‘ଦ ଜୋୟା ଫ୍ୟାକ୍ଟର’ ଫିଲ୍ମ ଟ୍ରେଲରକୁ ପ୍ରଶଂସା କଲେ ସଚିନ ତେନ୍ଦୁଲକର

ଅଭିନେତ୍ରୀ ସୋନମ କପୁରଙ୍କ ଅଭିନୀତ ‘ଦ ଜୋୟା ଫ୍ୟାକ୍ଟର’ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମଟି କ୍ରିକେଟ ଏବଂ ଭାଗ୍ୟ ଉପରେ ଆଧାରିତ ହୋଇଥିବାରୁ ଫିଲ୍ମର ଟ୍ରେଲର ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପସନ୍ଦ ଆସିଛି। ସେ ଫିଲ୍ମର ଟ୍ରେଲରକୁ ପ୍ରଶଂସା କରିବା ସହ ସୋନମ କପୁର ଏବଂ ଦୁଲକର ସଲମାନଙ୍କ ଅଭିନୟକୁ ମଧ୍ୟ ତାରିଫ୍‌ କରିଛନ୍ତି। ସଚିନଙ୍କ ପୂର୍ବରୁ ବିରେନ୍ଦ୍ର ସେହଓ୍ବାଗ୍‌ ମଧ୍ୟ ଫିଲ୍ମର ଟ୍ରେଲରକୁ ମଜାଦାର ବୋଲି କହିଥିଲେ। ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଜୋୟା ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ସୋନମ। ଗୋଟିଏ ଇନିଂଶ ଯୋଗୁ ଜଣେ କ୍ରିକେଟର ଭାଗ୍ୟ କେମିତି ବଦଳିଯାଏ ତାହା ଉପରେ ର୍ନିମିତ ହୋଇଛି। ଫିଲ୍ମରେ ବିରାଟ କୋହଲି ଭଳି ଅବିକଳ ଦେଖାଯାଉଥିବା ଗୌରବ ଆରୋଡା ବିରାଟ କେହଲିଙ୍କ ଭୂମିକାରେ ନଜର ଆସିଛନ୍ତି।

Share