମ୍ଭ କରୁଥିବା ଜଣେ କୋମଳମତି ପିଲାର ଧରାବନ୍ଧା ଜୀବନ। ଏହାଠାରୁ ବଳି ଶିଶୁ ନିର୍ଯାତନା ଆଉ କ’ଣ ବା ହୋଇପାରେ? କିଛିଦିନ ତଳେ ସୋସିଆଲ ମିଡିଆ ସାଇଟ୍‌ରେ ଭାଇରାଲ ହୋଇଥିଲା ଏପରି ବାର୍ତ୍ତା ଥିବା ଏକ ଲେଖା, ଯାହା ସଭ୍ୟ ସମାଜକୁ ଚିନ୍ତାରେ ପକାଇ ଦେଇଥିଲା।
ହେଲେ ଏପରି ସମ୍ବେଦନଶୀଳ କଥାକୁ ଗୁରୁତ୍ୱର ସହ ନେଇଛନ୍ତି ଗୁଜରାଟର ଅନେକ ସ୍କୁଲ କର୍ତ୍ତୃପକ୍ଷ। ଶିଶୁଙ୍କ ଜୀବନ କେବଳ ବହିବସ୍ତାନି ଭିତରେ ସୀମିତ ନୁହେଁ। ସେମାନେ ସ୍ବାଧୀନ ଭାବେ ମତ ରଖିପାରିବେ। ଭଲମନ୍ଦ ବିଚାର କରିପାରିବେ। ସେମାନଙ୍କ ଭିତରେ ଲୁଚି ରହିଥିବା ସୃଜନଶୀଳ ଗୁଣାବଳୀର ବିକାଶ ଲାଗି ଛୁଟି ହେଉଛି ପ୍ରକୃଷ୍ଟ ସମୟ। ଛୁଟିରେ ସେମାନେ ଯେପରି ମନଭରି ଖୋଲା ଆକାଶ ତଳେ ସମୟ ବିତାଇପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ ଅଭିଭାବକଙ୍କୁ ପତ୍ର ଲେଖି ପରାମର୍ଶ ଦିଆଯାଇଛି। ଧନତେରାସ ଏବଂ ଦୀପାବଳି ପାଇଁ ଗୁଜରାଟରେ ୩ସପ୍ତାହ ଛୁଟି ଘୋଷଣା କରାଯାଇଛି। ହେଲେ ଚଳିତବର୍ଷ ପିଲାଙ୍କୁ ହୋମ୍‌ଓ୍ବାର୍କରୁ ମୁକ୍ତି ଦିଆଯାଇଛି। ଏହା ବଦଳରେ ଅଭିଭାବକଙ୍କୁ ପିଲାଙ୍କ ସହ ସମୟ ଅତିବାହିତ କରିବାକୁ କୁହାଯାଇଛି। ପିଲାଙ୍କୁ ପୈତୃକ ଗ୍ରାମକୁ ନେଇ ଧୂଳିମାଟିରେ ଖେଳିବାକୁ ଛାଡ଼ିବା, ହସ୍ପିଟାଲ, ପଞ୍ଚାୟତ, ବୃଦ୍ଧାଶ୍ରମ, ପୋଲିସ ଥାନାକୁ ନେଇ ବିଭିନ୍ନ ବିଷୟରେ ଧାରଣା ଦେବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ଅଧିକାଂଶ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ।
ଏ ନେଇ ସ୍ବାମୀ ନାରାୟଣ ଏଚ୍‌. ବିଦ୍ୟାଳୟର ଶିକ୍ଷକ କେତନ ବ୍ୟାସ କୁହନ୍ତି, ବର୍ଷତମାମ ପିଲାମାନେ ପାଠପଢ଼ାର ବୋଝ ତଳେ ଚାପିହୋଇ ରହୁଛନ୍ତି। ଅନ୍ତତଃ ପକ୍ଷେ ଛୁଟି ସମୟରେ ସେମାନେ ଏଥିରୁ ମୁକ୍ତ ରହିବା ଜରୁରୀ। ପରିବାର ସହ ସମୟ ବିତାଇବା ଦ୍ୱାରା ଶିଶୁ ଏବଂ ମା’ବାପାଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ। ଶିକ୍ଷାର୍ଥୀଙ୍କ ମନରେ ନୂଆ ବିଚାରଧାରା ସୃଷ୍ଟି ହୋଇପାରିବ। କେବଳ ବହିରେ ସୀମିତ ନ ରହି ଅନ୍ୟ ବିଷୟ ଜାଣିପାରିଲେ ପାଠପଢ଼ାର ମଜା ଦ୍ୱିଗୁଣିତ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri