ଧୂମଧାମରେ ଜନ୍ମଦିନ ପାଳିଲେ ତୈମୁର

ବଲିଉଡ ଅଭିନେତା ସୈଫ ଅଲୀ ଖାନ ଏବଂ ଅଭିନେତ୍ରୀ କରୀନା କପୁରଙ୍କ ପୁଅ ତୈମୁର ୩ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପଟ୍ଟୌଦୀ ପ୍ୟାଲେସରେ ଖ୍ରୀଷ୍ଟମାସ ଟ୍ରି ସାଙ୍ଗକୁ ଆଲୋକମାଳାରେ ସଜାଯାଇଛି। ତୈମୁରଙ୍କ ପସନ୍ଦର କେକ୍‌ ସାଙ୍ଗକୁ ଉପହାର ଦେଇଥିଲେ ତାଙ୍କ ମମିପାପା। ବଲିଉଡ ନବାବ ସୈଫଙ୍କ ଭଳି ସୋସିଆଲ ମିଡିଆରେ ଛୋଟେ ନବାବ ତୈମୁରଙ୍କ କ୍ରେଜ କାହିଁରେ କ’ଣ । ବିଶେଷ ଭାବେ ତୈମୁର କ୍ୟୁଟ ଅନ୍ଦାଜ ସିନେପ୍ରେମୀଙ୍କ ମନ କିଣିନେଉଛି । ସେ କୁଆଡେ ଗଲେ, କ’ଣ ପିନ୍ଧିଲେ, କ’ଣ ଖାଇଲେ, କିଭଳି ଖେଳିଲେ, କ’ଣ ସବୁ ଦୁଷ୍ଟାମି କଲେ, ସବୁକିଛି ଏବେ ସିନେ ମହଲରେ ମୁଖ୍ୟ ଚର୍ଚ୍ଚା। ଏମିତିକି ଅବିକଳ ତୈମୁରଙ୍କ ଭଳି ଦେଖାଯାଉଥିବା ଏକ କଣ୍ଢେଇ ମଧ୍ୟ ପ୍ରସ୍ତୁତ କରାଯାଇ ବଜାରରେ ବିକ୍ରି ହେଉଛି।

Share