ଧାନକିଣା ସ୍ଥିତି ସୁଧୁରୁନି

ବଲାଙ୍ଗୀର ଅଫିସ, ୫ା୧୨: ବଲାଙ୍ଗୀର ଜିଲାରେ ଧାନକିଣା ସ୍ଥିତି ସୁଧୁରିନାହିଁ। ପ୍ରଥମରୁ ଟୋକନ ଅବ୍ୟବସ୍ଥାକୁ ନେଇ ଚାଷୀ ହରଡ଼ଘଣାରେ ପଡିଛନ୍ତି। ଏଯାବତ୍‌ ଏଥିରୁ ନିସ୍ତାର ପାଇ ନ ଥିବା ଚାଷୀ ଏବେ ମଣ୍ଡି ବା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ରେ ଧାନ ବିକ୍ରୟ ପାଇଁ ଆଣିଥିଲେ ମଧ୍ୟ ଏହା ବିକ୍ରି ହୋଇପାରୁ ନ ଥିତ୍ବାରୁ ଚିନ୍ତାରେ ପଡିଛି। ବଲାଙ୍ଗୀର ଆରଏମ୍‌ସି ଅନ୍ତର୍ଗତ ଝାଙ୍କରପାଲି ପ୍ୟାକ୍ସରେ ଗତ ୬ ଦିନ ହେଲା ଚାଷୀମାନେ ବିକ୍ରୟ କରିବାକୁ ଆଣିଥିତ୍ବା ଧାନ କିଣାଯାଇନାହିଁ। ଫଳରେ ଚାଷୀମାନେ ହରଡଘଣାରେ ପଡିଛନ୍ତି ା ଝାଙ୍କରପାଲି ପ୍ୟାକ୍ସରେ ବୁଧବାର ୭୫୦ ବସ୍ତା ଧାନ ଗଚ୍ଛିତ ରହିଥିବା ଜଣାପଡିଛି ା ୧୦ ଜଣ ଚାଷୀଙ୍କ ଏହି ସବୁ ଧାନ ଗତ ଶୁକ୍ରବାରଠାରୁ ପ୍ୟାକ୍ସରେ ପଡିଛି। ଶୁକ୍ରବାର ଏହି ପ୍ୟାକ୍ସରେ ଧାନ କିଣାଯିବା ତାରିଖ ଧାର୍ଯ୍ୟ ରହିଥିଲା ା ଟୋକନ ପାଇଥିବା ୧୦ ଜଣ ଚାଷୀ ପ୍ୟାକ୍ସକୁ ଧାନ ଆଣିଥିଲେ ା ମାତ୍ର ଆରଏମ୍‌ସି ତରଫରୁ କୌଣସି ଅଧିକାରୀ ନ ଆସିବାରୁ ଧାନକିଣା ଯାଇପାରି ନ ଥିଲା ା ଶନିବାର ମଧ୍ୟ କେହି ଅଧିକାରୀ ଆସିନଥିଲେ ା ଫଳରେ ଚାଷୀଙ୍କ ଧାନକୁ ପ୍ୟାକ୍ସ ଗୋଦାମରେ ରଖାଯାଇଥିଲା। ଗତ ୬ ଦିନ ହେଲା ଗୋଦାମରେ ଧାନ ରହିଥିଲେ ମଧ୍ୟ ଏହାକୁ କିଣାଯାଇନାହିଁ ା ଚାଷୀମାନେ ପ୍ରତିଦିନ ପ୍ୟାକ୍ସକୁ ଆସି ନିରାଶ ହୋଇ ଫେରୁଛନ୍ତି ା କୁଟୁମଡୋଲା ଗ୍ରାମର ଚାଷୀ ବୀରଭଦ୍ର ନାଏକ ବିକ୍ରୟ ପାଇଁ ୭୦ କିଇଣ୍ଟାଲ ଧାନ ଆଣି ରଖିଛନ୍ତି ା ସେ କହିଛନ୍ତି ଯେ, ଗତ ୬ ଦିନ ହେଲା ତାଙ୍କର ଧାନ କିଣା ହୋଇନାହିଁ ା ପ୍ରତିଦିନ ପ୍ୟାକ୍ସକୁ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ରହି ଫେରୁଛନ୍ତି ା ଏହି କାରଣରୁ ତାଙ୍କର ଅନ୍ୟାନ୍ୟ କାମ ଅଟକି ରହିଛି ା ବାନ୍ଧନଘୋରର ଚାଷୀ ଡାକ୍ତର ବିଶ୍ୱାଳ ୩୯ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଆଣିଛନ୍ତି ା ସେ କହିଛନ୍ତି ଯେ, ପ୍ରତିଦିନ ଆରଏମ୍‌ସି ଅଧିକାରୀମାନେ ଆସିବେ ବୋଲି କହୁଥିଲେ ବି ୬ ଦିନ ହେଲା ଆସିନାହାନ୍ତି ା ବଲାଙ୍ଗୀରରୁ ମାତ୍ର ୧୨କିଲୋମିଟର ଦୂର ଝାଙ୍କରପାଲି ପ୍ୟାକ୍ସକୁ ଆରଏମ୍‌ସି ଅଧିକାରୀମାନେ ଯାଇପାରୁ ନ ଥିବାରୁ ଧାନକିଣା ହେଉ ନ ଥିବାବେଳେ ଅନ୍ୟ ଦୂର ସ୍ଥାନର ଅବସ୍ଥା କ’ଣ ଥିବ ବୋଲି ଚାଷୀମାନେ ପ୍ରା୍‌ନ କରିଛନ୍ତି ା କୁଟୁମଡୋଲାର ଚାଷୀ ବିନାୟକ ପ୍ରସାଦ ସିଂଦେଓ ପ୍ୟାକ୍ସରେ ଧାନକିଣା ଆରମ୍ଭ ହୋଇ ନ ଥିବାରୁ ବିକ୍ରି ପାଇଁ ସେ ଧାନ ଆଣିପାରୁ ନ ଥିବା କହିଛନ୍ତି ା ଅଧିକାରୀମାନେ ମନମୁଖୀ କାମ କରୁଥିତ୍ବା ଅଭିଯୋଗ କରିଛନ୍ତି ା ଏ ନେଇ ପ୍ୟାକ୍ସରେ ଉପସ୍ଥିତ ଥିବା ଡାଟା ଏଣ୍ଟ୍ରି ଅଫରେଟର୍ସ (ଡିଇଓ) ଫରୋଜ ବିଶ୍ୱାଳଙ୍କୁ ପଚରାଯିବାରୁ ଆରଏମ୍‌ସି ଅଫିସରୁ କେହି ଆସି ନ ଥିବାରୁ ଧାନ କିଣା ହେଉନଥିତ୍ଲା ବୋଲି କହିଥିଲେ। ତେବେ ବୁଧବାର ଜଣେ କ୍ୱାଲିଟି ଅଫିସର ଆସିଛନ୍ତି। ସେ ଧାନର ଟେଷ୍ଟିଂ କଲାପରେ ଧାନ କିଣାଯିବ ବୋଲି କହିଛନ୍ତି। ବୁଧବାର ସ୍ବାସ୍ଥ୍ୟ ସଚିବ ତଥା ଜିଲା ନୋଡାଲ କମିଶନର ଡା ପ୍ରମୋଦ କୁମାର ମେହେର୍ଦ୍ଦା ବଲାଙ୍ଗୀର ଜିଲା ଗସ୍ତରେ ଆସି ଝାଙ୍କରପାଲି ଆଶ୍ରମ ବିଦ୍ୟାଳୟ, ଅଙ୍ଗନୱାଡି ପରିଦର୍ଶନ କରିଥିଲେ। ତେବେ ଏହି ଆଶ୍ରମ ବିଦ୍ୟାଳୟକୁ ଲାଗି କରି ଥିବା ପ୍ୟାକ୍ସକୁ ତାଙ୍କ ଦୃଷ୍ଟି ପଡି ନ ଥିଲା। ଫଳରେ ଚାଷୀଙ୍କ ଦୁର୍ଦ୍ଦଶା ଦେଖିପାରି ନ ଥିଲେ। ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ସାମ୍ବାଦିକତା କ୍ଷେତ୍ରରେ ବଢୁଛି ନିଯୁକ୍ତି ସୁଯୋଗ, ଜଣେ ଭଲ ସାମ୍ବାଦିକ….

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟ ସମ୍ବର୍ଦ୍ଧନା…

କ୍ଳଚ ତାରରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ମାମଲା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ…

ସ୍କୁଲ୍‌ରେ ଅଘଟଣ, ପାଚେରୀ ଭୁଶୁଡ଼ି ଚାଲିଗଲା ୨ ଛାତ୍ରୀଙ୍କ ଜୀବନ

ପାରଳାଖେମୁଣ୍ଡି/ମୋହନା,୧୫।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ରା.ଉଦୟଗିରିରେ ଅଭାବନୀୟ ଘଟଣା । ସ୍କୁଲ ପାଚେରୀ ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରା.ଉଦୟଗିରି ଥାନା ୠବୁଡିସିଂ…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri