ଧାନ ଅମଳବେଳେ କାଳବୈଶାଖୀ: ଜୋର୍‌ ଧରିଲା କ୍ଷତିପୂରଣ ଦାବି

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡୁ ନାହିଁ। ଜିଲାର ଉଭୟ ଜଳସେଚିତ, ଅଣଜଳସେଚିତ ଅଞ୍ଚଳର ଜମିରେ ବର୍ତ୍ତମାନ ରବିଧାନ ଅମଳକ୍ଷମ ଅବସ୍ଥାରେ ରହିଛି। ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଧାନ ଅମଳ କାର୍ଯ୍ୟକୁ ଆରମ୍ଭ ମଧ୍ୟ କରି ଦେଇଛନ୍ତି। କିନ୍ତୁ ଗତ ସପ୍ତାହରେ କାଳବୈଶାଖୀ ପ୍ରଭାବରେ ୨ଥର ଝଡ଼ବର୍ଷା ସହିତ କରାମାଡ଼ ହେବା ଯୋଗୁ ଜିଲାର ବିଭିନ୍ନ ଅଞ୍ଚଳରେ ଧାନ ଫସଲ ଉଜୁଡ଼ି ଯାଇଛି। ଧାନକେଣ୍ଡାରୁ ଧାନ ଝଡ଼ିଯାଇ ଥିବାବେଳେ କେଣ୍ଡାରେ ରହିଥିବା ବଳକା ଧାନ ଅଗାଡ଼ି ହୋଇଯିବା ଆଶଙ୍କା ରହିଛି। ସେହିପରି କ୍ଷେତ, ଖଳାରେ ରହିଥିବା ଅମଳ ଧାନ ମଧ୍ୟ ବର୍ଷା, କରାମାଡ଼ରେ ପ୍ରଭାବିତ ରହିଛି। ଧାନ ଅମଳ ସମୟରେ କାଳବୈଶାଖୀର ଏଭଳି କରାଳ ରୂପ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।
ଏହି କ୍ରମରେ ସୋମବାର ପୂର୍ବାହ୍ନରେ ବିଭିନ୍ନ ସଂଗଠନ ନେତୃତ୍ୱରେ ଚାଷୀମାନେ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ବରଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଚାଲିଥିବାବେଳେ ସେଠାକୁ ସଂଯୁକ୍ତ କୃଷକ ସଂଗଠନ ଏବଂ ଆମ୍‌ ଆଦମୀ ପାର୍ଟି(ଏଏପି) ନେତୃତ୍ୱରେ ଚାଷୀମାନେ ପହଞ୍ଚିଥିଲେ। ଉଭୟ ସଙ୍ଗଠନ ପୃଥକ୍‌ ଭାବେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ସ୍ମାରକପତ୍ର ପ୍ରଦାନ ସହିତ କରାମାଡ଼ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ୍‌ ସବସିଡ଼ି(କ୍ଷତିପୂରଣ ସହାୟତା) ଏବଂ ବୀମା କ୍ଷତିପୂରଣ ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ସଂଯୁ୍‌କ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ନିରଞ୍ଜନ ପ୍ରଧାନ, ସୁରେଶ ନେକାଣ୍ଟି, ସୁଦାମ ପାତ୍ରଙ୍କ ସମେତ ଅନେକ କ୍ଷତିଗ୍ରସ୍ତ ଚାଷୀ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।
ସେହିପରି ଆମ ଆଦମୀ ପାର୍ଟି, ବରଗଡ଼ ଜିଲା ଶାଖା ମଧ୍ୟ ଅନୁରୂପ ଦାବି କରିଛି। ଅଦିନିଆଁ ବର୍ଷା ଏବଂ କରାମାଡ଼ ପ୍ରଭାବରେ ଜିଲାର ବିଭିନ୍ନ ବ୍ଲକରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଯୋଗୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଆମ ଆଦମୀ ପାର୍ଟି ଦାବି କରିଛି। ଦଳର ରାଜ୍ୟ ସମ୍ପାଦକ ଭବାନୀ ସାହୁ, ଜିଲା ସମ୍ପାଦକ ସ୍ବରୂପ ଭୋଇ, ନାରୀନେତ୍ରୀ ମାରିୟମ ବାର୍ଲା, ଅସିତ୍‌ ସାହୁ ପ୍ରମୁଖ ସ୍ମାରକପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ, ଗତମାସ ୨୯ତାରିଖରୁ ଜିଲାରେ କ୍ରମାଗତ ବ୍ୟବଧାନରେ କାଳବୈଶାଖୀର ପ୍ରଭାବ ବଢ଼ି ଚାଲିଛି। ଗତ ୧ତାରିଖ ଓ ୩ତାରିଖ ଜିଲାରେ ଝଡ଼ବର୍ଷା ହୋଇଥିଲା। ଏହା ସହିତ କରାମାଡ଼ ହେବା ଯୋଗୁ ଭଟଲି ବ୍ଲକର ହଲଦିପାଲି ଏବଂ ନାରଙ୍ଗପୁର ପଞ୍ଚାୟତରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏହା ସହିତ ଜିଲାର ଭେଡ଼େନ, ଅତାବିରା ଆଦି ବ୍ଲକରେ ମଧ୍ୟ ଧାନ ଫସଲ ଉଜୁଡ଼ି ଯାଇଥିବା ଯୋଗୁ ଚାଷୀଙ୍କ ମାନସିକ ସ୍ଥିତି ଦୋହଲି ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri