ଧୁମ୍‌ଧାମ୍‌ରେ ପାଳନ ହେଲା ନୂତନବର୍ଷ: ସକାଳେ ଦିଅଁ ଦର୍ଶନ, ସନ୍ଧ୍ୟାରେ ପାର୍କରେ ଭିଡ଼

ଅନୁଗୋଳ ଅଫିସ, ୨ା୧ – ନୂଆ ଉତ୍ସାହ। ନୂଆ ଉଦ୍ଦୀପନା। ପ୍ରିୟଜନଠାରୁ ଆରମ୍ଭ କରି ବନ୍ଧୁ, ସମ୍ପର୍କୀୟଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ସଭିଏଁ। ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କରିଛନ୍ତି ଯୁବପିଢ଼ି। ସାରା ରାତି ଜିରୋ ନାଇଟ ସେଲିବ୍ରେଶନରେ ବିତିଥିବାବେଳେ ସକାଳୁ ଦେବଦର୍ଶନ ସାଙ୍ଗକୁ ସନ୍ଧ୍ୟାରେ ପାର୍କରେ ଆସର କରି ନବବର୍ଷର ପ୍ରଥମ ଦିନକୁ କାଟିଛନ୍ତି ଅନୁଗୋଳବାସୀ।
ନୂତନ ବର୍ଷ-୨୦୨୦କୁ ନେଇ ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ ସହରବାସୀ। ଏଥିରୁ ବାଦ୍‌ ପଡ଼ି ନ ଥିଲା ସହର ତଳି ବସ୍ତି। ପିଲାଠାରୁ ବୟସ୍କ ଯାଏ ସଭିଏଁ ନାଚଗୀତ, ଭୋଜିଭାତରେ ମସ୍‌ଗୁଲ ହୋଇ ନୂତନବର୍ଷକୁ ସ୍ବାଗତ କରିଥିଲେ। ସକାଳୁ ସକାଳୁ ଦେବାଳୟଗୁଡ଼ିକରେ ଜମିଥିଲା ପ୍ରବଳ ଭିଡ଼। ବିଭିନ୍ନ ସଙ୍ଗଠନ, କ୍ଲବ, ସରକାରୀ କାର୍ଯ୍ୟାଳୟରେ ଏହାକୁ ନେଇ ଉତ୍ସାହ ସୃଷ୍ଟି ହୋଇଥିଲା। ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଫୁଲତୋଡ଼ା ସହ ଅନେକେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଯୁବପିଢ଼ି ଉପହାର ଦେଇ ଦିନକୁ ନିଆରା ଢଙ୍ଗରେ ପାଳିଥିଲେ। ସରକାରୀ କାର୍ଯ୍ୟ ଦିବସରେ ନବବର୍ଷ ପଡ଼ିଥିବାରୁ ମଧ୍ୟାହ୍ନ ବେଳକୁ କାର୍ଯ୍ୟାଳୟ ଗୁଡ଼ିକ ଖଁା ଖଁା ହୋଇପଡ଼ିଥିଲା। କର୍ମଚାରୀମାନେ ଭୋଜିଭାତରେ ନିଜକୁ ସାମିଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ହର୍ମୁଜ ବନ୍ଦ, ପୁଣିଥରେ ବୃଦ୍ଧି ପାଇଲା ତୈଳ ଦର, ଜାଣନ୍ତୁ କେତେ ରହିଛି ଆଜି…

ଓ୍ବାଶିଂଟନ୍‌,୧୦।୪: ପଶ୍ଚିମ ଏସିଆର ପରିସ୍ଥିତି ପୁଣି ଥରେ ଏକ ଅସ୍ଥିର ସ୍ଥିତିରେ ପହଞ୍ଚିଛି। ଆମେରିକା, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଦୁର୍ବଳ ହେଉଥିବା ପରି ମନେ…

ମା’ ଆଖି ସାମ୍ନାରେ ବୋରୱେଲରେ ପଡ଼ିଗଲା ଶିଶୁ, ୭୦ ଫୁଟ ଗଭୀରରେ….

ଭୋପାଳ,୧୦।୪: ଉଜ୍ଜୈନଠୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ବଡ଼ନଗର ନିକଟବର୍ତ୍ତୀ ଝଲାରିଆ ଗାଁରେ ଅଘଟଣ । ତିନି ବର୍ଷର ନିର୍ଦ୍ଦୋଷ ଶିଶୁ ଏକ ବୋରୱେଲରେ ପଡ଼ିଯାଇଛି…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ନାଁ ଘୋଷଣା କଲା ଭାଜପା: ମୁଖ୍ୟମନ୍ତ୍ରୀଙ୍କ ସହ ଲିଷ୍ଟରେ ଅଛନ୍ତି…

ଭୁବନେଶ୍ୱର,୧୦।୪: ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା। ୭୨ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ,…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri