ଧନୀଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଆମେମାନେ ଜନ ପ୍ରତିନିଧି । ଲୋକଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ରହିଛୁ। ଯେଉଁ ଗରିବ ଲୋକ ଘର ଖଣ୍ଡେ ପାଇ ନାହିଁ ସେମାନେ ଆମକୁ ଅଭିଯୋଗ କରୁଛନ୍ତି। ଆମେ ସେମାନଙ୍କ ପାଇଁ କିଛି କରି ପାରୁ ନାହୁଁ। ଲୋଗୋ ପଛେ ଯାହାର ଲାଗୁଛି ଲାଗୁ ବିଧାୟକମାନଙ୍କୁ କିଛି ଘର ବାଣ୍ଟିବାର ଅଧିକାର ଦିଆଯାଉ। ବୁଧବାର ବିଧାନସଭା ମୁଲତବୀ ଆଲୋଚନା ବେଳେ ସରକାରଙ୍କୁ ବିରୋଧୀ ଦଳ ସଦସ୍ୟମାନେ ଗୁହାରି କରିଛନ୍ତି । ‘ସରକାର ତୁମେ ଏ କି କଲ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର କାହିଁକି କଲ’ ଶୀର୍ଷକ ମୁଲତବୀ ଆଲୋଚନାରେ ଅଂଶ ଗ୍ରହଣ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ ହିତାଧିକାରୀଙ୍କୁ ଘର ଦେଇ ମାର୍ବଲରେ କେବଳ ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ସେଥିରେ ବିଜୁ ପକ୍କାଘର ଲୋଗୋ ମଧ୍ୟ ଲଗାଯାଉ। ବିଜୁ ପଟ୍ଟନାୟକଙ୍କ ଲୋଗୋ ମଧ୍ୟ ଲଗାଇ ଦିଆଯାଉ ସେଥିରେ କିଛି ଅସୁବିଧା ନାହିଁ ହେଲେ ବିଧାୟକମାନଙ୍କ ହାତରେ କିଛି ଘର ବାଣ୍ଟିବାର ସୁବିଧା ରଖାଯାଉ। ବିରୋଧୀ ଦଳ ନେତାଭାବେ କାହା ଘର ପୋଡ଼ିଗଲେ କିମ୍ବା କୌଣସି କାରଣରୁ ଭାଙ୍ଗିଗଲା ପରେ ସେମାନଙ୍କ ପାଖରେ ପହଞ୍ଚୁଛୁ । ଗରିବ ଲୋକମାନେ ଭାବୁଛନ୍ତି ଏତେବଡ଼ ନେତା ଆସିଛନ୍ତି । ଆମକୁ ଘର ମାଗି ଦେଉଛନ୍ତି ମାତ୍ର ଆମେ ଅସହାୟ ହୋଇଯାଉଛୁ। ତେଣୁ ଏସବୁକୁ ଗୁରୁତ୍ୱ ଦେଇ ଆମ ହାତରେ ୩୦୦ଘର ବାଣ୍ଟିବାର ବ୍ୟବସ୍ଥା କରାଯାଉ। ସରକାର ଏ ଦିଗରେ ଗୁରୁତର ସହ ବିଚାର କରନ୍ତୁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଦୁର୍ନୀତି ହେଉଛି। ଉତ୍ତର ଓଡ଼ିଶାର ବହୁ ନେତା ଗରିବଙ୍କୁ ବାଦ୍‌ ଦେଇ ଧନୀଙ୍କୁ ସରକାରୀ ଘର ବଣ୍ଟନ କରୁଛନ୍ତି। ଏମିତି ବହୁତ ଅଭିଯୋଗ ଆସି ସାରିଛି। ପଶ୍ଚିମ ଓଡ଼ିଶା ନେତାମାନେ କେବେ ହେଲେ ଏମିତି କରିବେ ନାହିଁ। ଅଯୋଗ୍ୟଙ୍କୁ ବାଦ୍‌ଦେଇ ଯୋଗ୍ୟ ହିତାଧିକାରୀ ଚୟନ ଠିକ୍‌ ଢଙ୍ଗରେ କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଗାଁ ଗହଳିରେ ଲୋକମାନେ ଏବେ ମଧ୍ୟ ଗୋଟିଏ ନାଁ କହୁଛନ୍ତି ତାହା ହେଲା ଇନ୍ଦିରା ଆବାସ ଯୋଜନା। କେବଳ ଓଡ଼ିଶା ନୁହେଁ ସବୁ ରାଜ୍ୟର ଲୋକଙ୍କ ମୁଣ୍ଡରେ ଅଛି ଇନ୍ଦିରା ଆବାସ ଯୋଜନା ଦରକାର। କେନ୍ଦ୍ରରେ ଉପା ସରକାର ଥିବାବେଳେ କେନ୍ଦ୍ର ୭୫ ପ୍ରତିଶତ ଅଂଶଧନ ଏବଂ ରାଜ୍ୟକୁ ୨୫ପ୍ରତିଶତ ଅଂଶ ଧନ ଦେବାକୁ ପଡୁଥିଲା। ଭାଜପା ସଦସ୍ୟମାନେ ଏଠି ଲୋଗୋ ବାବଦରେ କଳି କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ଅଂଶଧନ ୯୦ ପ୍ରତିଶତ ଏବଂ ରାଜ୍ୟର ୧୦ପ୍ରତିଶତ ହେବ ସେ ଦିଗରେ ଦାବି କରନ୍ତୁ। ନାଁ ପାଇଁ ବିଜେଡି ଓ ଭାଜପା ଯେତେ କଳି କଲେ ମଧ୍ୟ ଲୋକେ ଇନ୍ଦିରା ଆବାସ ଯୋଜନା ବୋଲି କହିବେ। ଆବାସ ଯୋଜନାରେ ଲୋକମାନେ ଠିକ୍‌ ସମୟରେ ଅର୍ଥ ପାଉନାହାନ୍ତି ବ୍ୟାଙ୍କ ଆଗରେ ଦୌଡି ଦୌଡି ହଇରାଣ ହେଉଛନ୍ତି। ବହୁ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ୍‌ ପଡୁଛନ୍ତି। ଘର ମିଳିବା କଥା ଉଠିଲେ ସମସ୍ତେ ଆବେଦନ କରିବାକୁ ବାଦ୍‌ ପଡୁଛନ୍ତି। ବହୁ ଗରିବ ଘର ଖଣ୍ଡେ ନ ପାଇ ବିଧାୟକଙ୍କ ପାଖକୁ ଆସୁଛନ୍ତି। ଆଗରୁ ବିଧାୟକଙ୍କ ହାତରେ ୨୦୦ଖଣ୍ଡ ଘର ବାଣ୍ଟିବାର ସୁବିଧା ଥିଲା। ମାତ୍ର ବର୍ତ୍ତମାନ ତାହା ଉଠାଇ ଦିଆଯାଇଛି। ଏବେ ସେମିତି ସୁବିଧା ରଖାଯାଉ। ରାଜନେତା ଯେମିତି ମନଇଚ୍ଛା ଅଯୋଗ୍ୟ ହିତାଧିକାରୀଙ୍କୁ ନ ଦେଇପାରିବେ ସେଥିଲାଗି ଏକ ଗାଇଡ ଲାଇନ ପ୍ରସ୍ତୁତ ହେଉ ବୋଲି ସାଲୁଜା କହିଛନ୍ତି। ଭାଜପା ସଦସ୍ୟ ମୋହନ ମାଝୀ, ମୁକେଶ ମହାଲିଙ୍ଗ ପ୍ରମୁଖ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି କଥା କହି ସରକାରଙ୍କ ଉପରେ ବର୍ଷିଥିଲେ । ଯୋଗ୍ୟ ହିତାଧିକାରୀ କିପରି ଏଥିରେ ସାମିଲ ହୋଇପାରିବେ ସେଦିଗରେ ସରକାର ସଚେତନ ହୁଅନ୍ତୁ ବୋଲି କହିଥିଲେ। ଭାସ୍କର ମଢ଼ାଇ କହିଲେ ପଞ୍ଚାୟତସ୍ତରରେ ରହୁଥିବା ଗରିବ ଏବଂ ଆଦିବାସୀମାନେ ସଚେତନତା ଅଭାବରୁ ଶୋଷଣର ଶିକାର ହେଉଛନ୍ତି। ବହୁ ସାଧାରଣ ଲୋକ ଏସ୍‌ଇସିସି ତାଲିକାରୁ ବାଦ୍‌ ପଡିଛନ୍ତି। ସେମାନଙ୍କୁ ତାଲିକାରେ ସାମିଲ କରାଯାଉ ନଚେତ୍‌ ଗରିବଙ୍କ ଅଭିଶାପ ପଡିଯିବ ବୋଲି ସେ କହିଛନ୍ତି। କଂଗ୍ରେସ ସଦସ୍ୟ ମହମ୍ମଦ ମୋକିମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନା ନେଇ ଲଢ଼େଇ ଚାଲୁ ସେଥିରେ କିଛି କଥା ନାହିଁ ମାତ୍ର ଯୋଗ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି କି ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ। ଭାଜପା ସଦସ୍ୟମାନେ ଯଦି ନାଁକୁ ନେଇ ଲଢ଼େଇ କରୁଛନ୍ତି ତେବେ ଏହି ଯୋଜନାରେ ଅନୁଦାନ ବୃଦ୍ଧି ପାଇଁ ମଧ୍ୟ କେନ୍ଦ୍ର ନିକଟରେ ଦାବି କରନ୍ତୁ। ବିଜେଡି ଯଦି ନିଜ ଯୋଜନାର ଲୋଗୋ ଲଗାଇବାକୁ ଏତେ ବ୍ୟାକୁଳ ତେବେ ହିତାଧିକାରୀ ଚୟନରେ ସ୍ବଚ୍ଛତା ରଖିବାକୁ ଚେଷ୍ଟା କରୁ। କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ମଧ୍ୟ ବିଧାୟକଙ୍କ ହାତରେ ୫୦୦ ଘର ବାଣ୍ଟିବାର ବ୍ୟବସ୍ଥା କରିବା ଲାଗି ଦାବି କରିଛନ୍ତି। ବିଜେଡି ସଭ୍ୟ ପ୍ରଫୁଲ୍ଲ ମାସଲ, ଧ୍ରୁବ ସାହୁ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ଅଂଶଧନ ସମ୍ପର୍କରେ ବିବରଣୀ ଦେଇ ପଲଟା ଟାର୍ଗେଟ କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗୋ ଲଗାଇବା ଯଥାର୍ଥ ବୋଲି ଯୁକ୍ତି ବାଢିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

ଯୁବା ବିଧାୟିକାଙ୍କୁ ରଗାଇଦେଲେ ସଞ୍ଜୟ: କହୁକହୁ ଗୁମର ଖୋଲି ପକାଇଲେ ଉପାସନା

ଭୁବନେଶ୍ୱର,୧୬।୧୨: ପୁରୀ ଜିଲା ବ୍ରହ୍ମଗିରି କୁସୁବେଣ୍ଟି-ହରିଦାସ ମୌଜା ବିବାଦକୁ ନେଇ ତେଜିଲା ରାଜନୀତି। ମୁହାଁମୁହିଁ ହେଲେ ବିଧାୟିକା ଉପାସନା ମହାପାତ୍ର ଓ ପୂର୍ବତନ ବିଧାୟକ ସଞ୍ଜୟ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀଙ୍କ ବିସ୍ଫୋରକ ବୟାନ: କହିଲେ ବଦଳିପାରେ…

ଭୁବନେଶ୍ୱର,୧୬।୧୨: ସାଂପ୍ରତିକ ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀ ବଡ଼ ବୟାନ ଦେଇଛନ୍ତି। ଅମର କହିଛନ୍ତି, ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳିପାରେ। ଓଡ଼ିଶା ରାଜନୈତିକ ଦୃଶ୍ୟପଟ...

ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri