ଧିମଉଛି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ

ପୁରୁଣା ଭୁବନେଶ୍ୱର ,୨୧ା୧୨(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା ଧିମୋଉଛି। ଶୁକ୍ରବାର ଲିଙ୍ଗରାଜ ଥାନା ଭାଙ୍ଗିବାର ଥିଲା। ମାତ୍ର ମାଲଖାନାରେ ଥିବା ଆସବାବପତ୍ର ଓ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ସବୁ ସ୍ଥାନାନ୍ତର ହୋଇ ନ ଥିବାରୁ ବାଧ୍ୟ ହୋଇ ନିକଟସ୍ଥ ଶୌଚାଳୟ ଉଚ୍ଛେଦ କରାଯାଇଥିଲା। ପୂର୍ବଦିନରୁ ଅଧା ରଖିଥିବା ଶୌଚାଳୟର ଭଙ୍ଗାରୁଜା କାନ୍ଥ ଅନ୍ୟପାର୍ଶ୍ୱ ଉଚ୍ଛେଦ ହୋଇଥିଲା। ଥାନାର ମାଲଖାନା ଖାଲି ହେବା ପରେ ଶନିବାର ବ୍ରିଟିଶ୍‌ ଅମଳର ଏହି ଥାନାଟି ମାଟିରେ ମିଶିବ।
ଆମ୍‌ସାର ଆକ୍ଟ ନେଇ ପର୍ଯ୍ୟଟନ ବିଭାଗକୁ ମିଛୁଆ ଦର୍ଶାଇଲା ଏଏସ୍‌ଆଇ :
କେନ୍ଦ୍ର ସରକାରଙ୍କ ଐତିହ୍ୟ ତଥା କିର୍ତ୍ତୀରାଜିଗୁଡିକ ସୁରକ୍ଷା ନେଇ ଆମସାର ଆକ୍ଟ ଯେତେ କଡା କଡି ନିୟମ ପ୍ରଣୟନ କଲେ ମଧ୍ୟ ରାଜ୍ୟ ପର୍ଯ୍ୟଟନ ବିଭାଗ କିମ୍ବା ଓଟିଡିସି କର୍ତ୍ତୃପକ୍ଷ ଏସବୁ ପାଳନ କରିବାକୁ ନାରାଜ। ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ମାତ୍ର ୧୦ ମିଟର ଦୂରତାରେ ଅବୈଧ ଭାବେ ଆମସାର ଆକ୍ଟ ନିୟମ ଭଙ୍ଗ କରି କୋଟି କୋଟି ଟଙ୍କା ବ୍ୟୟ କରାଯାଇ ବ୍ୟାଖ୍ୟାୟନ କେନ୍ଦ୍ର, ଯାତ୍ରୀ ବିଶ୍ରାମସ୍ଥଳ ପରି କେତେକ ନିର୍ମାଣ ଚାଲିଛି। ଏହାକୁ ଏଏସ୍‌ଆଇ ପକ୍ଷରୁ ବାରଣ କରାଯାଇଛି। ହେଲେ ଏହାର ସମ୍ପୂର୍ଣ୍ଣ ବିରୋଧରେ ଯାଇ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଏକଚାଟିଆ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଅବୈଧ ନିର୍ମାଣ ଏବଂ ଉଚ୍ଛେଦ ପ୍ରକ୍ରିୟାରେ ଏହି ଦୁଇଟି ନିର୍ମାଣ ଭଙ୍ଗାଯିବାର ଏକ ପ୍ରକାର ନିଶ୍ଚିତ ଥିବାବେଳେ କୌଣସି ନୀତି ନୟମକୁ କର୍ଣ୍ଣପାତ ନ କରି ଠିକାଦାର ନିର୍ମାଣ ଜାରି ରଖିଛନ୍ତି। ସାଧାରଣ ଉଠାଦୋକାନୀ, କ୍ଷୁଦ୍ର ବ୍ୟବସାୟୀମାନେ ରାଜ୍ୟ ସରକାରଙ୍କର ଶ୍ରୀଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ନେଇଥିବା ପଦକ୍ଷେପକୁ ସ୍ବାଗତ କରିବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ହେଲେ ପର୍ଯ୍ୟଟନ ବିଭାଗର ଏପରି ଦୋମୁହଁା ନୀତିକୁ ସେମାନେ ବିରୋଧ କରୁଛନ୍ତି। ଏ ନେଇ ଓଟିଡିସି ର୍ନିବାହୀ ଯନ୍ତ୍ରୀ ଶଶାଙ୍କ ଶେଖର ଦାଶଙ୍କୁ ପଚାରିବାରୁ ଏଏସ୍‌ଆଇ ପକ୍ଷରୁ ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇ ସାଧାରଣ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ନିମନ୍ତେ ଏହି ବ୍ୟାଖ୍ୟାୟନ କେନ୍ଦ୍ର ତଥା ଯାତ୍ରୀ ବିଶ୍ରାମସ୍ଥଳ ନିର୍ମାଣ କରାଯାଉଛି। ସାଧାରଣ ଯାତ୍ରୀ ତଥା ବାହାର ପର୍ଯ୍ୟଟକ ବ୍ୟଖ୍ୟାୟନ କେନ୍ଦ୍ର ଯୋଗୁ ଶ୍ରୀଲିଙ୍ଗରାଜ ମନ୍ଦିର ତଥା ଆଖପାଖ ଶୈବ କ୍ଷେତ୍ର ବିଷୟରେ ଅଧିକ ଜ୍ଞାନ ଆହରଣ କରିପାରିବେ। ଆମ୍‌ସାର ଆକ୍ଟ ନିୟମକୁ ଅଣଦେଖା କରି ଏପରି ନିର୍ମାଣ ବନ୍ଦ ନ କରିବା ନେଇ ଏହା ତାଙ୍କର କ୍ଷମତା ପରିସର ନୁହେଁ, ଏଣୁ ଯଦି ଉପରିସ୍ଥ ଅଧିକାରୀ ଚାହିଁବେ ତେବେ ଆମସାର ଅକ୍ଟ ଅନୁଯାୟୀ ଏହା ଉଚ୍ଛେଦ କରାଯାଇ ପାରିବ ବୋଲି ସେ କହିଥିଲେ। ଏହି ବ୍ୟଖ୍ୟାୟନ କେନ୍ଦ୍ର ଏଏସ୍‌ଆଇ ପକ୍ଷରୁ ନିର୍ଦ୍ଧିଷ୍ଟ ସର୍ତ୍ତ ଅନୁଯାୟୀ ସ୍ଥାୟୀ କିମ୍ବା କୌଣସି ଅସ୍ଥାୟୀ ନିର୍ମାଣ ଅନୁମତି ଦିଆଯିବା ସମ୍ପର୍କରେ ଭାରତୀୟ ପତ୍ନତତ୍ତ୍ୱ ବିଭାଗ ଭୁବନେଶ୍ୱର ସର୍କଲ ମୁଖ୍ୟ ଅରୁଣ ମଲ୍ଲିକ ଓଟିଡ଼ିସି ତଥା ପର୍ଯ୍ୟଟନ ବିଭାଗ ମିଛୁଆ ଦର୍ଶାଇଥିଲେ। ତାଙ୍କ ମତରେ କୌଣସି ରାଜ୍ୟ କିମ୍ବା ନିର୍ଦ୍ଧିଷ୍ଟ ମନ୍ଦିର କିମ୍ବା ଐତିହ୍ୟସ୍ଥଳିର ବିକାଶ ନେଇ ଯୋଜନା ଆଳରେ କୀର୍ତ୍ତିରାଜିର ସୁରକ୍ଷାକୁ ଏଏସ୍‌ଆଇ ଅଣଦେଖା କରେ ନାହିଁ। ଏଣୁ ପ୍ରାଥମିକତା ଭିତ୍ତିରେ ଆମସାର ଆକ୍ଟକୁ ସମ୍ମାନ ଦେଇ ପର୍ଯ୍ୟଟନ ବିଭାଗ ନିଜର ଭୁଲ ସୁଧାରିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri