ଧରିତ୍ରୀରେ ପ୍ରକାଶିତ ଖବର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌

ବରଗଡ଼ ଅଫିସ୍‌,୨୭।୪: ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବରଗଡ଼, ବଲାଙ୍ଗୀର ଏବଂ ରାୟଗଡ଼ା ଜିଲାର ୪୭ଶ୍ରମିକ ଚାଲିଚାଲି ଘରକୁ ଫେରୁଛନ୍ତି । ଏ ନେଇ ସୋମବାର ଧରିତ୍ରୀରେ ଆନ୍ଧ୍ରରୁ ଗାଁ ମୁହାଁ ଶ୍ରମିକ ଶୀର୍ଷକରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟକୁ ଆଧାର କରି ବରଗଡ଼ ଜିଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସାମାଜିକ କର୍ମୀ ଦିବସ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବରଗଡ଼, ବଲାଙ୍ଗୀର, ରାୟଗଡ଼ା ଏସ୍‌ପି, ଜିଲାପାଳ ପ୍ରମୁଖଙ୍କୁ ଟୁଇଟ୍‌ କରି ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ସମ୍ପୃକ୍ତ ଶ୍ରମିକଙ୍କୁ ଘରକୁ ପହଞ୍ଚାଇବା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି । ଏଠାରେ ଉଲ୍ଲେଖନୀୟ, ସମ୍ପୃକ୍ତ ଶ୍ରମିକମାନେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ର ଏକ କମ୍ପାନୀରେ କାମ କରୁଥିଲେ । ଲକ୍‌ ଡାଉନ୍‌ କଟକଣା ପରେ ସେମାନଙ୍କ ରୋଜଗାର ବନ୍ଦ ହୋଇ ଯାଇଥିଲା । ଏହା ସହିତ ଖାଇବା, ପିଇବା ସମସ୍ୟା ମଧ୍ୟ ଦେଖାଯାଇଥିଲା । ଫଳରେ ସେମାନେ ରେଳପଥରେ ଚାଲିଚାଲି ଘରକୁ ଫେରୁଥିବା ବାଟରେ ସୀତାନଗରମ୍‌ ନିକଟରେ ପୋଲିସ ହାବୁଡ଼ରେ ପଡ଼ିଥିଲେ । ପୋଲିସ ଭୟରେ ସେମାନେ ଏକ ଜଙ୍ଗଲକୁ ଚାଲି ଯାଇ ସେଠାରେ ଆଶ୍ରୟ ନେଇଥିଲେ । ପରେ ସାମାଜିକ କର୍ମୀ ସାହୁ ଖବର ପାଇ ସେ ନେଇ ସୂଚନା ଦେବା ପରେ ସୀତାପୁରମ ପୋଲିସ ସମ୍ପୃକ୍ତ ଶ୍ରମିକଙ୍କ ପାଖକୁ ଖାଦ୍ୟ ସାମଗ୍ରୀ ପହଞ୍ଚାଇଥିଲା । ତେବେ ସେଠାରୁ ଶ୍ରମିକମାନେ ପୁଣି ଚାଲିଚାଲି ଆସି ରାୟଗଡ଼ା ଜିଲା ସୀମାକୁ ପହଞ୍ଚିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ବାଜିଲା ବାଂଲାଦେଶ ନିର୍ବାଚନ ବିଗୁଲ, ଲଢ଼ିପାରିବନି ଶେଖ ହସିନାଙ୍କ ପାର୍ଟି

ନୂଆଦିଲ୍ଲୀ,୧୧ା୧୨: ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନ  ଆସନ୍ତା ଫେବୃଆରୀ 12 ତାରିଖରେ ଅନୁଷ୍ଠିତ ହେବ । ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri