‘ଦ ସ୍କାଇ ଇଜ୍‌ ପିଙ୍କ୍‌’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସ୍‌ରେ ପ୍ରାୟ ସାଢ଼େ ୩ ବର୍ଷ ପରେ ଦେଶୀଗର୍ଲଙ୍କ ପୁଣି ଏଣ୍ଟ୍ରି ହୋଇଛି। ପ୍ରିୟଙ୍କା ଚୋପ୍ରାଙ୍କ ଅପ୍‌ କମିଂ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ର ପ୍ରଥମ ପୋଷ୍ଟର ସୋମବାର ରିଲିଜ୍‌ ହୋଇଛି। ପୋଷ୍ଟର ସହ ଫିଲ୍ମର ରିଲିଜ୍‌ ଓ ଟ୍ରେଲର ରିଲିଜ୍‌ ଡେଟ ମଧ୍ୟ ଘୋଷଣା କରାଯାଇଛି। ଫିଲ୍ମର ପୋଷ୍ଟରକୁ ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ସହ ଏକ ସୁନ୍ଦର କ୍ୟାପସନ୍‌ ଲେଖିଛନ୍ତି। ପୋଷ୍ଟରରେ ପ୍ରିୟଙ୍କା ଫରହାନ ଅଖତରଙ୍କ ପିଠିରେ ବସିଥିବା ଦେଖିବାକୁ ମିଳିଛି। ଆଉ ତାଙ୍କ ଆଗରେ ରୋହିତ ସୁରେଶ ସରଫ ଓ ଜାୟରା ଓ୍ବାଶିମ ଦୌଡୁଥିବା ନଜର ଆସିଛନ୍ତି। ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହେବାକୁ ଥିବା ବେଳେ ଅକ୍ଟୋବରରେ ୧୧ରେ ଏହା ପରଦାକୁ ଆସିବ।

Share