ଛତ୍ରପୁର,୪ା୧୨(ଡି.ଏନ.ଏ)-କର୍ମଚାରୀଙ୍କଠାରୁ ଲୁଟପାଟ କରୁଥିବା ୯ ଜଣିଆ ଏକ ଲୁଟେରା ଗ୍ୟାଙ୍ଗକୁ ଗଞ୍ଜାମ ପୋଲିସ ଧରିବାରେ ସଫଳ ହୋଇଛି। ଗଞ୍ଜାମ ଓ ନୟାଗଡ ଜିଲାରେ ହୋଇଥିବା ୧୨ଟି ଲୁଟ୍ ଘଟଣା ଏବଂ ଏକ ହତ୍ୟା ମାମଲାରେ ଏମାନେ ସମ୍ପୃକ୍ତ ଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୋଲିସ ସୂଚନା ଦେଇଛି। କବିସୂର୍ଯ୍ୟନଗର ଥାନା ଅର୍ଜୁନପଲ୍ଲୀ ଗାଁର ଯୋଗୀ ଗୌଡ, କବିସୂର୍ଯ୍ୟନଗର ଆଇବି ରୋଡ୍ର ସୁନିଲ ମହାନ୍ତି ଓରଫ୍ ସୁନିଲ ନାହାକ ଓରଫ୍ ମଲ୍ଲ, ବଡଆଗୁଳା ଗାଁର ତନୁଜ ସ୍ବାଇଁ ଓରଫ ତନ୍ମୟ, ଆଇବି ରୋଡ୍ର ସଞ୍ଜୟ ନାହାକ, ଖଲ୍ଲିକୋଟ ଥାନା ଲୋଚାପଡା ଗାଁର ଶିବରାମ ଦାସ ଓରଫ ଶିବ, ପାଟପୁର ଥାନା ଏସ୍. ଗୋପାଳପୁର ଗାଁର ଅଶ୍ୱିନୀ ଗୌଡ, ପୁରୁଷୋତ୍ତମପୁର ଥାନା ଅରଖପୁର ଗାଁର ମନୋଜ ଗୌଡ, କନ୍ଧମାଳ ଜିଲା ସଦର ଫୁଲବାଣୀ ଥାନା ମଲିକପଡା ଗାଁର ଭରତ ପ୍ରଧାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ୪ ପିସ୍ତଲ, ଗୋଟିଏ ଖେଳନା ପିସ୍ତଲ, ୧୪ଟି ଜୀବନ୍ତ ଗୁଳି, ଖଣ୍ଡା, ଛୁରି, ୪ଟି ଦୁଇଚକିଆ ବାଇକ୍/ସ୍କୁଟି ଓ ୧୬ଟି ମୋବାଇଲ ଫୋନ ଜବତ କରାଯାଇଛି । ଶୁକ୍ରବାର ଛତ୍ରପୁରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍ପି ବ୍ରିଜେଶ କୁମାର ରଏ ଏହି ସୂଚନା ଦେଇଛନ୍ତି।
ଏସ୍ପି କହିଛନ୍ତି, ଏହି ଗ୍ୟାଙ୍ଗ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଟାର୍ଗେଟ କରୁଥିଲେ। ଗ୍ୟାଙ୍ଗରେ କିଏ ସୂଚନା ଦେଉଥିଲେ ତ ଆଉ କିଏ ଟ୍ରାକ୍ କରୁଥିଲେ ଏବଂ ଅନ୍ୟମାନେ ଲୁଟ୍ କରୁଥିଲେ । ଗ୍ୟାଙ୍ଗ୍ରେ ଆଉ କିଏ ଅଛନ୍ତି ତାହା ଜାଣିବା ଓ ଲୁଟ୍ ଟଙ୍କା ଜବତ ପାଇଁ ତଦନ୍ତ ଜାରି ରହିଛି। ଗିରଫ ଯୋଗୀ ଲୁଟ୍ କରି ବାଇକ୍ରେ ଦ୍ରୁତ ଗତିରେ ଯାଉଥିବାବେଳ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି। ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ଖଲ୍ଲିକୋଟ, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, ଗାଙ୍ଗପୁର ଓ କୋଦଳା ଥାନା ଆଇଆଇସି ଓ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା । ପୁରୁଷୋତ୍ତମପୁର ଓ ଛତ୍ରପୁର ଏସ୍ଡିପିଓ ଏବଂ ଅତିରିକ୍ତ ଏସ୍ପି ଏହାର ମନିଟରିଂ କରୁଥିଲେ ବୋଲି ଏସପି କହିଛନ୍ତି।
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ
ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...
ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ
ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...
ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…
ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...
ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…
ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍...
ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...
Archives


