Categories: ଜାତୀୟ

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: ମେହବୁବା କହିଲେ, ଭାରତୀୟ ଲୋକତନ୍ତ୍ର ପାଇଁ କଳାଦିବସ, ଭୟଙ୍କର ହେବ ପରିଣାମ

ନୂଆଦିଲ୍ଲୀ,୫।୮:କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ରାଷ୍ଟ୍ରପତି ଏହି ବିଜ୍ଞପ୍ତିକୁ ଅନୁମୋଦନ ଦେଇଥିବା ସମ୍ପର୍କରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟ ସଭାରେ କହିଛନ୍ତି। ଜମ୍ମୁ-କଶ୍ମୀର ଏବଂ ଲଦାଖ ଦୁଇଟି ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି। ସୋମବାର ଭାରତୀୟ ଲୋକତନ୍ତ୍ର ପାଇଁ ଏକ କଳାଦିବସ। ଏହାର ପରିଣାମ ଭୟଙ୍କର ହେବ ବୋଲି ସେ ଧମକ ଦେଇଛନ୍ତି। ଧାରା ୩୭୦କୁ ଉଚ୍ଛେଦ ସରକାରଙ୍କ ନିଜସ୍ବ ନିଷ୍ପତ୍ତି, ଯାହା ଅସାମ୍ବିଧାନିକ ବୋଲି ସେ ମତ ଦେଇଛନ୍ତି।

Share