ଧୀରେ ଧୀରେ ସ୍ବାଭାବିକ ହେବ ଟ୍ରେନ୍‌: ସୋମବାର ୪ଟାରୁ ଆଇଆର୍‌ସିଟିସିରେ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୦।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୫ରୁ ଯାତ୍ରୀବାହୀ ରେଳ ସେବା ବନ୍ଦ ହୋଇଛି। ତେବେ ଏହି ସେବା ଆସନ୍ତା ମଙ୍ଗଳବାରଠାରୁ ଦେଶ ମଧ୍ୟରେ ଧୀରେ ଧୀରେ ସ୍ବାଭାବିକ ହେବ। ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ନିଷ୍ପତ୍ତି ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡ଼ା ପାସେଞ୍ଜର ଟ୍ରେନ୍‌ ଚଳାଚଳକୁ ଅନୁମତି ମିଳିଛି। ଏହି ଟ୍ରେନ୍‌ଗୁଡିକ ସ୍ବତନ୍ତ୍ର ଟ୍ରେନ୍‌ ଭାବେ ଯାତ୍ରାକରିବ। ନୂଆଦିଲ୍ଲୀଠାରୁ ଟ୍ରେନ୍‌ଗୁଡିକ ଦିବ୍ରୁଗଡ଼, ଅଗରତାଲା, ହାଓଡା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବାଙ୍ଗାଲୋର, ଚେନ୍ନାଇ, ଥିରୁଭାନନ୍ତପୁରମ, ମାଡଗାଓଁ, ମୁମ୍ବାଇ, ସେଣ୍ଟ୍ରାଲ, ଅହମ୍ମଦାବାଦ ଏବଂ ଜମ୍ମୁତାଓ୍ବି ମଧ୍ୟରେ ଚଳାଚଳ କରିବ।
ଟ୍ରେନ୍‌ଗୁଡିକରେ ଯାତ୍ରା ଲାଗି ସୋମବାର ୪ଟା ପରଠାରୁ ବୁକିଂ ଆରମ୍ଭ ହେବ। ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ(ଆଇଆର୍‌ସିଟିସି) ଓ୍ବେବ୍‌ସାଇଟରୁ ଲୋକମାନେ ଏ ନେଇ ଟିକେଟ ବୁକିଂ କରିପାରିବେ। ଏହି ସମୟରେ ଷ୍ଟେଶନଗୁଡିକରେ ଥିବା ଟିକେଟ କାଉଣ୍ଟର ବନ୍ଦ ରହିଥିବାରୁ ପ୍ଲାଟ୍‌ଫର୍ମ ଟିକେଟ ଉପଲବ୍ଧ ହେବ ନାହିଁ। ବୈଧ ବା କନ୍‌ଫର୍ମ ଟିକେଟ ଥିବା ଲୋକମାନେ କେବଳ ପ୍ଲାଟ୍‌ଫର୍ମରେ ପ୍ରବେଶ କରିପାରିବେ। ଯାତ୍ରୀମାନେ ମାସ୍କ ଲଗାଇବା ବାଧ୍ୟତାମୂଳକ ହେବ। ଯାତ୍ରା କରିବାକୁ ଥିବା ଲୋକଙ୍କ ସ୍କ୍ରିନିଂ ମଧ୍ୟ କଡ଼ାକଡ଼ି ହେବ। ଯେଉଁ ଲୋକଙ୍କଠାରେ କୌଣସି ଲକ୍ଷଣ ଜଣା ପଡିବ ନାହିଁ ସେମାନଙ୍କୁ ହିଁ ଟ୍ରେନ୍‌ ଯାତ୍ରାର ସୁଯୋଗ ମିଳିବ। ଟ୍ରେନ ଚଳାଚଳ ନେଇ ସୂଚୀ ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯିବ ବୋଲି ସୂଚନା ରହିଛି।
ପରବର୍ତ୍ତୀ ପର୍ଯ୍ୟାୟରେ ରେଳପଥ ପକ୍ଷରୁ ନୂଆ ରୁଟ୍‌ଗୁଡ଼ିକରେ ଅଧିକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବା ନେଇ ବ୍ୟବସ୍ଥା କରାଯିବ। କୋଚ୍‌ ଉପଲବ୍ଧତା ବିଚାର କରି ଏଭଳି ପଦକ୍ଷେପ ନିଆଯିବ। ସୂଚନାଯୋଗ୍ୟ କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଜାରି ଅଧୀନ ରେଲଓ୍ବେର ୨୦ ହଜାର କୋଚ୍‌କୁ କେୟାର ସେଣ୍ଟର ଭାବେ ସଂରକ୍ଷଣ କରାଯାଇଛି। ଫସି ରହିଥିବା ଶ୍ରମିକଙ୍କ ଲାଗି ପ୍ରତିଦିନ ପ୍ରାୟ ୩୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରାଇବାକୁ ପର୍ଯ୍ୟାପ୍ତ ସଂଖ୍ୟକ କୋଚ୍‌ ବ୍ୟବସ୍ଥା କରାଯାଇଛି ବୋଲି ରେଳପଥ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri