Categories: ଜାତୀୟ

ଧାର୍ମିକ ସ୍ଥାନରେ ଆମିଷ ଖାଉଥିବା ସନ୍ଦେହରେ ୪ଶ୍ରମିକଙ୍କୁ ପିଟିଲେ ଯୁବକ

ବରେଲି,୧।୬: ଉତ୍ତରପ୍ରଦେଶ ବରେଲିର ବେହରି ଅଞ୍ଚଳରୁ ଶନିବାର ଏକ ଅଭାବନୀୟ ଚିତ୍ର ସାମ୍‌ନାକୁ ଆସିଛି। ଧାର୍ମିକ ସ୍ଥାନରେ ଆମିଷ ଭୋଜନ କରୁଥିବା ସନ୍ଦେହରେ ଅଜ୍ଞାତ ଯୁବକମାନେ ୪ଶ୍ରମିକଙ୍କୁ ଅତି ନିର୍ମମ ଭାବେ ମାଡ ମାରିଛନ୍ତି। ଯୁବକମାନେ ଶ୍ରମିକମାନଙ୍କୁ ବେଲ୍‌ଟରେ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରେ ଏକ ଘର ତିଆରି କାମ ଚାଲିଥିଲା। ସେଠାରେ କାମ କରୁଥିବା ୪ଜଣ ଶ୍ରମିକ ଖାଇବା ଛୁଟିରେ ନିକଟରେ ଥିବା ଏକ ଗଛ ତଳେ ଖାଇବାକୁ ଯାଇଥିଲେ। ଉକ୍ତ ଗଛ ନିକଟରେ ଠାକୁରଙ୍କୁ ସ୍ଥାପନା କରାଯାଇଛି। ତେବେ ହଠାତ୍‌ କିଛି ଯୁବକ ଆସି ଏହି ସ୍ଥାନରେ ଆମିଷ ଭୋଜନ କରିବା ନେଇ ଅଭିଯୋଗ କରିବା ସହ ସେମାନଙ୍କୁ ମାଡ଼ ମାରିବାକୁ ଲାଗିଥିଲେ। ଏନେଇ ବେହରି ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରିବା ସହ ଫେରାର ଯୁବକଙ୍କୁ ଖୋଜୁଛି ।

Share