ଧରିତ୍ରୀ ପ୍ରଭାବ: ନିରୀହ ଲୋକଙ୍କୁ ପୋଲିସର ମାଡ଼ ଘଟଣାରେ କ୍ଷତିପୂରଣ ଲାଗି ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ

ପୁରୁଷୋତ୍ତମପୁର, ୧୦।୧୧ (ଡି.ଏନ.ଏ.): ଜାତୀୟ ମାନବାଧିକାର କମିଶନ ପୋଲିସ ମାଡରେ ଆହତ ୭ ଜଣଙ୍କୁ ୨୫ହଜାର ଲେଖାଏ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ପାଇବାକୁ ଥିବା ବ୍ୟକ୍ତିହେଲେ କୁମାରୀର ଅଧିକାରୀ ବେହେରା, ପୁରୁଷୋତ୍ତମପୁର ମେନ୍‌ରୋଡ୍‌ର ଗଣପତି ସାହୁ, ମହେଶ୍ୱର ମହାନ୍ତି, ହନୁମାନ ବଜାରର ବଳରାମ ବେହେରା, ନଦୀତଟ ସାହିର ଶୁକୁଟା ବେହେରା, ଚାଙ୍ଗୁଡିଆପଦର ସାହିର ମୁରଲୀ ଗୌଡ, ବଡଧୋବା ସାହିର ପଞ୍ଚୁ ବେହେରା। ପଞ୍ଚୁଙ୍କ ଗତ କିଛିମାସ ତଳେ ମୃତ୍ୟୁ ଘଟିଛି। ଗଞ୍ଜାମ ଏସ୍‌ପି ଆହତଙ୍କୁ ଟଙ୍କା ପ୍ରଦାନ ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ କହିଛନ୍ତି। କେତେଜଣ ଛତ୍ରପୁର ଯାଇ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଦାଖଲ ମଧ୍ୟ କରିଛନ୍ତି। ମହେଶ୍ୱର ଗରିବ ଶ୍ରେଣୀର ହୋଇଥିବାବେଳେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ନ ଥିବାରୁ ସେ ଦାଖଲ କରି ପାରିନାହାନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୪ ଅଗଷ୍ଟ ୨୫ରେ ଭୋରରୁ ପୁରୁଷୋତ୍ତମପୁର ସହରର ଲୋକେ ନିତ୍ୟକର୍ମ ପାଇଁ ବାହାରକୁ ଆସିଥିବାବେଳେ ପାଟ୍ରୋଲିଂରେ ଥିବା ପୁରୁଷୋତ୍ତମପୁର ଥାନାର ପୂର୍ବତନ ଏସ୍‌ଆଇ ତଥା ବର୍ତ୍ତମାନ ପୋଲିସ ଚାକିରି ଛାଡ଼ି କନ୍ଧମାଳ ଜିଲା ଚକାପାଦ ବ୍ଲକରେ କାର୍ଯ୍ୟ କରୁଥିବା ମୁକ୍ତିପ୍ରକାଶ କୁଲୁ ଓ କର୍ମଚାରୀ ପ୍ରାୟ ୧୫ ଜଣ ନିରୀହ ଲୋକଙ୍କୁ ମାଡମାରି ଲହୁଲୁହାଣ କରିଥିଲେ। ପ୍ରତିବାଦରେ ଲୋକେ ସହରର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ କରିଥିଲେ। ୨୦୧୪ ଅଗଷ୍ଟ ୨୬ରେ ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ଭିତ୍ତିକରି ପୁରୀର ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଦାଶ ଜାତୀୟ ମାନବାଧିକାର କମିଶନରଙ୍କଠାରେ ନଂ.୪୦୯୨/୧୮/୫/୨୦୧୪ ପ୍ରକାରେ ମାମଲା ଦାୟର କରି ମାଡ ଖାଇଥିବା ଲୋକଙ୍କୁ କ୍ଷତିପୂରଣ, ନ୍ୟାୟ ପ୍ରଦାନ ଲାଗି ନିବେଦନ କରିଥିଲେ। ଜାତୀୟ ମାନବାଧିକାର କମିଶନ ଅଧ୍ୟକ୍ଷ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ଗଞ୍ଜାମ ଏସ୍‌ପିଙ୍କୁ ରିପୋର୍ଟ ମାଗିଥିଲେ। ତଥ୍ୟକୁ ଭିତ୍ତିକରି ଜାତୀୟ ମାନବାଧିକାର କମିଶନ ଏହି ରାୟ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri