ଧିମେଇଯାଇଛି ଏକାମ୍ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ପୁରୁଣା ଭୁବନେଶ୍ୱର,୧୮ା୧(ଡିଏନ୍‌ଏ): ଏକାମ୍ର ଶ୍ରୀ ଲିଙ୍ଗରାଜ କ୍ଷେତ୍ରର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହଠାତ୍‌ ଧିମେଇ ଯାଇଛି। ମିଳିତ ଉଚ୍ଛେଦ ଟିମ୍‌ ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ଦେବୀ ପାଦହରା ନିକଟରୁ ସରକାରୀ ଅବୈଧ ନିର୍ମାଣ ଉଚ୍ଛେଦ କରିବା ସହ ହାତଗଣତି ସ୍ଥିତିବାନ ଦୋକାନ ଘର ଓ ଉଠାଦୋକାନକୁ ଉଚ୍ଛେଦ କରିବା ପରେ ଏବେ ଏସବୁ କାର୍ଯ୍ୟ କେବଳ ମାପଚୁପରେ ସୀମିତ ରହିଛି। ଏଭଳି ସ୍ଥଳେ ପ୍ରଶାସନିକ ସ୍ତରରେ ମିଳିତ ଉଚ୍ଛେଦ ଟିମ୍‌ ପ୍ରାୟ ୭ଦିନରୁ ଅଧିକ ସମୟ ହେଲା ବିଭିନ୍ନ ସ୍ଥାନରେ ମାପଚୁପ କରିବା ସହ କ୍ଷତିପୂରଣ ଆକଳନ କରୁଛି। ସାମନ୍ତରାପୁରଠାରୁ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ଜ୍ଞାନୀ ଜୈଲ ସିଂ ରାସ୍ତାକୁ ସମ୍ପ୍ରସାରଣ କରିବା, ଗ୍ୟାରେଜ୍‌ ଛକଠାରୁ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ପ୍ରଶସ୍ତ ରାସ୍ତା ସଂଯୋଗୀକରଣ ହେଉ କିମ୍ବା ମାଉସୀ ମା’ ମନ୍ଦିରଠାରୁ ରଥଦାଣ୍ଡ ଦେଇ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ସଂଯୋଗୀକରଣ କରାଯିବା ପାଇଁ କ୍ଷୟକ୍ଷତି ଆକଳନ ନାମରେ ଏହି ଯୋଜନାର ଅବଧିକୁ ଗଡ଼ାଯାଉଛି। ପୁରୀ ଭଳି ସରକାରଙ୍କ ପକ୍ଷରୁ ଭୂମି ଅଧିଗ୍ରହଣ ନେଇ ଦେବୋତ୍ତର ସମ୍ପତ୍ତି କିମ୍ବା ଘରୋଇ ସମ୍ପତ୍ତିର ମୂଲ୍ୟାୟନ କରାଯିବା ସହ କ୍ଷତିପୂରଣ ଓ ଥଇଥାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଏ ନେଇ ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ କୁହନ୍ତି, ଗ୍ୟାରେଜ ଛକଠାରୁ ସାମନ୍ତରାପୁର ସମେତ ମାଉସୀ ମା’ ମନ୍ଦିର ନିକଟରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ତର୍ଜମା କରାଯାଉଛି। ଅଳ୍ପ ବ୍ୟୟବରାଦ କରାଯାଇ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ କରାଯିବ।  ପାର୍ଶ୍ୱ ଦେବପୀଠ ବିକାଶ ଓ ସଂଯୋଗୀକରଣ ଦାବି ଶ୍ରୀ ଲିଙ୍ଗରାଜଙ୍କ ଶ୍ୱଶୁରାଳୟ ତଥା କେଦାର ଗୌରୀ ମନ୍ଦିର, କୋଟି ତୀର୍ଥେଶ୍ୱର, ସ୍ବର୍ଣ୍ଣ ଜଳେଶ୍ୱର, ସୁବର୍ଣ୍ଣ ଜଳେଶ୍ୱର, ଚମ୍ପକେଶ୍ୱର, ମୁକ୍ତେଶ୍ୱର ଆଦି ମନ୍ଦିରକୁ ସାମିଲ କରାଯାଇଥିଲେ ମଧ୍ୟ ଏହା ନିକଟରୁ ଅବୈଧ ନିର୍ମାଣ ହଟାଯିବା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏପର୍ଯ୍ୟନ୍ତ ମାପଚୁପ ହୋଇନାହିଁ। ସେହିଭଳି କେଦାରଗୌରୀ ମନ୍ଦିର ଭିତରେ ଓ ବାହାରେ ପର୍ଯ୍ୟଟନ ବିଭାଗ କୋଟି କୋଟି ଟଙ୍କାର ଦାମୀ ପଥର ଓ ଲାଇଟ ଲଗାଯାଇଛି। କିନ୍ତୁ ଜଳବନ୍ଦୀ ସମସ୍ୟା ଦୂର ହୋଇନାହିଁ । ଶ୍ରୀଲିଙ୍ଗରାଜଙ୍କ ରୀତିନୀତି ସହ ଜଡ଼ିତ ପାର୍ଶ୍ୱ ଦେବପୀଠ ନିକଟରୁ ଅବୈଧ ନିର୍ମାଣ ହଟାଯାଇ ସୌନ୍ଦର୍ଯ୍ୟକରଣ କରିବାକୁ ଦାବି ହୋଇଛି।
ଜାଣିପାରିଲେନି, ପୋତିଦେଲେ କୀର୍ତ୍ତିରାଜି ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ସଚିବ ସ୍ତରୀୟ ଅଧିକାରୀ ଯେତେ ତତ୍ପର ହେଲେ ମଧ୍ୟ ପୂର୍ତ୍ତ ବିଭାଗ କିମ୍ବା ବିଏମ୍‌ସିର ଅଧିକାରୀମାନେ ଏହାର ଗୁରୁତ୍ୱ ଅନୁଭବ କରୁ ନ ଥିବା ଆଲୋଚନା ହେଉଛି। ପ୍ରତ୍ନତତ୍ତ୍ୱ ଏବଂ କୀର୍ତ୍ତିରାଜି ଅଭିଜ୍ଞତା ନ ଥିବା ଅଧିକାରୀଙ୍କୁ ନିୟୋଜିତ କରାଯାଉଛି। ଏକାମ୍ରେଶ୍ୱର ଓ ଦେବୀ ପାଦହରା ନିକଟରୁ ଖନନ ସମୟରେ କେତେକ କୀର୍ତ୍ତିରାଜି ଓ ମନ୍ଦିର ଭଗ୍ନାବଶେଷ ଅନ୍ୟ ସାଧାରଣ ପଥର ଭଳି ଠିକାଦାର ଫିଙ୍ଗିଦେଉଛନ୍ତି। ଅନନ୍ତ ବାସୁଦେବ ମନ୍ଦିର ପଛପଟ ଓ ନୂତନ ମାର୍କେଟ ଅଞ୍ଚଳରେ ପୋତାଯାଉଥିବା ସ୍ଥାନରେ ମନ୍ଦିର ଚୂଡ଼ା ଓ କୀର୍ତ୍ତିରାଜି ରହିଥିବା କେତେକ ଭଗ୍ନାବଶେଷ ପଡ଼ିଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri