ଧରା ପଡ଼ିଲେ ପାକିସ୍ତାନର ଦୁଇ ଗୁପ୍ତଚର

ଓ୍ବାଶିଂଟନ,୮।୪: ପାକିସ୍ତାନର ଗୁପ୍ତଚର(ସ୍ପାଇ) ସଂସ୍ଥା ଆଇଏସ୍‌ଆଇର ଦୁଇ ସଦସ୍ୟ ଆମେରିକାର ଓ୍ବାଶିଂଟନରେ ଧରା ପଡ଼ିଛନ୍ତି। ସେମାନେ ଆମେରିକାର ଇଣ୍ଟେଲିଜେନ୍ସ ଏବଂ ସିକ୍ୟୁରୁଟି ଆପାରାଟସ ସମେତ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ହାଇ ପ୍ରୋଫାଇଲ ସିକ୍ରେଟ ସର୍ଭିସରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ।

ଆରିଆନ ତାହେରଜାଦେ (୪୦) ଏବଂ ହାଇଦର ଅଲି (୩୫)ଙ୍କୁ ବୁରୁବାର ସାଉଥଇଷ୍ଟ ଓ୍ବାଶିଂଟନରୁ ଏଫ୍‌ବିଆଇ ଗିରଫ କରିଛି। ସେମାନଙ୍କ ବିରୋଧରେ ଆମେରିକାର ଜଣେ ଅଧିକାରୀଙ୍କ ମିଛ ପରିଚୟ ବ୍ୟବହାର କରିବା ଲାଗି ଗିରଫ କରାଯାଇଛି। ସିକ୍ରେଟ ସର୍ଭିସର ୪ ସଦସ୍ୟଙ୍କୁ ଛୁଟିରେ ପଠାଇ ଦିଆଯାଇଛି।

Share