ଧଉଳିରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର: ନୃତ୍ୟ, ସଙ୍ଗୀତ, ଚିତ୍ରକଳାରେ ଗୁରୁକୁଳ ଢାଞ୍ଚାରେ ମିଳିବ ଶିକ୍ଷା

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ନୃତ୍ୟ, ସଙ୍ଗୀତ, ଚିତ୍ରକଳା ଆଦି ବିଷୟରେ ପିଲାମାନଙ୍କୁ ସ୍ବଳ୍ପ ଅବଧିର ପାଠ୍ୟକ୍ରମରେ ଶିକ୍ଷାଦେବା ଲାଗି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଏକ ଉତ୍କର୍ଷ କେନ୍ଦ୍ର। ଗୁରୁକୁଳ ଢାଞ୍ଚାରେ ଶିକ୍ଷାଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ସହଯୋଗରେ ଚଣ୍ତିଗଡ଼ ପ୍ରାଚୀନ କଳାକେନ୍ଦ୍ର ପକ୍ଷରୁ ଧଉଳି ପାଦଦେଶରେ ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ। ରାଜ୍ୟ ତଥା ରାଜ୍ୟ ବାହାରର ପିଲାମାନେ ଏଠାରେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ଚିତ୍ରକଳା ଆଦିରେ ସାର୍ଟିଫିକେଟ୍‌ କୋର୍ସ କରିପାରିବେ। ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି କେନ୍ଦ୍ର ପାଇଁ କୃଷ୍ଣପୁର ମୌଜାରେ ଜମି ଚିହ୍ନଟ ସରିଥିବାବେଳେ ଅଢ଼େଇ ଏକର ପରିମିତ ସ୍ଥାନରେ ଏହା ପ୍ରତିଷ୍ଠା ହେବ। ମାର୍ଚ୍ଚ ୩୧ ସୁଦ୍ଧା ଜମି ହସ୍ତାନ୍ତର ଶେଷ ହେବା ପରେ ମେ’ ମାସରୁ କାମ ଆରମ୍ଭ ହେବ। ପ୍ରାଥମିକ ପର୍ଯ୍ୟାୟରେ ୫ କୋଟି ଟଙ୍କାରେ ଭିତ୍ତିଭୂମିର ବିକାଶ କରାଯିବ ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ଏହାକୁ ରାଜ୍ୟର ଉନ୍ନତ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ ବୋଲି ଚଣ୍ତିଗଡ଼ ପ୍ରାଚୀନ କଳାକେନ୍ଦ୍ରର ସଚିବ ସଜଳ କୋଶର କହିଛନ୍ତି।
ଆସନ୍ତା ୧୨ ତାରିଖରେ ଭଞ୍ଜକଳା ମଣ୍ତପଠାରେ ଚଣ୍ତିଗଡ଼ ପ୍ରାଚୀନ କଳାକେନ୍ଦ୍ରର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କୋଶର କହିଥିଲେ, ନିର୍ମାଣ ହେବାକୁ ଥିବା ଉତ୍କର୍ଷ କେନ୍ଦ୍ରରେ ଗୁରୁଶିଷ୍ୟ ପରମ୍ପରାକୁ ଗୁରୁତ୍ୱ ଦିଆଯିବ। ପୁରାତନ ସମୟରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଯେଉଁଭଳି ସମ୍ପର୍କ ରହିଥିଲା ତାହା ଏଠାରେ ଦେଖିବାକୁ ମିଳିବ। ପ୍ରତିବର୍ଷ ପ୍ରାୟ ଏକ ହଜାର ଛାତ୍ରୀଛାତ୍ରଙ୍କ ପଢ଼ିବା ଲାଗି ବ୍ୟବସ୍ଥା କରାଯିବ। କ୍ୟାମ୍ପସକୁ ସବୁଜିମାରେ ପରିପୂର୍ଣ୍ଣ କରାଯିବ। ଏହା ମଧ୍ୟରେ ନଡ଼ା ଛପର ଘର ନିର୍ମାଣ କରାଯିବ। ପୁରାତନ ସମୟ ଭଳି ସମସ୍ତ ପ୍ରକାର ବେଦ୍ୟୁତିକ ସାମଗ୍ରୀକୁ କ୍ୟାମ୍ପସରୁ ବାଦ୍‌ ଦିଆଯିବ। ଶିକ୍ଷାଦାନ ସାଙ୍ଗକୁ ଏଠାରେ ବିଭିନ୍ନ କର୍ମଶାଳା, ଆଲୋଚନାଚକ୍ର ଓ ପ୍ରଦର୍ଶନୀ ଆଦି ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ୧୨ରେ ହେବାକୁ ଥିବା ଦୀକ୍ଷାନ୍ତ ସମାରୋହରେ ଚଣ୍ତିଗଡ଼ ପ୍ରାଚୀନ କଳାକେନ୍ଦ୍ରର ଓଡ଼ିଶାରେ ଥିବା ୨୮୦ ସ୍ବୀକୃତିପ୍ରାପ୍ତ କେନ୍ଦ୍ରରୁ ବିଶାରଦ(ସ୍ନାତକ) ଓ ଭାସ୍କର(ସ୍ନାତକୋତ୍ତର)ରେ ପ୍ରାୟ ୬୦୦ ଛାତ୍ରୀଛାତ୍ରଙ୍କୁ ମାନପତ୍ର ଦିଆଯିବ ବୋଲି କଳାକେନ୍ଦ୍ରର ରେଜିଷ୍ଟ୍ରାର ଶୋଭା କୋଶର, ଆଞ୍ଚଳିକ କାର୍ଯ୍ୟାଳୟର ସଂଯୋଜକ ବସନ୍ତ କୁମାର ମିଶ୍ର, କଲିକତାସ୍ଥିତ ଉତ୍ତର ପୂର୍ବାଞ୍ଚଳ କର୍ଯ୍ୟାଳୟର ସହାୟକ ରେଜିଷ୍ଟ୍ରାର ଆନନ୍ଦ ରଞ୍ଜନ ବୋରୁଆ ପ୍ରମୁଖ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri