ଧରା ପଡ଼ିଲା ନକଲି ବିଦେଶୀ ମଦ କାରବାର: ୨୮ଲକ୍ଷ ଟଙ୍କା ଜବତ

ବରଗଡ଼ ଅଫିସ, ୬।୫- ବରଗଡ଼ ଟାଉନ ଥାନା ପୋଲିସ ଏକ ବଡ ଧରଣର ନକଲି ବିଦେଶୀ ମଦ କାରବାର ଠାବ କରିଛି। ଏହି କାରବାରରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଭଟଲି ରୋଡ ମାତୃହାର ନିବାସୀ ଅବିନାଶ କୁମାର ଗୁପ୍ତା ଏବଂ ବଲାଙ୍ଗୀରର ଶତୃଘ୍ନ ପ୍ରସାଦ ଗୁପ୍ତା। ସେମାନଙ୍କ ପାଖରୁ ନଗଦ ୨୮ଲକ୍ଷ ଟଙ୍କା, ନକଲି ଷ୍ଟିକର, ନିଶା ବଟିକା ଏବଂ ବ୍ୟାପକ ପରିମାଣରେ ନକଲ ବିଦେଶୀ ମଦ ଜବତ ହୋଇଛି। ସେମାନଙ୍କ ବିରୋଧରେ ଏକ ମାମଲା (ନଂ-୧୪୦/୨୦) ରୁଜୁ ହୋଇଛ। ଏହାର ଅଧିକ ତଦନ୍ତ ଚାଲିଛି ବୋଲି ସୋମବାର ଏକ ଖବରଦାତା ସମ୍ମିଳନୀରେ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଅମରେନ୍ଦ୍ର ରଣା, ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ, ଇନ୍ସପେକ୍ଟର ସୁଷମା କୁଅଁର, ଏସଆଇ ସୌମ୍ୟକାନ୍ତ ବଳିୟାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।