‘ଧଡକନ’ଫିଲ୍ମର ସିକ୍ୱୁଏଲରେ ନିଜ ପୁଅକୁ ଦେଖିବାକୁ ଚାହୁଁଛନ୍ତି ସୁନିଲ

ମୁମ୍ବାଇ: ଅକ୍ଷୟ କୁମାର, ସୁନିଲ ସେଟ୍ଟି ଓ ଶିଳ୍ପା ସେଟ୍ଟିଙ୍କ ଅଭିନୀତ ଫିଲ୍ମ ‘ଧଡକନ’ ଦିନେ ବକ୍ସ ଅଫିସରେ ଭଲ ବିଜନେସ୍‌ କରିଥିବା ବେଳେ ଦର୍ଶକେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ। ଏବେ ଏହି ଫିଲ୍ମର ସିକ୍ୱୁଏଲ ନିର୍ମାଣ କିରାଯିବ ବୋଲି ଶୁଣିବାକୁ ମିଳିଛି। ଏହାକୁ ନେଇ କିଛିଦିନ ହେବ କିଛି ନା କିଛି ଖବର ଆସୁଥିବା ବେଳେ ଏବେ ଏହାର ଅଭିନେତା ସୁନିଲ ସେଟ୍ଟି କହିଛନ୍ତି ‘ଧଡକନ’ ସିକ୍ୱୁଏଲରେ କାମ କରିବାର ବୟସ ଅତିକ୍ରମ କରିଗଲାଣି। ତେଣୁ ଏହି ସିକ୍ୱୁଏଲରେ ଯଦି ମୋର ପୁଅ ଓ ଅକ୍ଷୟଙ୍କ ପୁଅଙ୍କୁ ଲିଡ୍‌ ରୋଲରେ ନିଆଯାଆନ୍ତା ତେବେ ଦର୍ଶକେ ଏହାକୁ ବେଶ୍‌ ପସନ୍ଦ କରନ୍ତେ। ଏବେ ଶିଳ୍ପାଙ୍କ ଝିଅ ଖୁବ୍‌ ଛୋଟ ହୋଇଥିବାରୁ ସେ ତାଙ୍କ ନାମ ପ୍ରସ୍ତାବ ଦେଇପାରୁ ନାହାନ୍ତି। ନ ହେଲେ ଶିଳ୍ପାଙ୍କ ଝିଅଙ୍କୁ ମଧ୍ୟ ସୁନିଲ ‘ଧଡକନ’ ର ସିକ୍ୱୁଏଲରେ ଦେଖିବାକୁ ଚାହିଁଥାଆନ୍ତେ ବୋଲି ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ‘ଧଡକନ’ ଫିଲ୍ମରୁ ହିଁ ତାଙ୍କର କ୍ୟାରିୟର ଆରମ୍ଭ ହୋଇଥିଲା ବୋଲି ସୁନିଲ କୁହନ୍ତି। କାରଣ ଏହା ପୂର୍ବରୁ ତାଙ୍କ ଫିଲ୍ମ ଦେଖି ଅନେକ କହୁଥିଲେ ତାଙ୍କୁ ଅଭିନୟ ଜଣା ନାହିଁ ବୋଲି। କିନ୍ତୁ ‘ଧଡକନ’ ତାଙ୍କ କ୍ୟାରିୟରକୁ ବଦଳାଇ ଦେବାସହ ତାଙ୍କ ପାଇଁ ଏକ ନୂଆ ପରିଚୟ ଆଣିଦେଇଥିଲା ବୋଲି ସେ କହିଛନ୍ତି।

Share