ଧାମନଗର ବିଡିଓଙ୍କୁ ଗାଳିଗୁଲଜ କରିବା ଅଭିଯୋଗ: ଧାରଣାରେ ବସିଲେ ବ୍ଲକ, ତହସିଲ କର୍ମଚାରୀ

ଧାମନଗର,୧୮।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବିଡିଓଙ୍କୁ ଅଫିସ ମଧ୍ୟରେ ପଶି ଗାଳିଗୁଲଜ କରିବା ଅଭିଯୋଗରେ ଧାମନଗର ତହସିଲ ଏବଂ ବ୍ଲକ କର୍ମଚାରୀମାନେ ଶୁକ୍ରବାର ନିଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ବ୍ଲକ ଅଧିକାରୀଙ୍କୁ ଗାଳିଗୁଲଜ କରିଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ହୋଇଛି। ବ୍ଲକ, ତହସିଲ କର୍ମଚାରୀଙ୍କ ସମେତ ସମସ୍ତ ରାଜସ୍ବ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି।