ଧିମଉଛି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ

ପୁରୁଣା ଭୁବନେଶ୍ୱର ,୨୧ା୧୨(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା ଧିମୋଉଛି। ଶୁକ୍ରବାର ଲିଙ୍ଗରାଜ ଥାନା ଭାଙ୍ଗିବାର ଥିଲା। ମାତ୍ର ମାଲଖାନାରେ ଥିବା ଆସବାବପତ୍ର ଓ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ସବୁ ସ୍ଥାନାନ୍ତର ହୋଇ ନ ଥିବାରୁ ବାଧ୍ୟ ହୋଇ ନିକଟସ୍ଥ ଶୌଚାଳୟ ଉଚ୍ଛେଦ କରାଯାଇଥିଲା। ପୂର୍ବଦିନରୁ ଅଧା ରଖିଥିବା ଶୌଚାଳୟର ଭଙ୍ଗାରୁଜା କାନ୍ଥ ଅନ୍ୟପାର୍ଶ୍ୱ ଉଚ୍ଛେଦ ହୋଇଥିଲା। ଥାନାର ମାଲଖାନା ଖାଲି ହେବା ପରେ ଶନିବାର ବ୍ରିଟିଶ୍‌ ଅମଳର ଏହି ଥାନାଟି ମାଟିରେ ମିଶିବ।
ଆମ୍‌ସାର ଆକ୍ଟ ନେଇ ପର୍ଯ୍ୟଟନ ବିଭାଗକୁ ମିଛୁଆ ଦର୍ଶାଇଲା ଏଏସ୍‌ଆଇ :
କେନ୍ଦ୍ର ସରକାରଙ୍କ ଐତିହ୍ୟ ତଥା କିର୍ତ୍ତୀରାଜିଗୁଡିକ ସୁରକ୍ଷା ନେଇ ଆମସାର ଆକ୍ଟ ଯେତେ କଡା କଡି ନିୟମ ପ୍ରଣୟନ କଲେ ମଧ୍ୟ ରାଜ୍ୟ ପର୍ଯ୍ୟଟନ ବିଭାଗ କିମ୍ବା ଓଟିଡିସି କର୍ତ୍ତୃପକ୍ଷ ଏସବୁ ପାଳନ କରିବାକୁ ନାରାଜ। ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ମାତ୍ର ୧୦ ମିଟର ଦୂରତାରେ ଅବୈଧ ଭାବେ ଆମସାର ଆକ୍ଟ ନିୟମ ଭଙ୍ଗ କରି କୋଟି କୋଟି ଟଙ୍କା ବ୍ୟୟ କରାଯାଇ ବ୍ୟାଖ୍ୟାୟନ କେନ୍ଦ୍ର, ଯାତ୍ରୀ ବିଶ୍ରାମସ୍ଥଳ ପରି କେତେକ ନିର୍ମାଣ ଚାଲିଛି। ଏହାକୁ ଏଏସ୍‌ଆଇ ପକ୍ଷରୁ ବାରଣ କରାଯାଇଛି। ହେଲେ ଏହାର ସମ୍ପୂର୍ଣ୍ଣ ବିରୋଧରେ ଯାଇ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଏକଚାଟିଆ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଅବୈଧ ନିର୍ମାଣ ଏବଂ ଉଚ୍ଛେଦ ପ୍ରକ୍ରିୟାରେ ଏହି ଦୁଇଟି ନିର୍ମାଣ ଭଙ୍ଗାଯିବାର ଏକ ପ୍ରକାର ନିଶ୍ଚିତ ଥିବାବେଳେ କୌଣସି ନୀତି ନୟମକୁ କର୍ଣ୍ଣପାତ ନ କରି ଠିକାଦାର ନିର୍ମାଣ ଜାରି ରଖିଛନ୍ତି। ସାଧାରଣ ଉଠାଦୋକାନୀ, କ୍ଷୁଦ୍ର ବ୍ୟବସାୟୀମାନେ ରାଜ୍ୟ ସରକାରଙ୍କର ଶ୍ରୀଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ନେଇଥିବା ପଦକ୍ଷେପକୁ ସ୍ବାଗତ କରିବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ହେଲେ ପର୍ଯ୍ୟଟନ ବିଭାଗର ଏପରି ଦୋମୁହଁା ନୀତିକୁ ସେମାନେ ବିରୋଧ କରୁଛନ୍ତି। ଏ ନେଇ ଓଟିଡିସି ର୍ନିବାହୀ ଯନ୍ତ୍ରୀ ଶଶାଙ୍କ ଶେଖର ଦାଶଙ୍କୁ ପଚାରିବାରୁ ଏଏସ୍‌ଆଇ ପକ୍ଷରୁ ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇ ସାଧାରଣ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ନିମନ୍ତେ ଏହି ବ୍ୟାଖ୍ୟାୟନ କେନ୍ଦ୍ର ତଥା ଯାତ୍ରୀ ବିଶ୍ରାମସ୍ଥଳ ନିର୍ମାଣ କରାଯାଉଛି। ସାଧାରଣ ଯାତ୍ରୀ ତଥା ବାହାର ପର୍ଯ୍ୟଟକ ବ୍ୟଖ୍ୟାୟନ କେନ୍ଦ୍ର ଯୋଗୁ ଶ୍ରୀଲିଙ୍ଗରାଜ ମନ୍ଦିର ତଥା ଆଖପାଖ ଶୈବ କ୍ଷେତ୍ର ବିଷୟରେ ଅଧିକ ଜ୍ଞାନ ଆହରଣ କରିପାରିବେ। ଆମ୍‌ସାର ଆକ୍ଟ ନିୟମକୁ ଅଣଦେଖା କରି ଏପରି ନିର୍ମାଣ ବନ୍ଦ ନ କରିବା ନେଇ ଏହା ତାଙ୍କର କ୍ଷମତା ପରିସର ନୁହେଁ, ଏଣୁ ଯଦି ଉପରିସ୍ଥ ଅଧିକାରୀ ଚାହିଁବେ ତେବେ ଆମସାର ଅକ୍ଟ ଅନୁଯାୟୀ ଏହା ଉଚ୍ଛେଦ କରାଯାଇ ପାରିବ ବୋଲି ସେ କହିଥିଲେ। ଏହି ବ୍ୟଖ୍ୟାୟନ କେନ୍ଦ୍ର ଏଏସ୍‌ଆଇ ପକ୍ଷରୁ ନିର୍ଦ୍ଧିଷ୍ଟ ସର୍ତ୍ତ ଅନୁଯାୟୀ ସ୍ଥାୟୀ କିମ୍ବା କୌଣସି ଅସ୍ଥାୟୀ ନିର୍ମାଣ ଅନୁମତି ଦିଆଯିବା ସମ୍ପର୍କରେ ଭାରତୀୟ ପତ୍ନତତ୍ତ୍ୱ ବିଭାଗ ଭୁବନେଶ୍ୱର ସର୍କଲ ମୁଖ୍ୟ ଅରୁଣ ମଲ୍ଲିକ ଓଟିଡ଼ିସି ତଥା ପର୍ଯ୍ୟଟନ ବିଭାଗ ମିଛୁଆ ଦର୍ଶାଇଥିଲେ। ତାଙ୍କ ମତରେ କୌଣସି ରାଜ୍ୟ କିମ୍ବା ନିର୍ଦ୍ଧିଷ୍ଟ ମନ୍ଦିର କିମ୍ବା ଐତିହ୍ୟସ୍ଥଳିର ବିକାଶ ନେଇ ଯୋଜନା ଆଳରେ କୀର୍ତ୍ତିରାଜିର ସୁରକ୍ଷାକୁ ଏଏସ୍‌ଆଇ ଅଣଦେଖା କରେ ନାହିଁ। ଏଣୁ ପ୍ରାଥମିକତା ଭିତ୍ତିରେ ଆମସାର ଆକ୍ଟକୁ ସମ୍ମାନ ଦେଇ ପର୍ଯ୍ୟଟନ ବିଭାଗ ନିଜର ଭୁଲ ସୁଧାରିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri