‘ଧାନର ଏନ୍ତୁଡ଼ି ଶାଳ ଓଡ଼ିଶାର ମାଟି’

ବାଲେଶ୍ୱର ଅଫିସ,୫।୧-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆପାଢ଼ୀ ସ୍ଥିତ ନୂତନ ପରିସରରେ ସ୍ନାତକୋତ୍ତର ପରିଷଦ ତରଫରୁ ସ୍ବଦେଶୀ ପ୍ରଜାତିର ଖାଦ୍ୟଶସ୍ୟ, ପନିପରିବାର ଉପାଦେୟତା ଏବଂ ଏହାର ସଂରକ୍ଷଣ ଜନିତ ସଚେତନତା ଉପରେ ଶନିବାର ‘ଏକ୍ସଟ୍ରା ମୁରାଲ ବକ୍ତୃତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପରିବେଶବିତ୍‌, ସାମାଜିକ କର୍ମୀ, ‘ନବଦାନିଆ’ର ସଂସ୍ଥାପକ ଡ. ବନ୍ଦନା ଶିବା ଏଥିରେ ଯୋଗଦେଇ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏକଦା ବିଂଶ ଶତାବ୍ଦୀ ପ୍ରାରମ୍ଭରେ ପ୍ରଖ୍ୟାତ ଋଷ ବୈଜ୍ଞାନିକ ନିକୋଲାଇ ଭାଭିଲୋଭ ପୃଥିବୀରେ ଚାଷ କରାଯାଉଥିବା ବିଭିନ୍ନ ଗଛର ଉପତ୍ତ୍ତି ସମ୍ବନ୍ଧରେ ଗବେଷଣା କରିଥିଲେ। ସେ ଦର୍ଶାଇଥିଲେ, ‘ଓଡ଼ିଶା ମାଟି ହେଉଛି ଧାନର ଏନ୍ତୁଡ଼ି ଶାଳ।’ ଏଠାରେ ବିଭିନ୍ନ ପ୍ରଜାତିର ଧାନ ଚାଷ କରାଯାଉଥିଲା। ଆଜିର ଦିନରେ ଚାଷୀ ଅଧିକ ଅମଳକ୍ଷମ କିସମର ଧାନ ଚାଷ କରୁଥିବାରୁ ବହୁ ଉନ୍ନତଗୁଣ ସମ୍ପନ୍ନ ପ୍ରଜାତିର ବିଲୁପ୍ତି ଘଟିଲାଣି। ଅଧିକ ଅମଳକ୍ଷମ ପ୍ରଜାତି ଧାନ ଚାଷ ପାଇଁ ଜମିରେ ଅଧିକମାତ୍ରାରେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରାଯାଉଥିବାରୁ ଏହା ମାଟିର ପ୍ରାକୃତିକ ଉର୍ବରତାକୁ ନଷ୍ଟ କରୁଛି। ଏଥି ସହିତ ଉପତ୍ାଦିତ ଖାଦ୍ୟଶସ୍ୟ ଖାଇ ଆମେ ବିଭିନ୍ନ ରୋଗରେ ପୀଡ଼ିତ ହେଉଛୁ। ଏଥିରୁ ପ୍ରମାଣିତ ହୋଇସାରିଛି ଯେ, ସ୍ବଦେଶୀ ପ୍ରଜାତିର ଖାଦ୍ୟଶସ୍ୟ ଓ ପନିପରିବାର ପୌଷ୍ଟିକଗୁଣ ଓ ରୋଗ ପ୍ରତିଷେଧକ କ୍ଷମତା ଅଧିକ ଅମଳକ୍ଷମ ପ୍ରଜାତି ଠାରୁ ଯଥେଷ୍ଟ ବେଶୀ। ତେଣୁ ବର୍ତ୍ତମାନ ସମୟରେ ଆମେ ସମସ୍ତେ ସ୍ବଦେଶୀ ପ୍ରଜାତିର ଖାଦ୍ୟଶସ୍ୟ ତଥା ପନିପରିବାର ସଂରକ୍ଷଣ ସମ୍ବନ୍ଧରେ ପ୍ରଯନତ୍ କରିବା ଆବଶ୍ୟକ। ବାଲେଶ୍ୱରରେ ନିଜ ପ୍ରଚେଷ୍ଟାରେ ସ୍ବଦେଶୀ ପ୍ରଜାତିର ବିଭିନ୍ନ କିସମର ଧାନର ଏକ ସଂରକ୍ଷଣାଗାର କରିଥିବା ପରିବେଶବିତ୍‌ ଡ. ଅଶୋକ କୁମାର ପାଣିଗ୍ରାହୀଙ୍କୁ ସେ ପ୍ରଶଂସା କରିଥିଲେ। ପ୍ୟାଟେଣ୍ଟ ଫାଇଲିଂ ଓ ବୌଦ୍ଧିକ ସମ୍ପଦର ଅଧିକାର ସମ୍ବନ୍ଧରେ ତାଙ୍କ ଅନୁଭୂତି ଉପରେ ଡ. ଶିବା ମଧ୍ୟ ଆଲୋକପାତ କରିଥିଲେ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ସ୍ବଦେଶୀ ପ୍ରଜାତିର ଧାନ ଓ ବିଭିନ୍ନ ପନିପରିବା କ୍ରମେ ବିଲୁପ୍ତ ହେଉଥିବା ବେଳେ ସମାଜରେ ପରମ୍ପରା ଓ ସାଂସ୍କୃତିକ ଅବକ୍ଷୟ ଘଟୁଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ସ୍ବଦେଶୀ ପ୍ରଜାତିର ଖାଦ୍ୟଶସ୍ୟର ସୁରକ୍ଷା ସହିତ ଆମ ପରିବେଶ, ପରମ୍ପରା ଓ ସଂସ୍କୃତିର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ସେ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ ସ୍ବାଗତ ଭାଷଣ ଦେଇ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ବିଷ୍ଣୁ ପ୍ରସାଦ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପସ୍ଥିତ ଅତିଥିମାନେ ମଧ୍ୟ ଜୈବିକ ସମ୍ପଦର ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପିକା ଡ. ରାଜଶ୍ରୀ ଦତ୍ତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri