Categories: ଜାତୀୟ

ଧୂଆଁ ଚାଦରରେ ଅଣନିଃଶ୍ୱାସୀ ଦିଲ୍ଲୀ: ୪ ନଭେମ୍ବରରେ ସୁପ୍ରିମ୍‌କୋର୍ଟରେ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,୨।୧୧: ବାୟୁ ପ୍ରଦୂଷଣ ଯୋଗୁ ଧୂଆଁର ବହଳ ଚାଦରରେ ଦିଲ୍ଲୀ ଅଣନିଃଶ୍ୱାସୀ ହେବାରେ ଲାଗିଛି। ଦୀପାବଳିରେ ବାଣ ଫୁଟା ଯୋଗୁ ଏଠାକାର ବାୟୁ ପ୍ରଦୂଷିତ ହୋଇଛି। ସେହିପରି ପଞ୍ଜାବ ଏବଂ ହରିୟାଣାରେ ଚାଷୀମାନେ ନଡ଼ା ଜଳାଇବା ଦ୍ୱାରା ଦିଲ୍ଲୀ ଆଡ଼କୁ ପ୍ରବାହିତ ହେଉଥିବା ପବନରେ ଧୂଆଁ ଆସୁଥିବା କୁହାଯାଉଛି। ଏହାଦ୍ୱାରା ଦିଲ୍ଲୀର ଲୋକଙ୍କ ଆଖିରେ ଯନ୍ତ୍ରଣା ହେବା ସହିତ ନିଃଶ୍ୱାସପ୍ରଶ୍ୱାସ ନେବାରେ ନାନା ସମସ୍ୟା ଦେଖାଦେଇଛି। ଏସମ୍ପର୍କରେ ପରିବେଶ ପ୍ରଦୂଷଣ ବୋର୍ଡ ପକ୍ଷରୁ ନଭେମ୍ବର ୪ରେ ସୁପ୍ରିମ୍‌କୋର୍ଟରେ ରିପୋର୍ଟ ଦାଖଲ କରାଯିବ। ରିପୋର୍ଟ ଆଧାରରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି କରାଯିବ।

Share