Categories: ଜାତୀୟ

ଧନ୍ୟବାଦ ପ୍ରସ୍ତାବରେ ଗୀତ ଗାଇ ମୋଦି ରାହୁଲଙ୍କୁ କହିଲେ ଟ୍ୟୁବ୍‌ଲାଇଟ୍‌

ନୂଆଦିଲ୍ଲୀ, ୬।୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୀତ ଗାଇ କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୋଦି କବି ସର୍ବେଶ୍ୱର ଦୟାଲ ସାକସେନାଙ୍କ କବିତା ଆବୃତ୍ତି କରିଥିଲେ। ସେ ରାହୁଲଙ୍କ ନାମ ନ ନେଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୋଦିଙ୍କ ମନ୍ତବ୍ୟ ନେଇ ରାହୁଲ ନିଜ ଆସନରୁ ଉଠି କିଛି କହିଥିଲେ। ଏହା ପରେ ମୋଦି ପୁଣି ଏହାର ଉତ୍ତରରେ ରାହୁଲଙ୍କୁ ଟାର୍ଗେଟ୍‌ କରିଥିଲେ। ମୋଦି କହିଲେ ଦୀର୍ଘ ୪୦ ମିନିଟ୍‌ ଧରି ଭାଷଣ ଦେବା ପରେ ରାହୁଲ ଏଭଳି କହୁଛନ୍ତି। ଟ୍ୟୁବଲାଇଟ୍‌ ପାଖରେ କରେଣ୍ଟ ପହଞ୍ଚୁ ପହଞ୍ଚୁ ବିଳମ୍ବ ହୋଇଥାଏ ବୋଲି ମୋଦି ବ୍ୟଙ୍ଗ କରିଥିଲେ। ଏହାପରେ ରାହୁଲ ନିଜ ଆସନରେ ଉଠି କିଛି କହୁଥିବାରୁ ମଧ୍ୟ ଦେଖାଯାଇଥିଲା।

Share