ଧରିତ୍ରୀ ପ୍ରଭାବ: ଖୋଲିଲା ଓ୍ବାଚ ଟାଓ୍ବାର

କେନ୍ଦୁଝର, ୧ା୨(ସ୍ବ.ପ୍ର.): ପାଟଣା ବ୍ଲକ ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଓ୍ବାଚ ଟାଓ୍ବାରକୁ ଜିଲା ପ୍ରଶାସନ ମକର ପୂର୍ବ ଦିନ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନର ତିନି ଦିନ ପରେ ତାଲା ପଡିବାରୁ ପର୍ଯ୍ୟଟକମାନେ ନିରାଶ ହୋଇଥିଲେ। ୧ କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ଓ୍ବାଚ ଟାଓ୍ବାରରୁ ଭୀମକୁଣ୍ଡର ସୌନ୍ଦର୍ଯ୍ୟ ଦେଖି ଉପଭୋଗ କରିବା ଆଶାରେ ଆସୁଥିବା ପର୍ଯ୍ୟଟକ ନିରାଶ ହୋଇଥିଲେ। ତେବେ ଏନେଇ ଧରିତ୍ରୀ ଓ ଓରିଶାପୋଷ୍ଟରେ ଖବର ପ୍ରକାଶ ପାଇବା ପରେ ପର୍ଯ୍ୟଟନ ବିଭାଗ ତଥା ସ୍ଥାନୀୟ ପ୍ରଶାସନ ତତ୍ପରତା ଦେଖାଇ ଗୁରୁବାର ତାଲା ଖୋଲିଛନ୍ତି। ଏହି ଓ୍ବାଚ ଟାଓ୍ବାରର ଦାୟିତ୍ୱ ଏକ ସଂସ୍ଥାକୁ ଦିଆଯିବ ଏବଂ ପ୍ରବେଶ ପାଇଁ ୧୦ ଟଙ୍କା ଆଦାୟ କରାଯିବ। ତେବେ ଅଦ୍ୟାବଧି ସଂସ୍ଥା ଚୟନ ହୋଇ ନ ଥିବାରୁ ଏହାକୁ ବନ୍ଦ କରି ରଖାଯାଇଥିଲା ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଣାପଡିଛି। ତାଲା ଖୋଲାଯାଇଛି ବୋଲି ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ ନାୟକ କହିଛନ୍ତି।