ଧରାପଡ଼ିଲା ଆନ୍ତଃଜିଲା ଲୁଟେରା ଗ୍ୟାଙ୍ଗ

କଟକ ଅଫିସ,୫ା୬: ଏକ ଆନ୍ତଃଜିଲା ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସ। ରାଜ୍ୟର ବିଭିନ୍ନ ଜିଲାରେ ଏହି ଗ୍ୟାଙ୍ଗ ଅନେକ ଅପରାଧିକ କାର୍ଯ୍ୟକଳାପ ଘଟାଇଥିବା ପୋଲିସ ରେକର୍ଡରେ ରହିଛି। ଗତ ମେ ୨୭ ସକାଳେ ଏମାନେ ମାତ୍ର ୪ ଘଣ୍ଟାରେ ୩ଟି ଛିନତାଇ କରିଥିଲେ। ଘଟଣାର ଖୋଳତାଡ଼ କରିବା ପରେ ପୋଲିସ ଉକ୍ତ ଗ୍ୟାଙ୍ଗକୁ ଧରିଥିବା ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ ଗତ ୨୭ ତାରିଖରେ ସହରର ଭିନ୍ନ ଭିନ୍ନ ସ୍ଥାନରେ ଛିନ୍‌ତାଇ କରିଛନ୍ତି। ପୂର୍ବାହ୍ନ ୬ଟାରେ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ପ୍ରାତଃଭ୍ରମଣରେ ଯାଉଥିବା ପ୍ରମିଳା ସାହୁଙ୍କଠାରୁ ସେମାନେ ସୁନା ଚେନ ଛଡ଼ାଇ ନେଇଥିଲେ। ଏହାର କିଛି ଘଣ୍ଟା ମଧ୍ୟରେ ବାଲିକୁଦା ଛକ ନିକଟରୁ ଜଣେ ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଓ ସକାଳ ପ୍ରାୟ ୧୦ଟା ସମୟରେ ଓଏମ୍‌ପି ଛକ ନିକଟରୁ ଅଞ୍ଜଳି ପାତ୍ରଙ୍କ ବେକରୁ ସୁନା ଚେନ ଛଡ଼ାଇ ନେଇଥିଲେ। ଏହି ଘଟଣାରେ ସୁରେଶ ଗଜେନ୍ଦ୍ର ଓରଫ ବାଲା ଓ ବିଜେନ୍ଦ୍ର ଜୈସୱାଲ ଓରଫ ବାବୁ ମୁଖ୍ୟ ଅଭିଯୁକ୍ତ ଅଟନ୍ତି। ଏମାନଙ୍କୁ ସନ୍ଦୀପ ଖୁଣ୍ଟିଆ ଓରଫ ନନ୍ଦ ଓ ଅଭି ସାହୁ ସହଯୋଗ କରୁଥିଲେ। ବାଲା, ବାବୁ ଓ ନନ୍ଦଙ୍କ ଘର କଟକ ସହରରେ ହୋଇଥିବା ବେଳେ ଅଭିଙ୍କ ଘର ଖୋର୍ଦ୍ଧା ଜିଲା। ଏମାନଙ୍କ ନିକଟରୁ ୨ଟି ସୁନାଚେନ, ଗୋଟିଏ ମଙ୍ଗଳସୂତ୍ର, ଲୁଟରେ ବ୍ୟବହୃତ ବାଇକ (ଓଡ଼ି-୦୫-ଏସି- ୨୦୯୧) ଓ ସ୍କୁଟି (ଓଡ଼ି-୦୫-ଏପି-୯୮୧୩), ୭ଟି ମୋବାଇଲ ଜବତ କରାଯାଇଛି। ବାଲାଙ୍କ ନାମରେ ବାଲୁଗାଁ ଥାନରେ ୧୨, ବାଣପୁର ଥାନରେ ୪, ନିରାକାରପୁର ଥାନାରେ ୪ ଏବଂ ଟାଙ୍ଗୀ, ଖଲ୍ଲିକୋଟ, ସତ୍ୟବାଦୀ, କଟକ ସଦର, ଚାଉଳିଆଗଞ୍ଜ, ଖଣ୍ଡଗିରି ଥାନାରେ ଏକାଧିକ ମାମଲା ରହିଛି। ବାବୁଙ୍କ ନାମରେ ସହରର ବିଭିନ୍ନ ଥାନାରେ ଏକାଧିକ ମାମଲା ଅଛି। ଗିରଫ କରାଯିବା ପରେ ଆଇପିସି ଧାରା ୩୯୨, ୪୧୩, ୩୪ ଅନୁଯାୟୀ ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri