ଧନିଆ ପତ୍ରରେ ରହିଛି ବହୁ ଉପକାରୀ ଗୁଣ : ଏ ସବୁ ରୋଗରୁ ଦିଏ ମୁକ୍ତି

ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍‌ସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମଣିଷକୁ ରୋଗମୁକ୍ତ କରାଇଥାଏ। ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ:

– ଏଥିରେ ଥିବା କେତେକ ଗୁଣ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

– ଏଥିରେ କ୍ୟାଲୋରି କମ୍‌ ଥାଏ, ଯାହା ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ।

-ଏହା କୋଲେଷ୍ଟରଲ ସ୍ତର କମ୍‌ ମଧ୍ୟ କରିଥାଏ।

– ପାଚନତନ୍ତ୍ରକୁ ଠିକ୍‌ ଭାବେ କାର୍ଯ୍ୟ କରାଇବା ସହ ଯକୃତକୁ ମଧ୍ୟ ସୁସ୍ଥ ରଖିଥାଏ।

– ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ବରଦାନ ସଦୃଶ ହୋଇଥାଏ।

– ରକ୍ତହୀନତା ସହ ହୃତ୍‌ପିଣ୍ଡ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ।