Categories: ଜାତୀୟ

ଧରା ପଡ଼ିଲା ଲୁଚାଛପାରେ ପାକିସ୍ତାନ ଯାଉଥିବା ଚାଇନା ଜାହାଜ: ରହିିଛି ଆଣବିକ କ୍ଷେପଣାସ୍ତ୍ର ନିର୍ମାଣ ସାମଗ୍ରୀ

କାଣ୍ଡଲା,୧୭।୨: ପାକିସ୍ତାନକୁ ଲୁଚାଛପାରେ ଯାଉଥିବା ଏକ ଚାଇନା ଜାହାଜକୁ ଭାରତୀୟ କଷ୍ଟମ ବିଭାଗ ପକ୍ଷରୁ ଜବତ କରାଯାଇଛି। ଏଥିରେ ଆଣବିକ କ୍ଷେପଣାସ୍ତ୍ର ନିର୍ମାଣରେ ବ୍ୟବହାର କରାଯାଉଥିବା ସାମଗ୍ରୀ ରହିଥିବା କୁହାଯାଉଛି। ଗୁଜରାଟର କାଣ୍ଡଲା ବନ୍ଦର ନିକଟରୁ ଏହି ଜାହାଜକୁ ଜବତ କରାଯାଇଛି। ଜାହାଜ ଉପରେ ହଂକଂର ପତାକା ରହିଛି। ଏହା କରାଚୀର କାସିମ୍‌ ବନ୍ଦର ଅଭିମୁଖେ ଯାତ୍ରା କରୁଥିଲା। ଜାହାଜଟି ଚାଇନାର ଜିୟାଙ୍ଗ୍‌ସୁ ପ୍ରଦେଶର ୟାଙ୍ଗସ୍ତୋ ନଦୀରୁ ଯାତ୍ରା ଆରମ୍ଭ କରିଥିଲା। ଡିଆର୍‌ଡିଓ ଅଧିକାରୀ ଜାହାଜରେ ଥିବା ସାମଗ୍ରୀର ଯାଞ୍ଚ୍‌ କରୁଛନ୍ତି।

Share